ଥମୁଛି ସକ୍ରିୟ ମାମଲା-ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୧୩।୧୦: ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ତେବେ ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୨୭ ହଜାର ତଳେ ରହିଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ କମି ୩ ହଜାର ତଳେ ରହିଛି। ଏହା ୨,୭୮୦ ରହିଛି। ଗୋଟିଏ ଦିନ ତଳେ ଏହା ୨,୧୩୫ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୦ ତଳେ ରହିଛି। ଏହା ୬ ରହିଛି। ଗୋଟିଏ ଦିନ ତଳେ ଏହା ୯ ଥିଲା।
ଏହି ସମୟରେ ସକ୍ରିୟ ମାମଲା କମି ୨୬ ହଜାର ୫୦୯ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨୬ ହଜାର ୨୯୨ ଥିଲା। ସେହିପରି ୨୪ ଘଣ୍ଟାରେ ୨ ହଜାର ୫୫୭ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୩ ହଜାର ୨୦୮ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୮୪୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୨୧ ହଜାର ୩୧୯ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୦ ଲକ୍ଷ ୬୫ ହଜାର ୯୬୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

Share