Categories: ଫୁରସତ

ମୃତ ବୃଦ୍ଧ କୋକେଇରୁ ଉଠି କହିଲେ ମୁଁ ବଞ୍ଚିଛି

ମଧ୍ୟପ୍ରଦେଶର ଛତ୍ରପୁର ଜିଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ୯୬ ବର୍ଷୀୟ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ହଠାତ୍‌ ବୃଦ୍ଧ ଜଣକ କୋକେଇରୁ ଉଠି କହିଲେ ମୁଁ ମରିନି, ବଞ୍ଚିଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଘଟଣା ଲବକୁଶ ନଗର ସିଞ୍ଚାଇ କଲୋନୀରେ ଘଟିଛି। ମନଖୁସ କୁଶଓ୍ବାହା ନାମକ ଜଣେ ବୃଦ୍ଧଙ୍କର ୯୬ ବର୍ଷରେ ମୃତ୍ୟୁ ଘଟିଥିଲା। ମୃତଦେହ ସଂସ୍କାର ନିମନ୍ତେ ହିନ୍ଦୁ ରୀତିନୀତି ଅନୁଯାୟୀ ସମସ୍ତ ବିଧି ପାଳନ କରାଯାଉଥିଲା। ଏହି ସମୟରେ ମନସୁଖ ହଠାତ୍‌ କୋକେଇରୁ ଉଠି କହିଲେ ମୁଁ ବଞ୍ଚିଛି। ଯାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଥିଲେ।

ମନ୍‌ସୁଖଙ୍କ ଦେହ ଗତ ୨ ବର୍ଷ ହେବ ଖରାପ ଥିଲା। ତାଙ୍କର ଗୋଡ଼ ହାଡ଼ ଭାଙ୍ଗିବା ଯୋଗୁ ସେ ଚାଲି ପାରୁ ନ ଥିଲେ। ବିଛଣାରେ ଶୋଇ ରହୁଥିଲେ। ଦିନକୁ ଦିନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଲା। ମଙ୍ଗଳବାର ରାତିରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ସଦସ୍ୟ ସାହିପଡ଼ିଶାଙ୍କୁ କହିଥିଲେ। ମନ୍‌ସୁଖଙ୍କ ମୃତ୍ୟୁ ଖବର ପାଇ ବନ୍ଧୁବାନ୍ଧବ ବି ତାଙ୍କ ଘରକୁ ଆସଥିଲେ। ହଠାତ୍‌ କୋକେଇରୁ ଉଠି ମନ୍‌ସୁଖ କହିଲେ ମୁଁ ମରିନି। ଏହା ଶୁଣି ସମସ୍ତେ ତାଜୁବ। ପରେ ନିଜ ନିଜ ଘରକୁ ସମସ୍ତେ ଫେରି ଯାଇଥିଲେ।

Share