ପଥରଶିଳ୍ପ: ଓଡ଼ିଆର ଜାତିଗତ ସମ୍ପଦ

ବାହାର ଲେଖକମାନେ ଶାସ୍ତ୍ରର ମୂଳ ରହସ୍ୟକୁ ଖୋଜି ନ ଥିଲାପରି ମନେହୁଏ। ଯିଏ ଖୋଜିଛନ୍ତି ସେ କିମ୍ଭୂତକିମାକାର ତର୍ଜମା କରି ଓଡ଼ିଆ ସାଂସ୍କୃତିକ ପରମ୍ପରାକୁ କତରା (ଶେଯ) ଲାଗି କରିବାକୁ ଚେଷ୍ଟା କରିଛନ୍ତି। ଶୁଆଇ ଦେବାକୁ ଚାହିଁଛନ୍ତି। ଓଡ଼ିଆରେ ଗୋଟିଏ କଥା ଅଛି- ‘ଏକା ଥରକେ କତରାଲାଗି କରିଦେବି’। ଶାରୀରିକ, ଆର୍ଥିକ, ମାନସିକ ଓ ବାଚିକ (ବଚନ) ଆକ୍ରମଣରେ କତରାଲାଗି ସମ୍ଭାବନା ସୃଷ୍ଟି ହୁଏ। ବାହାରିଆ ତଥାକଥିତ ଇତିହାସକାର ତା’ ମଧ୍ୟରେ ଯୋଡ଼ିଲେ ସାଂସ୍କୃତିକ ଆକ୍ରମଣ। ସେମାନେ ଭାବିଲେ ଓଡ଼ିଆ ଜାତିର ଗୌରବକୁ କତରାଲାଗି କରିଦେଲେ ମୂଳରୁ କଥା ସରିବ। ହେଲେ ଓଡ଼ିଆ ଜାତିକୁ କତରାଲାଗି କରିବା ସମ୍ଭବ ନୁହେଁ, ସେକାଳରେ ବି ଓଡ଼ିଆ ଯଥା ସମ୍ଭବ ଜବାବ ଦେବା ପାଇଁ ଚେଷ୍ଟା କରିଥିଲା।
୧୯୪୭ ମସିହାରେ ‘ଶିଳ୍ପଚନ୍ଦ୍ରିକା’ ପୁସ୍ତକ ନିଖିଳ ଉତ୍କଳ ଗବେଷଣା କାର୍ଯ୍ୟାଳୟ, ପୁରୀଙ୍କ ଦ୍ୱାରା ପ୍ରକାଶିତ ହୋଇଥିଲା। ଏହାର ପ୍ରଥମ ସଂସ୍କରଣର ‘ସମର୍ପଣ ପତ୍ର’ରେ ରଘୁନାଥ ମିଶ୍ର ଲେଖିଥିଲେ- xxx ମନ୍ଦିରମାନଙ୍କ ଶିଳ୍ପ କାର୍ଯ୍ୟର ପ୍ରତ୍ୟକ୍ଷ ବର୍ଣ୍ଣନା ପୁସ୍ତକ ପ୍ରକାଶିତ ନ ହୋଇଥିବାରୁ ହତାଶ ହୋଇ ସେମାନେ ଫେରନ୍ତି। କେହି କେହି ବିଦେଶୀ ବା ପ୍ରତିବେଶୀ ଐତିହାସିକ ବ୍ୟକ୍ତି କହିଯାନ୍ତି ଓ ପତ୍ରପତ୍ରିକାରେ ବି ଆଲୋଚନା କରିଛନ୍ତି। ‘ଏ ସବୁ ଶିଳ୍ପ ଓଡ଼ିଶାର ନ ହୋଇପାରେ, ବାହାର ଲୋକ ସାହାଯ୍ୟରେ ଏହା ନିର୍ମାଣ କରାଯାଇଥିବ’। xxx ସେ ଏହା ଉପରେ ଆହୁରି କହିଛନ୍ତି ମତକୁ ଖଣ୍ଡନ କରିବା ପାଇଁ ଯୁକ୍ତିମୂଳକ ଶାସ୍ତ୍ରୀୟ ପ୍ରମାଣ ଦରକାର। ତେଣୁ ସେ ତଥ୍ୟ ସମ୍ବଳିତ ପୁସ୍ତକ ପ୍ରକାଶ ଉପରେ ଗୁରୁତ୍ୱ ଦେଇଥିଲେ। ଅବଶ୍ୟ ଆମେ ଏ ଦିଗରେ ଆଜି ମଧ୍ୟ କିଛିମାତ୍ରାରେ ପଛରେ ଅଛେ। ପ୍ରଚୁର ପ୍ରାମାଣିକ ପୋଥି ଅଛି, ମାତ୍ର ଲୋକଲୋଚନକୁ ଆସିବାର ତରିକାରେ ହେଳା କରିଛେ।
‘ଶିଳ୍ପ ଚନ୍ଦ୍ରିକା’ର ମୁଖବନ୍ଧ ଲେଖିଥିଲେ କୁଞ୍ଜବିହାରୀ ଦାଶ, ସୁପରିଣ୍ଟେଣ୍ଡେଣ୍ଟ, ସଂସ୍କୃତି ବିଭାଗ। ସେ ଓଡ଼ିଆ ଜାତିର କଳା ନିପୁଣତା ବିଷୟରେ ଯାହା ଲେଖିଥିଲେ ତାହା ପଢ଼ିବା କଥା। ସେ ଲେଖିଥିଲେ- xxx ଶିଳ୍ପ ଓଡ଼ିଆର ଜାତିଗତ ସମ୍ପଦ। xxx ସମସ୍ତ ସାଂସାରିକ ସୁଖ ସୌଭାଗ୍ୟକୁ ଜଳାଞ୍ଜଳି ଦେଇ ସେ ଲାଗିଥିଲା ଅଦୃଷ୍ଟ ପୂର୍ବ ଶିଳ୍ପସୃଜନରେ। ଯଶଃ ପିପାସା ସେମାନଙ୍କ ଅନ୍ତରରେ କଳୁଷର ରେଖା ଟାଣିପାରି ନ ଥିଲା। ଗୋଟିଏ ଜାତିକି ବେଠି ଖଟାଇ ରାଜଶକ୍ତି ଏହା କରାଇ ନ ଥିଲା। ତାହା ହୋଇଥିଲେ ଶ୍ରେଷ୍ଠ ଶିଳ୍ପର ଇଙ୍ଗିତ ମିଳନ୍ତା କାହୁଁ? ଏହା ଯଥାର୍ଥରେ ଜାତିର ଅନ୍ତର୍ନିହିତ ପ୍ରତିଭାର ଅଦ୍ଭୁତ ସ୍ଫୁରଣ’।
ଏଥିରୁ ସ୍ପଷ୍ଟ ହୁଏ ଶ୍ରୀ ଦାଶ ଆମର ସ୍ବାଭିମାନ ପ୍ରତି ଖୁବ୍‌ ସଚେତନ ଥିଲେ। ଏଥିରେ ଦୁଇଟି ସମାଲୋଚନାର ସେ ଉତ୍ତର ରଖିଛନ୍ତି। ଗୋଟିଏ ଓଡ଼ିଆମାନେ କରି ନ ଥିଲେର ଉତ୍ତର- ଶିଳ୍ପ ଓଡ଼ିଆର ଜାତିଗତ ସମ୍ପଦ। ଦ୍ୱିତୀୟରେ ଯେଉଁମାନେ ଶିଳ୍ପୀଙ୍କୁ ବେଠି ଖଟାଉଥିବା ରାଜଶକ୍ତି ଏବଂ ଅକଥନୀୟ ନିର୍ଯାତନା ଦେଇ କୋଣାର୍କ ମନ୍ଦିର ନିର୍ମାଣ କରାଇଥିଲା ବୋଲି ହଟଚମଟ ମୂଳକ ମତ ଦେଇଥିଲେ ତାହାର ଉତ୍ତର ମଧ୍ୟ ଦେଇଛନ୍ତି।
ଯେଉଁମାନେ ମନ୍ଦିର ନିର୍ମାଣ ଶୈଳୀର କୁହେଳିକାରୁ ଆଲୋଚନା ଆରମ୍ଭ କରିଥିଲେ ସେମାନଙ୍କୁ ସ୍ପଷ୍ଟ ଭାଷାରେ କୁଞ୍ଜବିହାରୀ ଜଣେଇ ଦେଇଛନ୍ତି- ଆର୍ଯ୍ୟ ଭାରତୀୟ ଶୈଳୀରେ ଉତ୍କଳୀୟ ମନ୍ଦିର ରଚନା ସକାଶେ ଏହା ପ୍ରସିଦ୍ଧି ଲାଭ କରିନାହିଁ। ଶିଳ୍ପୀର ହୃଦୟ ଘେନି ଓଡ଼ିଆ ଜାତି ପୃଥିବୀରେ ଜନ୍ମ ହୋଇଛି। ସୂର୍ଯ୍ୟ ସହିତ କିରଣ, କୁସୁମ ସହିତ ସୌରଭ, ଅଗ୍ନି ସହିତ ଉଷ୍ଣତା ଯେପରି ନିବିଡ଼ ଭାବରେ ସଂଯୁକ୍ତ, କଳା ସହିତ ଉତ୍କଳୀୟ ସେହିପରି ଅଙ୍ଗାଙ୍ଗୀ ଭାବରେ ସମ୍ପୃକ୍ତ। ସୃଜନ ପ୍ରବୃତ୍ତି ଓଡ଼ିଶାର ପ୍ରକୃତିଗତ। ଏଥିରେ ହିଁ ବିଶ୍ୱର ସକଳ ଜାତିଠାରୁ ଉତ୍କଳର ବୈଶିଷ୍ଟ୍ୟ ଫୁଟିଉଠିଛି’ xxx। (ତତ୍ରୈବ)।
ଏହା ହେଉଛି ଓଡ଼ିଆ ଜାତିର ସ୍ବାଭିମାନର ସ୍ବରଲିପି। ଆମେ ଶ୍ରୀ ଦାଶଙ୍କର ଆଭିମୁଖ୍ୟକୁ ଶିଳ୍ପଚନ୍ଦ୍ରିକା ପୁସ୍ତକର ମୁଖବନ୍ଧରୁ ଉଦ୍ଧାର କରି ଆଲୋଚନା କରିବାର ଆବଶ୍ୟକତା ସହଜରେ ଅନୁମେୟ। ଚଉସ୍ତରି ବର୍ଷ ତଳେ ସେ ଲେଖିଥିଲେ ଏଇଥିପାଇଁ ଯେ ବାହାରିଆ ଇତିହାସକାରମାନେ ବହୁ ହିନିମାନିଆ କଥା ଲେଖି ଗୋଟେ ଜାତିର ଗୌରବମୟ ଐତିହ୍ୟକୁ ହିନଛାକରା କରିଥିଲେ। ଓଡ଼ିଶାରେ ମନ୍ଦିର ସଂଖ୍ୟା ଏକ ଲକ୍ଷରୁ ନିଶ୍ଚୟ ବେଶି ହେବ। ବଣବୁଦାର ଭଙ୍ଗା ମନ୍ଦିରରେ କେତେ ଯେ ଦେବଦେବୀ ଅପୂଜା ରହୁଛନ୍ତି କିଏ କଳନା କରିବ? ଏପରି କି ମାଟି ଆଡ଼େଇଦେଲେ କେଉଁ ଯୁଗର ସୂକ୍ଷ୍ମ କାରୁକାର୍ଯ୍ୟ ମୂର୍ତ୍ତି ବାହାରିପଡ଼ି ଅତୀତ ସଭ୍ୟତାର ଅନେକ କିଛି କହିଯାଏ ବୋଲି ଶ୍ରୀ ଦାଶଙ୍କ ମତ ଏକ ଚିପୁଡ଼ା ନିର୍ଯାସ।
ବାସ୍ତବରେ ଆମ ମନ୍ଦିର, ଆମ ଐତିହ୍ୟ ଉପରେ ଆକ୍ରମଣ ଓ ଲୁଣ୍ଠନ ଯାଇ ଗଁାରେ ପହଞ୍ଚିଥିଲା। ଶହ ଶହ ବର୍ଷ ଧରି ଖଜଣା ଆଳରେ ଘର ଘର ଲୁଣ୍ଠନ କରାଗଲା। ବର୍ଗୀମାନେ ମାରିପିଟି ଓଡ଼ିଆଙ୍କର ପେଡ଼ି ପୁଟୁଳା ବି ଲୁଟି ନେଲେ। ଫିରିଙ୍ଗୀବାଲା ଶେଷକୁ ଆମ ଜମିଜମା ସୂର୍ଯ୍ୟ ଅସ୍ତ ହେବା ମାତ୍ରେ କଲିକତାରେ ଥାଇ ନିଲାମ କରିନେଲେ। ଅନ୍ନ ଚିନ୍ତା ଚମତ୍କାରରେ ଘାରି ହେଲା ଏ ଜାତି। ନିଜକୁ ରକ୍ଷା କରିବା ଯେଉଁଠି ଅସମ୍ଭାଳ ସେଠି ମନ୍ଦିର ମାଟିରେ ମିଶିଯିବା ସ୍ବାଭାବିକ ହୋଇପଡ଼ିଲା।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri