ଗୋଡ଼ି ଛାଣିଲେ ମିଳେ ପଇସା, ଆଶ୍ଚର୍ଯ୍ୟ ଲାଗିଲେ ବି…

ଯାଜପୁର ଟାଉନ, ୨୦ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ମାନବ ସମାଜରେ ସମସ୍ତେ ନିଜ ପେଟପାଟଣା ପାଇଁ କିଛି ନା କିଛି କର୍ମ କରି ଦୁଇ ପଇସା ରୋଜଗାର କରିଥାନ୍ତି। ବିଭିନ୍ନ ପ୍ରକାର କର୍ମ ଅଙ୍ଗାଙ୍ଗୀ ଭାବେ ଆମ ସହିତ ଜଡ଼ିତ। ସେଥିମଧ୍ୟରୁ ଏମିତି ଏକ କର୍ମ ହେଉଛି ଗୋଡ଼ି ଛାଣିଲେ ମିଳେ ପଇସା। କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ସହର ଦେବୀ ଗଡ଼ା ଘାଟର ପୁଣ୍ୟତୋୟା ବୈତରଣୀ ନଦୀ କୂଳରେ। ବର୍ତ୍ତମାନ ନଦୀ ପାଣି କମ୍‌ଥିବାରୁ ପାଖାପାଖି ୧୫ରୁ ୨୦ଜଣ ମହିଳା ନଦୀ ଭିତରେ ପଶି ଭିତରୁ ଏକ ପାଛିଆ ମାଧ୍ୟମରେ ବାଲିକୁ ସଂଗ୍ରହ କରିଥାନ୍ତି। ଏହି ବାଲିକୁ ନଦୀ ପାଣିରେ ଛାଣି ଛାଣି ସେଥିରୁ ଗୋଡ଼ି ବାହାର କରିଥାନ୍ତି। ଆଉ ଏହି ଗୋଡ଼ିକୁ ମାଣ୍ଡିଆ(କୁଣ୍ଡ)ରେ ଭର୍ତ୍ତି କରିଥାନ୍ତି। ମାଣ୍ଡିଆଟି ସମ୍ପୂର୍ଣ୍ଣ ଗୋଡ଼ିରେ ଭର୍ତ୍ତି ହେଲା ପରେ ମହିଳାମାନେ ମାଣ୍ଡିଆକୁ ଟେକି ନଦୀକୂଳରେ ଜମା କରିଥାନ୍ତି। ଏହି ମହିଳାମାନେ ପାଖାପାଖି ୫ମାସ ପର୍ଯ୍ୟନ୍ତ ଏହି ଗୋଡ଼ି ଛଣା କାର୍ଯ୍ୟ କରିଥାନ୍ତି। ନଦୀରେ ପାଣି ଆସିଗଲେ ଏହି କାମକୁ ବନ୍ଦ କରି ଦେଇଥାନ୍ତି। ବର୍ତ୍ତମାନ ଶୀତ ଋତରୁ ଥଣ୍ଡାର ପ୍ରକୋପ ମଧ୍ୟ ଅତ୍ୟଧିକ। ଏହି ଥଣ୍ଡାରେ ଯେଉଁଠାରେ କେତେଜଣ ଲୋକ ଗାଧେଇବାକୁ ଚାହାନ୍ତି ନାହିଁ, ସେଠାରେ ଏହି ମହିଳାମାନେ ନଦୀର ଥଣ୍ଡା ଜଳରେ ପ୍ରବେଶ କରି ପାଖାପାଖି ୫ରୁ ୬ ଘଣ୍ଟା ପଶି ରହି ଗୋଡ଼ି ଛଣା କାର୍ଯ୍ୟ କରିଥାନ୍ତି। ମହିଳାମାନେ ଏହି ଗୋଡ଼ିକୁ ସଂଗ୍ରହ କରି ମାଣ୍ଡିଆ ପିଛା ୪୦ରୁ ୫୦ ଟଙ୍କାରେ ବିକିଥାନ୍ତି। ଏହି ଗୋଡ଼ି କେବଳ ଟ୍ୟୁବ୍‌ୱେଲ ନିର୍ମାଣ କାର୍ଯ୍ୟରେ ଆସିଥାଏ। ୫ ମାସ କାର୍ଯ୍ୟ କରି ବର୍ଷ ସାରା ଗୋଡ଼ି ବିକ୍ରି କରି ଦୁଇ ପଇସା ରୋଜଗାର କରି ପରିବାର ଗୁଜୁରାଣ ମେଣ୍ଟାଇଥାନ୍ତି। ସକାଳୁ ମହିଳାମାନେ ନିଜ ଘର କାମ ସାରି ପୂର୍ବାହ୍ନ ୧୧ଟା ଭିତରେ ବୈତରଣୀ ନଦୀର ଦେବୀଗଡ଼ା ଘାଟକୁ ଆସିଥାନ୍ତି। ପରେ ନଦୀର ଥଣ୍ଡା ପାଣିକୁ ଖାତିର ନ କରି ପ୍ରବେଶ କରି ବାଲିି ଗୋଡ଼ିକୁ ପାଛିଆରେ ଛାଣିଥାନ୍ତି। ଏହି କାମ ପାଖାପାଖି ୫ ରୁ ୬ ଘଣ୍ଟା ପର୍ଯ୍ୟନ୍ତ କରି ସଞ୍ଜ ହେବା ପୂର୍ବରୁ ନିଜ ନିଜ ଘରକୁ ଫେରିଯାନ୍ତି। ଏହିପରି ପାଞ୍ଚ ମାସ ପର୍ଯ୍ୟନ୍ତ ନଦୀରୁ ଗୋଡ଼ି ଛଣା କାର୍ଯ୍ୟ ଚାଲିଥାଏ। ଏହି ମହିଳାମାନଙ୍କ ଦୃଢ଼ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଆଗରେ କି ଥଣ୍ଡା କି ଗରମ କିଛି ବି କାଟୁ କରିପାରେ ନାହିଁ। ପେଟକୁ ଦୁଇ ମୁଠା ଦାନା ଓ ନିଜ ପରିବାର ଭରଣ ପୋଷଣ ନିମନ୍ତେ ଏପରିି କଠିନ କାମ କରନ୍ତି ବୋଲି ଦେବୀଗଡ଼ା ଘାଟରେ ଗୋଡ଼ି ଛାଣୁଥିବା ଅନ୍ନପୂର୍ଣ୍ଣା ମାଝୀ କହିଛନ୍ତି। ଏହି ଗୋଡ଼ି ଛଣା କାର୍ଯ୍ୟ ପାଖାପାଖି ୩୦ ବର୍ଷ ଧରି ଏହି ସ୍ଥାନରେ ଚାଲି ଆସୁଛି। ଏହି କାମରେ ଆମକୁ କିଛି କଷ୍ଟ ଲାଗେ ନାହିଁ। ଆମେ ଏଥିରେ ଓତପ୍ରୋତ ଭାବେ ଜଡ଼ିତ। ବାକି ରହିଲା ଥଣ୍ଡା କଥା ପ୍ରଥମେ ପାଣିରେ ପ୍ରବେଶ କଲେ ଥଣ୍ଡା ଲାଗେ ଏହାପରେ ଗୋଡ଼ି ଛଣା କାମ ଆରମ୍ଭ ହୋଇଗଲେ ଆଉ ଥଣ୍ଡା ଲାଗେ ନାହିଁ। ଆମେ ଯଦି କାମ ନ କରିବୁ କିଏ ଆମକୁ ପଇସା ଦେବ। ତେଣୁ ଆମ ପାଇଁ ଏହି କାମ ବଡ଼। ଗୋଡ଼ି ଛଣା ସହିତ ସାହି ପଡ଼ିଶାରୁ ଆମ ସହିତ ଆସି କାମ କରୁଥିବା ମହିଳାମାନଙ୍କ ସହ କିଛି ଗପ କରି କାମ କରୁ କରୁ ସମୟ ଅତିବାହିତ ହୋଇଯାଏ ବୋଲି ଅମ୍ବିକା ମହାଳିକ ନାମକ ଜଣେ ମହିଳା ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri