Posted inଜାତୀୟ

ତୃଣମୂଳରୁ ଦୁର୍ନୀତି ରୋକ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯।୧୦(ସୁନିତ୍‌ ମିଶ୍ର): ଲୋକସେବା ଭବନ କନ୍‌ଭେନସନ ହଲ୍‌ଠାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଛନ୍ତି। ଏହି ଅବସରରେ ସେ କହିଛନ୍ତି, ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡ଼ିବ ନାହିଁ, ଧୀରେ ଧୀରେ ଏହା ବ୍ୟକ୍ତିଗତ ଓ ସାମାଜିକସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ, ଦିଲ୍ଲୀରୁ ଟଙ୍କାଟିଏ ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ବାକି ୮୫ ପଇସା ତେବେ କାହା ପକେଟକୁ ଯାଉଥିଲା, ଏହାର ଉତ୍ତର ସମସ୍ତେ ଜାଣିଛନ୍ତି। ହେଲେ ସେକାଳ ପଖାଳ ଆଉ ନାହିଁ।

ଦୁର୍ନୀତି ବର୍ତ୍ତମାନ ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇସାରିଛି। ଦୁର୍ନୀତି ବିରୋଧରେ ଲଢ଼େଇ କେବଳ ଲୋକସେବା ଭବନ ଅଥବା ରାଜଧାନୀ ଭୁବନେଶ୍ବରରେ ସୀମିତ ନ ରହି ତୃଣମୂଳ ପର୍ଯ୍ୟନ୍ତ ନେବାକୁ ଉଦ୍ୟମ ଆରମ୍ଭ ହୋଇଛି। ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ୍‌ ଡାଉନ ଓ ବଟମ ଅପ୍‌ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି। ଦୁର୍ନୀତି ବିରୋଧରେ କେବଳ ଗୋଟିଏ ଦୁଇଟି କିମ୍ବା ଅଳ୍ପ କେତେଜଣ ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଦୁର୍ନୀତିର ଚେର ଏବେ ରାଜ୍ୟରେ ମଜଭୁତ ହୋଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ଦୁର୍ନୀତି ନିବାରଣ ବିଭାଗର ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟବହିର୍ଭୂତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଭାଜପା ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡ଼ିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍‌ପି ଓ ୨୪ ନୂତନ ଡିଏସ୍‌ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀଗୁଡ଼ିକ ଭିଜିଲାନ୍ସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍‌ଇନସ୍‌ପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ ୨୪ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କିଙ୍ଗ୍‌ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ମିଳିଛି। ଭିଜିଲାନ୍ସ ଟିମ୍‌ର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପ୍‌ଟପ ଯୋଗାଇ ଦିଆଯିବ। ଏଥି ସହିତ ରାଜ୍ୟ ଫରେନ୍‌ସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ ଯେତେବେଳେ ପ୍ରଥମ ଥର ପାଇଁ ଶାସନ ଭାର ଗ୍ରହଣ କଲେ ସେ ସମୟରେ ବିଭିନ୍ନ ଦୁର୍ନୀତି ଓ ସ୍କାମ୍‌ରେ ଗୋଡ଼ରୁ ମୁଣ୍ଡ ପର୍ଯ୍ୟନ୍ତ ଦେଶ ବୁଡ଼ି ରହିଥିଲା। ସାଧାରଣ ଜନତା ଏହି ଦୁର୍ନୀତିର ଭାରରେ ଅଣନିଃଶ୍ବାସୀ ହୋଇଯାଇଥିଲେ। ଶାସନ ଡୋରି ହାତକୁ ନେବା ପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରଥମ ଦିନରୁ ହିଁ ଦୁର୍ନୀତି ବିରୋଧରେ ମହାସଂଗ୍ରାମ ଆରମ୍ଭ କରିଦେଇଥିଲେ, ଯାହା ବର୍ତ୍ତମାନ ମଧ୍ୟ ଚାଲୁ ରହିଛି। ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ବଳରେ ଏବେ ଦିଲ୍ଲୀରୁ ଯେଉଁ ସହାୟତା ରାଶି ହିତାଧିକାରୀଙ୍କ ପାଖକୁ ଆସୁଛି ଏହା ସମ୍ପୂର୍ଣ୍ଣ ରୂପେ ହିତାଧିକାରୀଙ୍କ ଖାତାରେ ପହଞ୍ଚୁଛି। ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍‌ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରି ମାଧ୍ୟମରେ କାଢିବାକୁ ପଡ଼େ ଠିକ୍‌ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍‌କୁ ପଠାଇବାର ବ୍ୟବସ୍ଥା ରହିଛି। ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି। କେବଳ ମୁଖ୍ୟଯନ୍ତ୍ରୀ ନୁହନ୍ତି ବିଭିନ୍ନ ବର୍ଗର ପ୍ରାୟ ୨୦ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ୨୦୨୯ ମଧ୍ୟରେ ଭାରତ ବର୍ଷର ୫ଟି ସମୃଦ୍ଧ ରାଜ୍ୟ ମଧ୍ୟରେ ଓଡିଶାକୁ ସ୍ଥାନିତ କରିବା ଲକ୍ଷ୍ୟରେ ଆମେ ଆଗକୁ ବଢୁଛୁ। ଏହି ଅବସରରେ ସେ ଶ୍ରେଷ୍ଠ ଦୁର୍ନୀତି ନିବାରଣ ଡିଭିଜନ୍‌ ଭାବେ କୋରାପୁଟ ଡିଭିଜନ, ଶ୍ରେଷ୍ଠ ୟୁନିଟ୍‌ ଭାବେ ବଲାଙ୍ଗୀର ଡିଭିଜନ, ଶ୍ରେଷ୍ଠ ତଦନ୍ତକାରୀ ଅଫିସର ଭାବେ ବାଲେଶ୍ବର ଡିଭିଜନର ଡିଏସ୍‌ପି ଦୁଷ୍ମନ୍ତ କୁମାର ନାୟକ, ଶ୍ରେଷ୍ଠ ମହିଳା ତଦନ୍ତକାରୀ ଅଫିସର ଭାବେ ବ୍ରହ୍ମପୁର ଡିଭିଜନର ସବିତାଞ୍ଜଳୀ ନାୟକ ଏବଂ ଶ୍ରେଷ୍ଠ ପବ୍ଲିକ ପ୍ରସିକ୍ୟୁଟର ଭାବେ ଭୁବନେଶ୍ବରର ହେମନ୍ତ କୁମାର ସ୍ବାଇଁଙ୍କୁ ପୁରସ୍କୃତ କରିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଯୋଗଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ। ଦୁର୍ନୀତି ରୋକିବା ପାଇଁ ଆମକୁ ସରକାରୀ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଦରକାର। ସବୁଥିରେ ସ୍ବଚ୍ଛତା ରହିଲେ ଦୁର୍ନୀତି କମିବ ବୋଲି ସେ କହିଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ନିର୍ଦ୍ଦେଶକ ଯଶୋବନ୍ତ କୁମାର ଜେଠୱା ସ୍ବାଗତ ଭାଷଣ ଦେଇ କହିଛନ୍ତି, ବର୍ତ୍ତମାନର ଏହି ଦୁର୍ନୀତି ବିରୋଧରେ ଶପଥ ପାଠର ଗୁଞ୍ଜରଣ ଗର୍ଜନରେ ପରିଣତ ହେବ। କାରଣ ଏଥିରେ ପ୍ରତ୍ୟେକ ଜିଲା ଓ ବ୍ଲକ କାର୍ଯ୍ୟାଳୟରୁ ସମସ୍ତେ ଯୋଡ଼ି ହୋଇଛନ୍ତି। ଚଳିତ ବର୍ଷ ‘ସତ୍ୟ ନିଷ୍ଠ ସଂସ୍କୃତି ହିଁ ରାଷ୍ଟ୍ର ସମୃଦ୍ଧିର ଭିତ୍ତି’ ବିଷୟବସ୍ତୁ ଉପରେ ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଉଛି ବୋଲି ଜେଠଓ୍ବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ…

କେନିଆରେ ବର୍ଷା ବିତ୍ପାତ: ଚାଲିଗଲା ୨୩ ଜୀବନ

ନାଇରୋବି,୭ା୩: କେନିଆ ରାଜଧାନୀ ନାଇରୋବିରେ ପ୍ରବଳ ବର୍ଷାରେ ୨୩ ଜଣଙ୍କ ମୃତ୍ୟୁ ଘଟିବା ସହ ବିମାନ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଶନିବାର ରାସ୍ତାଘାଟ ଜଳାର୍ଣ୍ଣବ ହୋଇଥିବାରୁ ଗାଡ଼ିଚାଳକମାନେ…

ଘରଭାଙ୍ଗି ଧାନ ଖାଇଲା ଦନ୍ତା

ନାକଟିଦେଉଳ, ୭ା୨(ବୈକୁଣ୍ଠନାଥ ସାହୁ): ସମ୍ବଲପୁର ଜିଲା ନାକଟିଦେଉଳ ବନାଞ୍ଚଳ ଅଧୀନ ଆଭ୍ୟନ୍ତରୀଣ ତଥା ପାହାଡ଼ ତଳି ଗ୍ରାମରେ ଗତ କିଛି ଦିନ ହେଲା ଦନ୍ତାହାତୀ ଉପଦ୍ରବ ଲାଗି…

ବୋହୂଙ୍କୁ ମାଡ଼ ମାରି ଲହୁଲୁହାଣ କଲେ ପୁଅ, ଥାନାରେ ପହଞ୍ଚି ଅଭିଯୋଗ କରିଦେଲେ ବାପା, ପୁରୁଷୋତ୍ତମଙ୍କୁ ବାନ୍ଧି…

ବୈଶିଙ୍ଗା,୭।୩(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ନଡପୁର ଗ୍ରାମରେ ଜନୈକା ବିବାହିତା ମହିଳାଙ୍କୁ ମାଡ଼ ମାରି ଗୁରୁତର କରିଥିବା ଅଭିଯୋଗରେ ପୋଲିସ ସ୍ବାମୀଙ୍କୁ ଗିରଫ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri