ବିପଦସଙ୍କୁଳ ସ୍ଥାନରେ ଠିକାଦାର କରିଛନ୍ତି ଷ୍ଟକ୍‌ୟାର୍ଡ

କୋରୁକୋଣ୍ଡା,୧୧ା୩(ଡି.ଏନ୍‌.ଏ.): ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇଦେବାକୁ ସରକାରଙ୍କ ପକ୍ଷରୁ ଜିଲାର ବିଭିନ୍ନ ସ୍ଥାନରେ ମେଗା ପାନୀୟ ଜଳ ପ୍ରକଳ୍ପ ସ୍ଥାପନ ପାଇଁ ଟେଣ୍ଡର ମାଧ୍ୟମରେ କିଛି ଠିକାସଂସ୍ଥାକୁ ଦାୟିତ୍ୱ ମିଳିଛି। ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକର ୧୧ଟି ପଞ୍ଚାୟତକୁ ସ୍ବଚ୍ଛ ପାନୀୟ ଜଳ ଯୋଗାଇବା ପାଇଁ ଏକ ମେଗା ପାନୀୟ ଜଳ ପ୍ରକଳ୍ପ ମାରିୱାଡା ପଞ୍ଚାୟତରେ କରିବାକୁ ନିଷ୍ପତ୍ତି ହୋଇଛି। କେଇସି-କେଆଇପିଏଲ୍‌ ଜଏଣ୍ଟ ଭେଞ୍ଚର ନାମକ ସଂସ୍ଥା ଏହି କାର୍ଯ୍ୟର ଠିକା ନେଇଛି। ଉକ୍ତ ସଂସ୍ଥା ଗ୍ରାମକୁ ଗ୍ରାମ ପାଣି ଯୋଗାଇବା ପାଇଁ ବହୁ ମାତ୍ରାରେ ବିଭିନ୍ନ ସାଇଜର ପାଇପ ରଖିବା ପାଇଁ କୋରୁକୋଣ୍ଡା ବ୍ଲକ ସଦର ପାଖ ଟେକଗୁଡ଼ାରେ ଏକ ଷ୍ଟକ୍‌ୟାର୍ଡ ସ୍ଥାପନ କରିଛି। ସେହି ସ୍ଥାନଟି ପାଇପ ଷ୍ଟକ୍‌ୟାର୍ଡ ପାଇଁ ଉପଯୁକ୍ତ ନୁହେଁ ବୋଲି ଅଭିଯୋଗ ହେଉଛି। କାରଣ ଉକ୍ତ ସ୍ଥାନ ପରିସରର ମଧ୍ୟଭାଗରେ ୩୩ କେଭି ବିଦ୍ୟୁତ୍‌ ସଂଯୋଗ ତାର ଯାଇଛି। ୟାର୍ଡ ପରିସରକୁ ପ୍ରବେଶ କରିବାକୁ ଥିବା ମୁଖ୍ୟ ରାସ୍ତାରେ ୧୧କେଭିର ସଂଯୋଗ ହୋଇଥିବା ତାର ଠିକାଦାରଙ୍କ ଷ୍ଟକ୍‌ୟାର୍ଡ ଜମିଠାରୁ ମାତ୍ର ୧୨ରୁ ୧୫ ଫୁଟ ଉଚ୍ଚତାରେ ରହିଛି। ସେଠାକୁ ଆସୁଥିବା ପାଇପ ବୋଝେଇ ଟ୍ରକ୍‌ରୁ ପାଇପ ଓହ୍ଲାଇବା ଓ ଅନ୍ୟ ଯାନକୁ ଲୋଡ୍‌ କରିବା ବିପଦସଙ୍କୁଳ। କିଛି ମାସ ତଳେ ପଡ଼ିଆ ବ୍ଲକରେ ଥିବା ଷ୍ଟକ୍‌ ୟାର୍ଡରେ ପାଇପ ଗାଡ଼ିରୁ ଓହ୍ଲାଇବା ଏବଂ ଲୋଡ୍‌ କରିବା ସମୟରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଉକ୍ତ ଗାଡ଼ି ଚାଳକଙ୍କ ମୃତ୍ୟୁ ହୋଇଥିଲା। କୋରୁକୋଣ୍ଡାରେ ସେପରି କିଛି ଅଘଟଣ ଘଟିବା ପୂର୍ବରୁ ଠିକାଦାର ଷ୍ଟକ୍‌ ୟାର୍ଡ ସ୍ଥାନ ପରିବର୍ତ୍ତନ କରିବାକୁ ଦାବି ହେଉଛି। ଏ ଦିଗରେ ବିଭାଗୀୟ ଅଧିକାରୀ ପଦକ୍ଷେପ ନେବାକୁ ମତ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri