ଟ୍ରଲିରେ ବୋହି ନେଇଥିଲେ ଚୋରି ସାମଗ୍ରୀ

ଭୁବନେଶ୍ୱର,୨୦।୬(ସତ୍ୟଜିତ୍‌ ରାଉତ): ଅବସରପ୍ରାପ୍ତ ବ୍ୟାଙ୍କ୍‌ ଜେନେରାଲ ମ୍ୟାନେଜର ରବୀନ୍ଦ୍ର ନାଥ ଦାସଙ୍କ ଘର ତାଲା ଭାଙ୍ଗି ୧.୧୫ ଲକ୍ଷ ଟଙ୍କା ସମେତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଚୋରି ଘଟଣାରେ ଖଣ୍ଡଗିରି ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଡୁମୁଡୁମା ରହମତ୍‌ ନଗରର ମୁଖ୍ୟ ଅଭିଯୁକ୍ତ ସେଖ୍‌ ଓରେଞ୍ଜେବ୍‌ (୨୨) ଓ ପଶ୍ଚିମବଙ୍ଗ ପୂର୍ବ ମେଦିନପୁର ଅଞ୍ଚଳର ସେଖ୍‌ ସଦାମ୍‌ (୨୪)। ଉଭୟଙ୍କଠାରୁ ଚୋରି ୨୨୫ ଗ୍ରାମର ସୁନା ଅଳଙ୍କାର, ୧୫୦ ଗ୍ରାମର ରୁପା ଅଳଙ୍କାର, ନଗଦ ୯୧ ହଜାର ଟଙ୍କା, ଘରୋଇ ସାମଗ୍ରୀ ସମେତ ଚୋରିରେ ବ୍ୟବହୃତ ଶାବଳ, ରଡ୍‌, ଟ୍ରଲି ଆଦି ଜବତ ହୋଇଛି। ଚୋରି ପରେ ଏସବୁ ସାମଗ୍ରୀକୁ ଅଭିଯୁକ୍ତମାନେ ଟ୍ରଲିରେ ବୋହି ନେଇଥିଲେ। କିଛି ଟଙ୍କାକୁ ମୁଖ୍ୟ ଅଭିଯୁକ୍ତ ଖର୍ଚ୍ଚ କରି ଦେଇଥିଲେ। ବଳକା ଟଙ୍କା, ସୁନା ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀକୁ ସେ ତାଙ୍କ ଘର ସାମ୍ନା ଏକ ପରିତ୍ୟକ୍ତ ସ୍ଥାନରେ ପୋତି ଦେଇଥିଲେ। ପୋଲିସ ଜାଣିବା ପରେ ମାଟି ଖୋଳି ସେସବୁକୁ ଜବତ କରିଥିଲା। ତେବେ ପୋଲିସ ନଜରରୁ ବର୍ତ୍ତିବାକୁ ସେ ପ୍ରବଳ ନିଶା ସେବନ କରି ନିଶା ନିବାରଣ କେନ୍ଦ୍ରକୁ ପଳାଉଥିଲେ। ଏହା ଜାଣିବା ପରେ ପୋଲିସ ବିଭିନ୍ନ ନିଶା ନିବାରଣ କେନ୍ଦ୍ରଗୁଡ଼ିକୁ ଯାଞ୍ଚ କରି ଶେଷରେ କୋଳଥିଆସ୍ଥିତ ନିଶା ନିବାରଣ କେନ୍ଦ୍ରରୁ ତାଙ୍କୁ ଧରିଥିଲା। ସୋମବାର ଉଭୟଙ୍କୁ କୋର୍ଟଚାଲାଣ କରାଯିବା ପରେ ଜେଲକୁ ପଠାଇ ଦିଆଯାଇଛି। ତେବେ ସେଖ୍‌ ଓରେଞ୍ଜେବ୍‌ଙ୍କ ନାମରେ ଖାରବେଳନଗର ଥାନାରେ ଆଉ ୨ଟି ମାମଲା ଥିବା ପୋଲିସ କହିଛି।
ସୂଚନା ଅନୁଯାୟୀ, ରବୀନ୍ଦ୍ର ଜଗମୋହନନଗର ଲେନ୍‌-୪ସ୍ଥିତ ପ୍ଲଟ ନଂ. ୧୦୭୦/୧୨ରେ ପରିବାର ସହ ରୁହନ୍ତି। ଗତ ୧୦ ତାରିଖରେ ସେ ପରିବାର ସହ ଗୁଆହାଟୀ ଯାଇଥିଲେ। ୧୨ ତାରିଖ ରାତି ପ୍ରାୟ ୧୨ଟା ୩୦ରେ ଅଭିଯୁକ୍ତମାନେ ଏକ ଟ୍ରଲିରେ ଆସି ଶାବଳ ଓ ରଡ୍‌ ଦ୍ୱାରା ଘରର ତାଲା ଭାଙ୍ଗି ଚୋରି କରିଥିଲେ। ୧୩ ତାରିଖ ସକାଳେ ଘରର ଚାକରାଣୀ ରବୀନ୍ଦ୍ରଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଅଭିଯୋଗପରେ ପୋଲିସ ଏକ ମାମଲା (ନଂ.୨୫୪/୨୦୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ସ୍ଥାନୀୟ ସିସିଟିଭି ଫୁଟେଜ୍‌ରୁ ଅଭିଯୁକ୍ତଦ୍ୱୟ ଏକ ଟ୍ରଲିରେ ଆସି ଚୋରି କରିଥିବା ଜଣାପଡ଼ିବା ପରେ ସେମାନଙ୍କୁ ଚିହ୍ନଟ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri