Categories: ଜାତୀୟ

ଚୋରି ଶିଶୁ ଭାଜପା ନେତାଙ୍କ ଘରୁ ଉଦ୍ଧାର

ଲକ୍ଷ୍ନୌ,୩୦।୮:ମଥୁରା ରେଳଷ୍ଟେଶନରୁ ଗତ ସପ୍ତାହରେ ଜଣେ ୭ ମାସର ଶିଶୁ ଚୋରି ହୋଇଥିଲା। ଚୋରି ସମୟର ଦୃଶ୍ୟ ଷ୍ଟେଶନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି। ପୋଲିସ ଖୋଜାଖୋଜି ପରେ୧୦୦ କିଲୋମିଟର ଦୂର ଫିରୋଜାବାଦର ଭାଜପା କର୍ପୋରେଟରଙ୍କ ଘରୁ ଉକ୍ତ ଶିଶୁକୁ ଉଦ୍ଧାର କରିଛି। ଶିଶୁ ଚୋରି କରି ବିକ୍ରି କରିବାରେ ଏକ ର଼୍ୟାକେଟ ସମ୍ପୃକ୍ତ ଥିବା ପୋଲିସ କହିଛି। ଭାଜପା କର୍ପୋରେଟର ବିନିତା ଅଗ୍ରଓ୍ବାଲ ଓ ତାଙ୍କ ସ୍ବାମୀ ଉକ୍ତ ଶିଶୁପୁତ୍ରକୁ ଦୁଇଜଣ ଡାକ୍ତରଙ୍କଠାରୁ ୧.୮ ଲକ୍ଷ ଟଙ୍କାରେ କିଣିଥିବା କହିଛନ୍ତି। ଉକ୍ତ ଡାକ୍ତର ଶିଶୁ ଚୋରି ର଼୍ୟାକେଟରେ ସମ୍ପୃକ୍ତ ଥିବା କୁହାଯାଉଛି। ଚୋରି ସମୟରେ ସିସିଟିଭି କ୍ୟାମେରାରେ ଧରାପଡ଼ିଥିବା ବ୍ୟକ୍ତି ସମେତ ୮ ଜଣଙ୍କୁ ଗିରଫ କରି ପୋଲିସ ପଚରାଉଚରା କରୁଛି।

Share