ଗୋଚର ଜମିରୁ ଚାଲିଛି ମାଙ୍କଡ଼ା ପଥର ଚାଲାଣ

ଖୋର୍ଦ୍ଧା ଅଫିସ,୧୨ା୬: ଖୋର୍ଦ୍ଧାରେ ଲଘୁ ଖଣିଜ ସମ୍ପଦ ଲୁଟ୍‌ ବଢ଼ିଚାଲିଛି। ସରକାରୀ ଜମି, କାଜୁ ଜଙ୍ଗଲ ଏବଂ ଶ୍ରୀମନ୍ଦିର ଜମି ଉପରେ ରହିଛି ଖଣି ମାଫିଆଙ୍କ ଲୋଲୁପ ଦୃଷ୍ଟି। ସବୁଠି ମାଙ୍କଡ଼ା ପଥର କଟାଚାଲିଛି। ଫଳରେ ଜମି, ଜଙ୍ଗଲ ନଷ୍ଟ ହେବା ସହ ବଡ଼ ବଡ଼ ଗର୍ତ୍ତ ସୃଷ୍ଟି ହେଉଛି। ପ୍ରତିବାଦ କଲେ ଖଣି ମାଫିଆମାନେ ଧମକ ଦେଉଛନ୍ତି। ଏନେଇ ସ୍ଥାନୀୟ ପୋଲିସଠାରୁ ଜିଲା ପ୍ରଶାସନ ନିକଟରେ ଅଭିଯୋଗ ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉନାହିଁ। ଏଭଳି ଅଭିଯୋଗ ଆସିଛି ଖୋର୍ଦ୍ଧା ବ୍ଲକ ପାଇକ ତିଗିରିଆ ଗ୍ରାମରୁ। ଏହି ଗ୍ରାମର ସରକାରୀ ଗୋଚର ଜମିରୁ ୫ କୋଟିରୁ ଊର୍ଦ୍ଧ୍ୱ ମାଙ୍କଡା ପଥର ଚୋରାଚାଲାଣ କରାଯାଇଥିବା ନେଇ ଖୋର୍ଦ୍ଧା ଉପଜିଲାପାଳ ଏବଂ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ଗ୍ରାମବାସୀ ଲିଖିତ ଅଭିଯୋଗ କରିଛନ୍ତି।
ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେବ ମାଙ୍କଡ଼ା ପଥର ଖଣି ନିଲାମ ବନ୍ଦ ରହିଛି। ଏହାସତ୍ତ୍ୱେ ଗ୍ରାମର ୫ ଏକର ବିଶିଷ୍ଟ ଗୋଚର ଜମି (ପ୍ଲଟ ନଂ.୧୩୪୭)ରୁ ୨୦ ଫୁଟରୁ ଊର୍ଦ୍ଧ୍ୱ ଗଭୀର କରାଯାଇ ମାଙ୍କଡ଼ା ପଥର ଚୋରାଚାଲାଣ କରାଯାଉଛି। ଦୈନିକ ୩ଟି ପାଓ୍ବାରଟିଲର, ଟ୍ରାକ୍ଟର, ଜେସିବି ଲଗାଇ ପଥର କାଟି ଚାଲାଣ କରୁଛନ୍ତି। ଖୋର୍ଦ୍ଧା ଥାନାର ଜଣେ ଏସ୍‌ଆଇ ଏବଂ ଭୁବନେଶ୍ୱରର ଏକ ଥାନାରେ କାର୍ଯ୍ୟରତ ଡ୍ରାଇଭରଙ୍କ ପ୍ରୋତ୍ସାହନରେ ସ୍ଥାନୀୟ ଅଞ୍ଚଳର ଅସାମାଜିକ ଯୁବକଙ୍କୁ ଧରି ଲୋକଙ୍କୁ ମିଥ୍ୟା ମାମଲାରେ ଥାନାରେ ପୂରାଇଦେବାକୁ ଧମକ ଦେଇ ଟ୍ରକ୍‌, ଟ୍ରାକ୍ଟରରେ ମାଙ୍କଡ଼ା ଚାଲାଣ କରୁଛନ୍ତି। ଉକ୍ତ ପ୍ଲଟ୍‌କୁ ଲାଗି ରହିଥିବା ଚାନ୍ଦପୁର ମୌଜାର ପ୍ଲଟ ନଂ.୩୦୫, ଯେଉଁଠାରୁ ରାଜପଥ କାର୍ଯ୍ୟ ପାଇଁ ମୋରମ ନିଆଯାଉଛି। ଗତ ୩ ତାରିଖରୁ ଦୈନିକ ୨୦ରୁ ୩୦ ଟ୍ରିପ୍‌ ଚୋରା ଚାଲାଣ ଚାଲିଛି। ଗୋଚାରଣ ଜମି ଖାଲଖମାରେ ପରିଣତ ହେବା ଯୋଗୁ ଗୋଚାରଣ ପାଇଁ ଆଉ ଜାଗା ନାହିଁ। ଖାଲଖମାରେ ପଡ଼ି ଗୋରୁଗାଈ, ଲୋକେ ଆହତ ହେଉଛନ୍ତି। ପରିବେଶ ନଷ୍ଟ ହେଉଛି। ପରିସ୍ଥିତି ଏପରି ହୋଇଛି ଯେ, ଜଙ୍ଗଲ, ପାହାଡ଼ରୁ ଝରି ଆସୁଥିବା ବର୍ଷାଜଳ ଖୋଳାଯାଇଥିବା ଜମିରେ ଜମା ହେଉଛି। ମାଙ୍କଡା କଟାଯାଉଥିବା ନିକଟ ଚାଷଜମି ପଡ଼ିଆ ପଡ଼ିଲାଣି। ପ୍ରଶାସନିକ ଅଧିକାରୀ ଏହି ଅଞ୍ଚଳ ପରିଦର୍ଶନ କଲେ ଉପରୋକ୍ତ ସମସ୍ୟା ଉପରେ ଜାଣିପାରିବେ ବୋଲି ଗ୍ରାମବାସୀ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଅଭିଯୋଗର ସପ୍ତାହକ ମଧ୍ୟରେ କୌଣସି ପଦକ୍ଷେପ ନିଆ ନ ଗଲେ, ଆଗାମୀ ଦିନରେ ଗ୍ରାମବାସୀ ଏକଜୁଟ ହୋଇ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

