Categories: ଜାତୀୟ

ଚନ୍ଦ୍ରାବାବୁଙ୍କୁ ପଥର ମାଡ଼

ହାଇଦ୍ରାବାଦ, ୧୩।୪: ଜେଡ୍‌ ପ୍ଲସ ସୁରକ୍ଷା ସତ୍ତ୍ୱେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ଅଧ୍ୟକ୍ଷ ଚନ୍ଦ୍ରାବାବୁ ନାଇଡ଼ୁଙ୍କ ଉପରେ ସୋମବାର ପଥର ମାଡ଼ ହୋଇଛି। ତିରୁପତିଠାରେ ଏକ ସଭାରେ ଉଦ୍‌ବୋଧନ ଦେଉଥିବାବେଳେ ତାଙ୍କ ଉପରକୁ କେହି ପଥର ଫିଙ୍ଗିଥିଲେ। ଜଣେ ଟିଡିପି କର୍ମୀ ଏଥିରେ ଆହତ ହୋଇଛନ୍ତି। ପରେ ଚନ୍ଦ୍ରାବାବୁ ମଞ୍ଚରୁ ଓହ୍ଲାଇ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହ ଧାରଣାରେ ବସିଥିଲେ।

Share