Categories: ଖେଳ

ଆଇପିଏଲ୍‌ ଶେଷ ହେବା ପୂର୍ବରୁ ଫେରିବେ ଷ୍ଟୋକ୍ସ

ଓ୍ବେଲିଂଟନ, ୨୩ା୨ (ପି.ଟି.): ଇଂଲଣ୍ଡ ଟେଷ୍ଟ ଅଧିନାୟକ ବେନ୍‌ ଷ୍ଟୋକ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଶେଷ ହେବା ପୂର୍ବରୁ ସ୍ବଦେଶ ଫେରିଯିବେ। ଆୟର୍ଲାଣ୍ଡ ବିପକ୍ଷ ଏକ ମାତ୍ର ଟେଷ୍ଟରେ ସେ ତାଙ୍କ ଦଳର ନେତୃତ୍ୱ ନେବେ ଏବଂ ଆଶେସ ସିରିଜ ଲାଗି ସେ ନିଜକୁ ପ୍ରସ୍ତୁତ କରିବେ। ଆଇପିଏଲ୍‌ ଫାଇନାଲ ମେ ୨୮ରେ ହେବ। ଏହାର ୪ଦିନ ପରେ ଅର୍ଥାତ ଜୁନ ୧ରେ ଲଡର୍‌ସଠାରେ ଏକ ମାତ୍ର ଆୟର୍ଲାଣ୍ଡ ଟେଷ୍ଟ ଖେଳାଯିବ। ଅଷ୍ଟ୍ରେଲିଆ ବିପକ୍ଷ ଆଶେସ ସିରିଜ ଜୁନ୍‌ ୧୬ରୁ ହେବ। ଷ୍ଟୋକ୍ସ ବିଭିନ୍ନ କାରଣରୁ ଆଇପିଏଲ୍‌ର ଗତ ଦୁଇଟି ସଂସ୍କରଣରେ ଖେଳି ନ ଥିଲେ। ଗତ ଡିସେମ୍ବରରେ ହୋଇଥିବା ଆଇପିଏଲ୍‌ ନିଲାମିରେ ୪ଥର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାଙ୍କୁ ୧୬.୨୫ କୋଟି ଟଙ୍କା ବିନିମୟରେ କ୍ରୟ କରିଛି। ସିଏସ୍‌କେ ଯଦି ଆଇପିଏଲ୍‌ ଫାଇନାଲ ପର୍ଯ୍ୟାୟରେ ପହଞ୍ଚେ ତଥାପି ସେ ପ୍ରସ୍ତୁତି ପାଇଁ ଇଂଲଣ୍ଡ ଫେରିଯିବେ।

Share