Categories: ଜାତୀୟ

କାନପୁର ହିଂସାର ଅପରାଧିଙ୍କୁ ଧରିବାକୁ ଯାଇଥିବା ପୋଲିସ ଉପରକୁ ଆକ୍ରମଣ

କାନପୁର,୭ ।୬: ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଗତ ଶୁକ୍ରବାର କାନପୁର ଗସ୍ତ କରିଥିବା ସମୟରେ ସେଠାରେ ହୋଇଥିବା ହିଂସାରେ ପଥରମାଡ କରିଥିବା ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଲାଗି ପଡିଛି । ହେଲେ ଏପର୍ଯ୍ୟନ୍ତ ଉକ୍ତ ଅଞ୍ଚଳରେ ଶାନ୍ତି ଫେରିପାରୁ ନାହିଁ । ନୂଆ ସଡ଼କରେ ଜୁନ ୩ରେ ହୋଇଥିବା ହିଂସାରେ ଜଣେ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ଟିମ ସେଠାରେ ପହଞ୍ଚିବା ପରେ ବଜାରିୟା ଥାନା ଅଞ୍ଚଳରେ କଂଘି ମୋହାଲ ଅଞ୍ଚଳରେ ଭିଡ ମଧ୍ୟରେ ପୋଲିସ ଉପରକୁ ଆକ୍ରମଣ ହୋଇଛି । ଏଥିରେ ପୋଲିସ ଜଣକୁ ଧରିଥିବା ବେଳେ ଅନ୍ୟ ଜଣଙ୍କୁ ଭିଡ ମଧ୍ୟରେ ଲୋକେ ଛଡାଇ ନେଇଛନ୍ତି । କୁହାଯାଉଛି କି ଏହି ସମୟରେ ଭିଡ ମଧ୍ୟରେ ପୋଲିସ ଉପରକୁ ପଥରମାଡ ବି ହୋଇଥିଲା । ହେଲେ ପୋଲିସ ପଥରମାଡ ଘଟଣାକୁ ଖଣ୍ଡନ କରିଛି । ଏହି ଘଟଣା ପରେ ଉକ୍ତ ଅଞ୍ଚଳରେ ସୁରକ୍ଷାକୁ କଡାକଡି କରାଯାଇଛି ।

Share