ଓଲିଙ୍କୁ ବାନ୍ଧିଲା ପୋଲିସ: ଆକ୍ସନ ମୋଡ୍‌ରେ ବାଲେନ୍ଦ୍ର ସରକାର

କାଠମାଣ୍ଡୁ,୨୮।୩: ନେପାଳରେ କ୍ଷମତା ପରିବର୍ତ୍ତନ ସହିତ ବର୍ତ୍ତମାନ ଏକ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ବାଲେନ୍ଦ୍ର ଶାହା ସରକାର କ୍ଷମତାକୁ ଆସିବା ପରେ ଆକ୍ସନ ମୋଡ୍‌ରେ ନଜର ଆସିଛନ୍ତି।…

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଓଲଟିଲା ଟୁରିଷ୍ଟ ବସ୍‌: ଚାଲିଗଲା ୫ ଜୀବନ

ନୟାଗଡ଼,୨୮।୩(ଲୋକନାତ ମିଶ୍ର):ନୟାଗଡ଼ ଜିଲା ଦଶପଲା ବ୍ଲକ ବାଣୀଗୋଛା ଥାନା ବଲାଙ୍ଗୀର ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ଟାକେରାରେ ଟୁରିଷ୍ଟ ବସ ଓଲଟି ଡ୍ରାଇଭର ସମେତ ୫…

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri