ଆଖି ବୁଜିଲେ ପେଟ ବାହାରେ ପାକସ୍ଥଳୀ ଥିବା ଶିଶୁ

ବରଗଡ଼ ଅଫିସ,୨୦।୨: ବରଗଡ଼ ଜିଲା ପାଇକମାଳ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରେ ଶୁକ୍ରବାର ପେଟ ବାହାରେ ପାକସ୍ଥଳୀ ରହିଥିବା ଅବସ୍ଥାରେ ଜନ୍ମ ନେଇଥିବା ନବଜାତ ଶିଶୁପୁତ୍ରଙ୍କ ଶନିବାର ସକାଳୁ କଟକ ଶିଶୁଭବନରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ପରିବାର ଲୋକେ ମୃତ ଶିଶୁପୁତ୍ରକୁ ଧରି ଘରକୁ ଫେରୁଛନ୍ତି।

ପ୍ରକାଶ ଥାଉକି, ଶୁକ୍ରବାର ସକାଳ ପ୍ରାୟ ୭ଟାରେ ଶିଶୁପୁତ୍ରର ଜନ୍ମ ହୋଇଥିଲା। ଜନ୍ମପରେ ଶିଶୁକୁ ପ୍ରଥମେ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା ଏବଂ ପରେ ଭୀମସାର୍‌, ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରୁ ଶିଶୁପୁତ୍ରକୁ କଟକ ଶିଶୁଭବନକୁ ଅଧିକ ଚିକିତ୍ସା ପାଇଁ ପଠାଯାଇଥିଲା। ତେବେ ଜନ୍ମର ୨୪ ଘଣ୍ଟା ପରେ ଶିଶୁପୁତ୍ରର ଜୀବନ ଚାଲି ଯାଇଥିଲା।