ତଥାପି ଚେତୁନାହାନ୍ତି

ଭୁବନେଶ୍ୱର, ୮ା୪(ବ୍ୟୁରୋ): ସଂକ୍ରମଣ ପୂରା ରାଜଧାନୀକୁ ବ୍ୟାପିଯାଇଛି। ଚଢ଼ାଉ, ସିଲ୍‌, ଜରିମାନା ସତ୍ତ୍ୱେ ଚେତୁନାହାନ୍ତି ରାଜଧାନୀବାସୀ। ଶିକ୍ଷାନୁଷ୍ଠାନ, କୋଚିଂ ସେଣ୍ଟର, ହୋଟେଲ ସମେତ ସରକାରୀ କାର୍ଯ୍ୟାଳୟରେ ବି ଖୁଲମ୍‌ଖୁଲା କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଛି। ଫଳରେ ପୁଣି ସହରରେ ପୂର୍ବର ସ୍ଥିତି ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ପ୍ରତିଦିନ ଶହେ ଉପରେ ଆକ୍ରାନ୍ତ ହେଲେଣି। ତେଣୁ ସ୍ଥିତି ନିୟନ୍ତ୍ରଣ ପାଇଁ ଏବେ ପୋଲିସ ଓ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ମଧ୍ୟ ବିଭିନ୍ନ ସ୍ଥାନରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପଦକ୍ଷେପ ନେଇଛି। ଗୁରୁବାରଠାରୁ ପୋଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ଦିଆଯାଇଛି।
ପୁଣି ୧୦୫: ବିମାନବନ୍ଦର, ରେଳଷ୍ଟେଶନରୁ ୮ ପଜିଟିଭ
ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରୁ ୧୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୨୪ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟର ଓ ୭୯ଜଣ ସ୍ଥାନୀୟ ଆକ୍ରାନ୍ତ ବୋଲି ଜଣାପଡ଼ିଛି। ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରୁ ଟଙ୍କପାଣି ରୋଡ୍‌ ଅଞ୍ଚଳରୁ ସର୍ବାଧିକ ୧୧ଜଣ ଚିହ୍ନଟ ହୋଇଥିବାବେଳେ ଖଣ୍ଡଗିରିରୁ ୮ଜଣ ରହିଛନ୍ତି। ଫଳରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩୨,୯୩୫ରେ ପହଞ୍ଚତ୍ଛି। ୬୧୧ଜଣ ସକ୍ରିୟ ରୋଗୀ ରହିଛନ୍ତି। ବିମାନବନ୍ଦରରେ ୨୦୪ ଜଣଙ୍କ ନମୁନା ଟେଷ୍ଟ ହୋଇଥିବାବେଳେ ୪ଜଣଙ୍କର ପଜିଟିଭ୍‌ ବାହାରିଥିଲା। ସେହିପରି ରେଳ ଷ୍ଟେଶନରେ ୧୦୦ଜଣଙ୍କ ଟେଷ୍ଟ ହୋଇଥିବାବେଳେ ୪ଜଣଙ୍କ ପଜିଟିଭ୍‌ ବାହାରିଥିବା ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ଦୁଇ କନ୍‌ଭେନଶନ ହଲ୍‌ ସିଲ୍‌

ବାରଣ ସତ୍ତ୍ୱେ ବୁଧବାର ଜନପଥସ୍ଥିତ ରାମ ମନ୍ଦିର ପରିସରରେ ଥିବା ଫଙ୍କଶନ୍‌ ହଲ୍‌ରେ ଜନ୍ମଦିନ ପାର୍ଟି ଚାଲିଥିଲା। ଖବରପାଇ ଜୋନାଲ ଡେପୁଟି କମିଶନର (ସାଉଥ୍‌ ଇଷ୍ଟ) ଅଂଶୁମାନ ରଥଙ୍କ ନେତୃତ୍ୱରେ ବିଏମ୍‌ସିର ଏକ ଟିମ୍‌ ଚଢ଼ାଉ କରିଥିଲା। କୋଭିଡ୍‌ କଟକଣା ଉଲ୍ଲଙ୍ଘନ ହେଉଥିବା ଦେଖି ତାହାକୁ ସିଲ୍‌ କରାଯିବା ସହ ପାର୍ଟି ଆୟୋଜକଙ୍କଠାରୁ ବିଏମ୍‌ସି ୫ହଜାର ଟଙ୍କାର ଜରିମାନା ଆଦାୟ କରିଛି। ସେହିପରି ପ୍ରେସିଡେନି୍ସ ହୋଟେଲ କନ୍‌ଭେନ୍‌ଶନ ହଲ୍‌କୁ ସିଲ୍‌ କରିଛି ବିଏମ୍‌ସି। ବିନା ଅନୁମତିରେ ଏଠାରେ ଏକ ବୈଠକ ଚାଲୁଥିବାରୁ ଓ ସେଠାରେ କୋଭିଡ୍‌ ନିୟମ ଉଲ୍ଲଂଘନ ହୋଇଥିବାରୁ ବିଏମ୍‌ସି ଏପରି ପଦକ୍ଷେପ ଗ୍ରହଣ କରିଥିବା ସୂଚନା ଦିଆଯାଇଛି।

ପରୀକ୍ଷା ନ ଥିଲେ ହଷ୍ଟେଲ ଛାଡ଼: ବିଏମ୍‌ସି

ପରୀକ୍ଷା ନ ଥିଲେ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବିଏମ୍‌ସି। ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ବୁଧବାର ଗାଇଡ଼ଲାଇନ୍‌ ଜାରି କରିଛି ବିଏମ୍‌ସି। ପରୀକ୍ଷା ସରିଥିବା ଓ ପରୀକ୍ଷା ନ ଥିବା ପିଲାଙ୍କୁ ହଷ୍ଟେଲ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ଏ ନେଇ ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଯେଉଁ ପିଲାଙ୍କ ପରୀକ୍ଷା ସରିନି, ସେମାନେ ମଧ୍ୟ ହଷ୍ଟେଲ ଛାଡ଼ିବ ପାଇଁ କୁହାଯାଇଛି। ଯଦି ରହିବା ପାଇଁ ଚାହିଁବେ, ସେମାନେ କରୋନା ଗାଇଡ୍‌ଲାଇନ୍‌କୁ ଠିକ୍‌ ଭାବେ ମାନିବା ଜରୁରୀ। ସୂଚନାଯୋଗ୍ୟ, ଭୁବନେଶ୍ୱରସ୍ଥିତ ଘରୋଇ ଶିକ୍ଷାନୁଷ୍ଠାନ ଏକ୍ସଆଇଏମ୍‌ବିରେ ୪୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଜେବି, କେନ୍ଦ୍ରୀୟ ବିଦ୍ୟାଳୟ, ନିଟ୍‌, ରେଭେନ୍‌ଶା ସମେତ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ମଧ୍ୟ ଅନେକ ଆକ୍ରାନ୍ତ ହେଉଥିବାରୁ ବିଏମ୍‌ସି ସ୍ବତନ୍ତ୍ର ଗାଇଡ୍‌ଲାଇନ୍‌ ଜାରି କରିଛି।

