ଚୋରି ଯାଇଥିବା ସାଢ଼େ ୬ କେଜି ସୁନା ଗହଣା ଜବତ, ୧୫ ଗିରଫ

ଛତ୍ରପୁର,୧୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ସୁନା ବ୍ୟବସାୟୀ ସୁରେନ୍ଦ୍ର କୁମାର ନାୟକଙ୍କ ଘରୁ ଅକ୍ଟୋବର ୧୨ ବିଳମ୍ବିତ ରାତିରେ ସୁନା ଚୋରି ହୋଇଥିଲା। ତେବେ ବୁଧବାର ଏହି ଘଟଣାରେ ଗଞ୍ଜାମ ପୋଲିସକୁ ବଡ଼ ସଫଳତା ମିଳିଛି। ଏହି ମାମଲାରେ ସମ୍ପୃକ୍ତ ୧୫ ଜଣକୁ ଗିରଫ କରାଯାଇଛି। ସେଥିମଧ୍ୟରେ ୧୦ ଜଣ ଚୋର ଓ ୫ ଜଣ ଚୋରି ହୋଇଥିବା ସୁନା କିଣିବା ବ୍ୟକ୍ତି ଅଛନ୍ତି। ସେମାନଙ୍କ ନିକଟରୁ ୬ କେଜି ୫୦୧ ଗ୍ରାମ ସୁନା, ନଗଦ ୪ ଲକ୍ଷ ୪୪ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଗିରଫମାନେ ହେଲେ ପୁରୁଷୋତ୍ତମପୁରର କାଳିଆ ଓରଫ ଘନଶ୍ୟାମ ବେହେରା, କାଳିଆ ଦାସ, ବାଘା ଓରଫ ତ୍ରିନାଥ ବେହେରା, କାନହୁ ଚରଣ ପଟ୍ଟନାୟକ, ଶଙ୍କର ବେହେରା, ସରାଜ୍ୟ ଦାସ, କବିସୂର୍ଯ୍ୟନଗର ଥାନା ଅଂଚଳ ର ପିଣ୍ଟୁ ନାହାକ, ବୁଲୁ ନାହାକ,ସନ୍ୟାସୀ ନାହାକ, ଅମିତ ବେହେରା, ପୁରୁଷୋତ୍ତମପୁରର ଡି. ଦିପୁ ଆଚାର୍ଯ୍ୟ, ସନ୍ତୋଷ ଆଚାର୍ଯ୍ୟ, ମିଥୁନ ବେହେରା, ବ୍ରହ୍ମପୁରର ବି. ବୀରଭଦ୍ର ରାଓ, ନନ୍ଦ କିଶୋର ଭଗତ ରହିଛନ୍ତି।
ଅକ୍ଟୋବରରେ ସୁରେନ୍ଦ୍ରଙ୍କ ଛାତ କବାଟ ଭାଙ୍ଗି ଘରେ ପଶି ସୁନା ଚୋରି କରିଥିଲେ ଅଭିଯୁକ୍ତମାନେ। ଏସମ୍ପର୍କରେ ଛତ୍ରପୁରରେ ଅନୁଷ୍ଠିତ ଖବରଦାତା ସମ୍ମିଳନୀରେ ଡିଆଇଜି ସତ୍ୟବ୍ରତ ଭୋଇ ସୂଚନା ଦେଇଛନ୍ତି। ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ, ଅତରିକ୍ତ ଏସ୍‌ପି ଠାକୁର ପ୍ରସାଦ ପାତ୍ର, ଡିଏସ୍‌ପି ଉତ୍କଳ କେଶରୀ ଦାସ ଓ ଅଜୟ ମିଶ୍ର, ଏସ୍‌ଡିପିଓ ସୀମା ସ୍ବାଇଁ ଏବଂ ପୁରୁଷୋତ୍ତମପୁର ଥାନା ଆଇଆଇସି ଜଗନ୍ନାଥ ମଲିକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ପ୍ରବଳ ଶୀତ: ୧୨ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨ (ବନ୍ଦନା ସେଠୀ):ରାଜ୍ୟରେ ଏବେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଘନ କୁହୁଡ଼ି ସହିତ ଶୀତ ଲହରି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି। ଏଥିସହିତ...

ଭିକ୍ଟୋରିଆ ଯୁଗର ଜୋତା ମିଳିଲା

ଲଣ୍ଡନ: ସମ୍ପ୍ରତି ୱେଲ୍ସ କାଉଣ୍ଟିର ଏକ ଅଜବ ଏବଂ ରହସ୍ୟମୟ ଘଟଣା ସ୍ଥାନୀୟ ଲୋକଙ୍କୁ ବିସ୍ମିତ କରିଦେଇଛି। ଦକ୍ଷିଣ ୱେଲ୍ସର ଗ୍ଲାମୋର୍ଗାନ ଉପତ୍ୟକାର ଓଗମୋର୍‌-ବାଇ-ସି ବିଚ୍‌ରେ...

ଜାଲ୍‌ ଲାଇସେନ୍ସରେ ବନ୍ଧୁକ ବେପାର, ୩ ଗିରଫ

ରାଉରକେଲା,୩୧।୧୨(ସଙ୍ଗୀତା ଜେନା): ରାଉରକେଲା ଜିଲା ପୋଲିସ ସୋମବାର ରାଉରକେଲାର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଆନ୍ତଃ ରାଜ୍ୟ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ କରିଛି। ଜାଲ୍‌...

ରଙ୍ଗ ବଦଳୁଛି

ନିଶ୍ଚିତ ଭାବେ କୁହାଯାଇପାରେ, ପରିବେଶ ଓ ପରିସଂସ୍ଥାନ ବିଗିଡ଼ିଗଲେ ତାହାର ପ୍ରଭାବ ପ୍ରାଣୀ ଓ ଉଦ୍ଭିଦଜଗତ ଉପରେ ପଡ଼ିବ। ନିଜର ସ୍ବାର୍ଥ ସାଧନ ପାଇଁ ପ୍ରକୃତିର...

ବାଂଲାଦେଶରେ ଆଉ ଜଣେ ହିନ୍ଦୁଙ୍କୁ ହତ୍ୟା

ନୂଆଦିଲ୍ଲୀ,୩୧ା୧୨: ବାଂଲାଦେଶର ମିମେନସିଂ ଜିଲା ଅନ୍ତର୍ଗତ ଏକ ପୋଷାକ କାରଖାନା ଭିତରେ ସହକର୍ମୀଙ୍କ ଗୁଳିମାଡ଼ରେ ଜଣେ ହିନ୍ଦୁ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଉକ୍ତ ବ୍ୟକ୍ତି ଜଣକ...

ଚାଇନାକୁ ଜୋରଦାର ଝଟ୍‌କା ଦେଲା ଭାରତ: ୩ ବର୍ଷ ଯାଏ…

ନୂଆଦିଲ୍ଲୀ,୩୧।୧୨: ଭାରତ ସରକାର ଚାଇନାରୁ ବର୍ଦ୍ଧିତ ଶସ୍ତା ଇସ୍ପାତ ଆମଦାନୀକୁ ରୋକିବା ପାଇଁ ତିନି ବର୍ଷ ପାଇଁ କିଛି ଇସ୍ପାତ ଉତ୍ପାଦ ଉପରେ ୧୧-୧୨ ପ୍ରତିଶତ...

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ସମୟସୀମା ମଧ୍ୟରେ ଯୁକ୍ତି ରଖିବେ ଆଇନଜୀବୀ

ନୂଆଦିଲ୍ଲୀ,୩୧ା୧୨: ସୁପ୍ରିମକୋର୍ଟ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର (ଏସ୍‌ଓପି) ଜାରି କରିଛନ୍ତି, ଯେଉଁଥିରେ ଆଇନଜୀବୀମାନେ ଅଦାଲତରେ ସମସ୍ତ ନୋଟିସ୍‌ ପରବର୍ତ୍ତୀ ଏବଂ ନିୟମିତ ଶୁଣାଣିରେ ଯୁକ୍ତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri