Categories: ଫୁରସତ

ମାତାପିତାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଫେରାର ହୋଇଯାଇଥିଲେ ଏହି ଯୁବତୀ, ଜାଣନ୍ତୁ କାରଣ

ଲଣ୍ଡନ,୨୦ା୧୧: ବ୍ରିଟେନର ଜଣେ ଯୁବତୀ ତାଙ୍କ ମାତାପିତାଙ୍କ ସଞ୍ଚିତ ଅର୍ଥରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ନେଇ ଘରୁ ଲୁଚି ପଳାଇଥିଲେ। ଯାହାକି ପରେ ଏହି ଯୁବତୀଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡ ମିଳିଥିଲା। ବର୍ତ୍ତମାନ ତାଙ୍କ ମାତାପିତା ଝିଅଙ୍କୁ କ୍ଷମା କରି ଦେଇଥିବା କହିଛନ୍ତି।

ଏସେକ୍ସରେ ରହୁଥିବା ମେଲିସା ଫୋର୍ଡହାଇମ୍‌ ନାମକ ଜଣେ ୨୫ ବର୍ଷୀୟା ଯୁବତୀ ତାଙ୍କ ମାତାପିତାଙ୍କ କ୍ରେଡିଟ୍‌ କାର୍ଡ ଏବଂ ବ୍ୟାଙ୍କ ଆକାଉଣ୍ଟରୁ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଚୋରି କରି ନେଇଥିଲେ। ସେହି ସମୟରେ ତାଙ୍କ ମାତାପିତା ୟୁରୋପ ଗସ୍ତରେ ଯାଇଥିଲେ। ନଭେମ୍ବର ୨୦୧୭ରେ ଏହା ଜଣାପଡ଼ିବା ପରେ ମେଲିସାଙ୍କୁ ୩ ବର୍ଷ ଜେଲ୍‌ ହୋଇଥିଲା। ଏହି ସମୟରେ ମେଲିସା କହିଥିଲେ ଯେ, ସେ ଏକ ଡଜନରୁ ଅଧିକ ଠକେଇ ଏବଂ ଚୋରି ମାମଲାରେ ଜଡ଼ିତ ଥିଲେ। କାରଣ ସେ ଜଣେ ପେସାଦାର ଚୋରଣୀ ଥିଲେ। ବର୍ତ୍ତମାନ ତାଙ୍କ ମାତାପିତା କହିଛନ୍ତି ଯେ, ତାଙ୍କ ଝିଅ ଜେଲ୍‌ ଯିବା ପରେ ବହୁତ ପରିବର୍ତ୍ତନ ହୋଇଯାଇଛନ୍ତି। ତେଣୁ ସେ ତାଙ୍କୁ କ୍ଷମା କରିଦେଇଛନ୍ତି। ତାଙ୍କର ଆତ୍ମବିଶ୍ୱାସ ବଢ଼ିଛି। ସେ ମଧ୍ୟ ଖୁସି ଅଛନ୍ତି।

ଲଣ୍ଡନସ୍ଥିତ ଏକ ଶିକ୍ଷାନୁଷ୍ଠାନରେ କାମ କରୁଥିବା ମେଲିସା କହିଛନ୍ତି ଯେ, ସେ ତାଙ୍କ ମାତାପିତାଙ୍କୁ ଧନ୍ୟବାଦ ଦେଇଛନ୍ତି। କାରଣ ତାଙ୍କୁ ସେମାନେ କ୍ଷମା କରିଦେଇଛନ୍ତି। ମେଲିସାଙ୍କ ଅଭିଭାବକ ଏହି ଜାଲିଆତି ବିଷୟରେ ଜାଣିଲେ ଯେତେବେଳେ ସେମାନେ ସ୍ପେନ୍‌ରେ ଥିବା ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଯାଇଥିଲେ। ପରେ ସେ ମେଲିସାଙ୍କ ସହ କଥା ହେବାରୁ ପୂରା ଘଟଣା ବିଷୟରେ ଜାଣିଥିଲେ।

Share