Categories: ବାଣିଜ୍ୟ

ଖସିଲା ଶେୟାର ବଜାର କାରବାର

ନୂଆଦିଲ୍ଲୀ,୨୧।୨: ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ଦରବୃଦ୍ଧି ଯୋଗୁ ଭାରତୀୟ ଶେୟାର ବଜାରରେ ମାନ୍ଦାବସ୍ଥା ଦେଖାଦେଇଛି। ଏପରିକି ଚଳିତ ସପ୍ତାହର ୧ମ କାର୍ଯ୍ୟଦିବସ (ଷ୍ଟକ୍‌ବଜାର)ର ଫଳାଫଳ ଅନୁଯାୟୀ ଶେୟାର ବଜାରର ନିବେଶକମାନେ ଲକ୍ଷାଧିକ ଟଙ୍କାର ନିବେଶ ହରାଇଛନ୍ତି। ବିଶେଷକରି ସୋମବାର ଶେୟାର ବଜାରର କାରବାର ଶେଷ ସୁଦ୍ଧା ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ)ର ସେନ୍‌ସେକ୍ସ ୩୧୧ (୩୧୧.୦୩) ପଏଣ୍ଟ ଖସି ୬୦,୬୯୨ (୬୦,୬୯୧.୫୪) ଅଙ୍କରେ କାରବାର ବନ୍ଦ କରିଥିଲା। ସେହିଭଳି ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ) ର ନିଫ୍ଟି-୫୦ରେ ମଧ୍ୟ ୧୦୦ (୯୯.୬୦) ପଏଣ୍ଟ ହ୍ରାସ ଘଟି ୧୭,୮୪୫ (୧୭,୮୪୪.୬୦) ଅଙ୍କରେ କାରବାର ବନ୍ଦ ହୋଇଥିଲା।

Share