ପଥରଖାଦାନ ବ୍ଲାଷ୍ଟିଙ୍ଗ: ନଷ୍ଟ ହେଉଛି ଫସଲ

ସମ୍ବଲପୁର, ୧୪।୮ (ଶୁଭାଶିଷ ପାଢ଼ୀ): ରାଜସ୍ବ ଆଦାୟ କରିବା ପାଇଁ ସରକାରୀ ସ୍ତରରେ ପଥରଖାଦାନଗୁଡିକ ଲିଜ୍‌ ସୂତ୍ରରେ ଦିଆଯାଉଛି। ହେଲେ ଲିଜ୍‌ ଦେବା ପରେ ପଥରଖାଦାନ ପାର୍ଶ୍ୱରେ ଥିବା ରୟତି ଜମିଗୁଡିକ କିଭଳି ଭାବେ ନଷ୍ଟ ହୋଇଯାଉଛି ତାହାକୁ ନ ଦେଖିଲେ ବିଶ୍ୱାସ କରିହେବନାହିଁ। ଲିଜ୍‌ ଦେବା ପରେ ରାଜସ୍ବ ବିଭାଗ, ଖଣି ବିଭାଗ ଓ ଜିଲାପ୍ରଶାସନ, ପ୍ରଦୂଷଣ ବିଭାଗ ଚୁପ ବସି ଯାଉଛନ୍ତି। ତେଣୁ କରି ନିରୀହ ଚାଷୀମାନଙ୍କ ଫସଲ ନଷ୍ଟ ହୋଇଯାଉଛି। ଚାଷ ଅନୁପଯୋଗୀ ମଧ୍ୟ ଜମି ହେଉଛି। ଏଭଳି ଅଭିଯୋଗ ଆଣିଛନ୍ତି ଯୁଯୁମୁରା ତହସିଲ ଜାମଟାଲ ଗ୍ରାମର ସୁଶାନ୍ତ ତପନ। ରବିବାର ଯୁଯୁମୁରା ଥାନାରେ ସେ ଅଭିଯୋଗ କରିଛନ୍ତି। ଅଭିଯୋଗକ୍ରମେ ହାତିବାରୀ ମୌଜାରେ ଖାତା ନମ୍ବର ୧୬୨/୪୪୮ରେ ୧ ଏକର ୫୦ ଡିସିମିଲ, ପ୍ଲଟ ନମ୍ବର ୪୭୮ରେ ଏକ ୧ ଏକର ୭୦ ଡିସିମିଲ ଜମି ରହିଛି। ଏହି ଜମି ଅଣଜଳସେଚିତ ଅଟେ। ବର୍ଷା ସମୟରେ ଧାନ ଫସଲ ହେବା ସହ ଅନ୍ୟ ସମୟରେ ଶୋରିଷ, ରାଶି, ମୁଗ ଭଳି ଡାଲି ଓ ତେଲ ଜାତୀୟ ଫସଲ ହେଉଥିଲା। ବିଳମ୍ବରେ ବର୍ଷା ହୋଇଥିଲା ହେଲେ ମଧ୍ୟ ଧାନ ବୁଣିଥିଲେ ା ପଥର ଖାଦାରେ ନିୟମିତ ବ୍ଲାଷ୍ଟିଙ୍ଗ ହେବାରୁ ହୋଇଥିବା ଧାନ ଗଛ ନଷ୍ଟ ହୋଇଯାଉଛି। ପଥର ଖାଦାନର ବଡବଡ ପଥର ଖଣ୍ଡ ଚାଷ ଜମିରେ ଆସି ପଡୁଛି। ଏଥିପ୍ରତି ଅଭିଯୋଗ କରିବା ପରେ ମଧ୍ୟ ପଥର ଖାଦାନ କର୍ମଚାରୀମାନେ ଶୁଣୁ ନାହାନ୍ତି। ପଥର ଖାଦାନ ନିଲାମ କରିବା ପୂର୍ବରୁ ନିକଟରେ କାହାର ଜମି ରହିଛି ା ତାଙ୍କ ଠାରୁ ମଧ୍ୟ ଅନୁମତି ନେବା ଆବଶ୍ୟକ ରହିଛି। କାରଣ ଥରେ ନିଲାମ ନେବା ପରେ ଖାଦାନ ମାଲିକମାନେ ସରକାରଙ୍କ ନିୟମାବଳୀ ଓ ସର୍ତ୍ତାବଳିକୁ ପାଳନ କରୁନାହାନ୍ତି। ଫଳରେ ଚତୁପାର୍ଶ୍ୱରେ ଥିବା ଚାଷ ଜମି ପ୍ରଭାବିତ ହେଉଛି। ପ୍ରଦୂଷଣ ବିଭାଗ ଓ ଖଣି ବିଭାଗ କିଭଳି ଭାବେ ଅନୁମତି ପ୍ରଦାନ କରୁଛନ୍ତି। ରାଜସ୍ବ ଆଦାୟ କରିବା ପାଇଁ ରୟତି ଜମି ନଷ୍ଟ ନ ହେବ, ଚାଷୀଙ୍କ ହୀତ ପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଥିଲେ। ଅନ୍ୟପଟେ ପଥର ଖାଦାନରେ ନିୟମ ଠାରୁ ଅଧିକ ପଥର ଉତ୍ତୋଳନ କରାଯାଉଛି। ଅନୁମତି ଯେତିକି ମିଳିଛି ତାହା ଠାରୁ ଅଧିକ ଖନନ ହୋଇଛି। ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଚାଷୀ ଦାବି କରିଥିଲେ। ଏହି ପଥର ଖାଦାନ ବନ୍ଦ କରିବା ପାଇଁ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଚାଷୀ ସୁଶାନ୍ତ ତପନ ଅନୁରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ବଢ଼ିଲା ଗ୍ୟାସ୍‌ ଦର: ଜାଣନ୍ତୁ କେତେ ହେଲା ସିଲିଣ୍ଡର

ନୂଆଦିଲ୍ଲୀ,୧।୪:କମର୍ସିଆଲ LPG ଦର ବଢ଼ାଇଛନ୍ତି କେନ୍ଦ୍ର ସରକାର। କମର୍ସିଆଲ LPG ସିଲିଣ୍ଡର ପିଛା ଦର ୧୯୫ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି। ନୂଆଦିଲ୍ଲୀରେ ୧୯ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri