ସର୍ବକାଳୀନ ଉଚ୍ଚତା ଛୁଇଁବା ପରେ ଖସିଲା ଶେୟାର ବଜାର, ୭୫ ହଜାର ତଳେ ବନ୍ଦ ହେଲା ସେନସେକ୍ସ

ମୁମ୍ବାଇ,୯।୩: ଭାରତୀୟ ଶେୟାର ବଜାର ମଙ୍ଗଳବାର ସର୍ବକାଳୀନ ଉଚ୍ଚତା ଛୁଇଁ ନୂଆ ଇତିହାସ ରଚିଛି। କିନ୍ତୁ ବଜାର ଏହି ସ୍ତରର ବନ୍ଦ ହୋଇନାହିଁ ଏବଂ ଗତ କାଲିର ତୁଳନାରେ ଆହୁରି ତଳକୁ ଖସି ବନ୍ଦ ହୋଇଥିଲା। ଦିନ ଯାକ ବଜାରରେ ଉତ୍ସାହ ଲାଗିରହିଥିଲା ବେଳେ ଶେଷ ବେଳକୁ ନିବେଶକଙ୍କ ଲାଭ ଆଦାୟ କାରଣରୁ ହ୍ରାସ ସହିତ ବନ୍ଦ ହୋଇଥିଲା।

ମଙ୍ଗଳବାର ବିଏସଇ ସେନସେକ୍ସ ସୁଚକାଙ୍କ ୫୮.୮୦ ପଏଣ୍ଟ ହ୍ରାସ ସହିତ ୭୪.୬୮୩ ପଏଣ୍ଟରେ ବନ୍ଦ ହୋଇଥିଲା ଏବଂ ନିଫ୍ଟି ୨୩.୫୫ ପଏଣ୍ଟ ହ୍ରାସ ସହିତ ୨୨, ୬୪୨ ସ୍ତରରେ ବନ୍ଦ ହୋଇଥିଲା।

ଦିନର କାରବାରରେ, ସେନସେକ୍ସ ସର୍ବକାଳୀନ ଉଚ୍ଚ ସ୍ତରକୁ ୭୫,୧୨୪.୨୮ ଛୁଇଁଥିଲା ଏବଂ ନିଫ୍ଟି ସର୍ବକାଳୀନ ଉଚ୍ଚ ସ୍ତରକୁ ୨୨,୭୬୮.୪୦ ଛୁଇଁଥିଲା। ଅବଶ୍ୟ, ଦିନ ଯେତିକି ଆଗକୁ ବଢ଼ୁଥିଲା, ଲାଭ ଆଦାୟ ବଜାରରେ ପ୍ରାଧାନ୍ୟ ବିସ୍ତାର କରି ବଜାରକୁ ତଳକୁ ଟାଣି ନେଇଥିଲା।

ସକାଳେ ୪୦୧ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଥିବା ମାର୍କେଟ କ୍ୟାପ୍ ବଜାର ବନ୍ଦ ହେବା ସମୟରେ ୪୦୦ ଲକ୍ଷ କୋଟିରୁ ତଳକୁ ଖସି ଯାଇଛି। ଆଜି ବିଏସଇରେ ତାଲିକାଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜି ୩୯୯.୯୮ ଲକ୍ଷ କୋଟିରେ ପହଞ୍ଚିଛି।

ଅନ୍ୟପଟେ ବ୍ୟାଙ୍କ ନିଫ୍ଟି ୧୪୮.୫୫ ପଏଣ୍ଟ କିମ୍ବା ୦.୩୧ ପ୍ରତିଶତ ବୃଦ୍ଧି ସହିତ ୪୮,୭୩୦.୫୫ ସ୍ତରରେ କାରବାର ଶେଷ କରିଥିଲା। ବ୍ୟାଙ୍କ ନିଫ୍ଟିର ୧୨ ଟି ସେୟାର ମଧ୍ୟରୁ କେବଳ ୪ ଟି ଲାଭ ସହିତ ବନ୍ଦ କରିବାରେ ସକ୍ଷମ ହୋଇଛି ଏବଂ ୮ ଟି ସେୟାର ହ୍ରାସ ସହିତ ବନ୍ଦ ହୋଇଥିବାର ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

ସ୍କୁଟିକୁ ଧକ୍କା ଦେଲା ଟ୍ରକ: ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ, ଉତ୍ତେଜନା

ଛତ୍ରପୁର,୨୭।୯:(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ଡିଆର୍‌ଡିଏ ଛକ ନିକଟ ୧୬ ନମ୍ବର ଜାତୀୟ ରାଜପଥରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ପାଗଳ ହନୁ ମାଙ୍କଡ କାମୁଡାରେ ଅନେକ ଆହତ ; ବନ ବିଭାଗର ଉଦ୍ୟମ ବିଫଳ, ଆତଙ୍କିତ ଗାଁ ଲୋକେ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମରେ ପାଗଳ ହନୁ ମାଙ୍କଡର ଉପଦ୍ରବ ଦେଖିବାକୁ ମିଳିଛି । ୮ରୁ ଉର୍ଦ୍ଧ୍ବ ଲୋକ ଆହତ…

ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ, ଗିରଫ ହେଲେ ନାବାଳକ ଅଭିଯୁକ୍ତ

ଦିଗପହଣ୍ଡି,୨୭।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଶଙ୍କର ଜେନାଙ୍କୁ ଠେଙ୍ଗାରେ ମାଡ଼ ମାରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?