ସର୍ବସାଧାରଣଙ୍କୁ ବିଏମ୍‌ସି, ବିଡିଏ କାର୍ଯ୍ୟାଳୟ ମନା

ସଂକ୍ରମଣ ଏଡ଼ାଇବା ପାଇଁ ବିଏମ୍‌ସି ଓ ବିଡିଏ କାର୍ଯ୍ୟାଳୟକୁ ସାଧାରଣ ଲୋକେ ଆସିବାକୁ ମନା କରାଯାଇଛି। ଆସନ୍ତା ୧୨ରୁ ୩୦ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ଉଭୟ କାର୍ଯ୍ୟାଳୟ ବନ୍ଦ ରହିବ। ଲୋକଙ୍କ ଅଭିଯୋଗ ପାଇଁ ଉଭୟ କାର୍ଯ୍ୟାଳୟର ହେଲ୍ପ ଲାଇନ୍‌ ନମ୍ବର (ବିଏମ୍‌ସି ପାଇଁ ୦୬୭୪-୨୪୩୧୨୫୩ ଓ ବିଡିଏ ପାଇଁ ୦୬୭୪-୨୩୯୨୨୮୦) ଜାରି କରାଯାଇଛି। ସେହିପରି ବିଏମ୍‌ସିର info@bmc.gov.in ଓ ବିଡିଏର bdabbsr1983@gmail.com ଓ୍ବେବ୍‌ସାଇଟ୍‌ରେ କେବଳ କାର୍ଯ୍ୟ ଦିବସରେ ଅଭିଯୋଗ କରିପାରିବେ।

ଅକ୍ସଫୋର୍ଡ ଇଞ୍ଜିନିୟରିଂ କଲେଜ ସିଲ୍‌

ଶିକ୍ଷାନୁଷ୍ଠାନରେ ସଂକ୍ରମଣ ବ୍ୟାପୁଛି। ପଳାଶପଲ୍ଲୀସ୍ଥିତ ଅକ୍ସଫୋର୍ଡ କଲେଜ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ମ୍ୟାନେଜମେଣ୍ଟରେ କୋଭିଡ୍‌ କଟକଣା ଉଲ୍ଲଂଘନ ହୋଇଥିବାରୁ ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। ବିଏମ୍‌ସିର ଦକ୍ଷିଣପଶ୍ଚିମ ଜୋନ୍‌ର ଜୋନାଲ ଏନ୍‌ଫୋର୍ସମେଣ୍ଟ ଟିମ୍‌ ପକ୍ଷରୁ ଏହି ଚଢ଼ାଉ କରାଯାଇ ପଦକ୍ଷେପ ନିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

ବରଗଡ଼ରେ ବିଗୁଡୁଛି ଆଇନ ଶୃଙ୍ଖଳା: ତାତିଲା ଓକିଲ ସଂଘ,ଏସ୍‌ପିଙ୍କ ବଦଳି ଦାବିରେ…

ବରଗଡ଼,୧୦।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ି ପଡ଼ିଛି। ଦିନ ଦ୍ୱିପ୍ରହରରେ ଲୁଟ୍‌ପାଟ୍‌ ହେଉଛି। ବିଚ୍‌ରାସ୍ତା ଉପରେ ଜନଗହଳି ସ୍ଥାନରେ ହତ୍ୟାକାଣ୍ଡ ଘଟୁଛି। ଏଭଳି…

ଅପରାହ୍ନରେ ସଚେତନତା, ସନ୍ଧ୍ୟାରେ ନିଆଁ; ହୁତୁହୁତୁ ହୋଇ ଜଳୁଛି ସୋରଦେବି ଜଙ୍ଗଲ…

ଭଞ୍ଜନଗର,୧୦।୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡର ଲାଲସିଂ ନର୍ସରୀ ପରିସରରେ ମଙ୍ଗଳବାର ସକାଳୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ବନଖଣ୍ଡସ୍ତରୀୟ ବନାଗ୍ନୀ ପ୍ରଶମନ ସଚେତନତା…

Rare Solar Eclipse: ୧୦୦ବର୍ଷ ପରେ ଅତି ବିରଳ ସୂର୍ଯ୍ୟ ପରାଗ, ଦିନ ୧୨ଟାରେ ଭାରତରେ ଘୋଟିଯିବ କିଟକିଟ ଅନ୍ଧାର! ପକ୍ଷୀମାନେ କରିବେ…

ଆଗକୁ ଏକ ଏମିତି ସୂର୍ଯ୍ୟପରାଗ ଆସୁଛି ଯାହା ସମସ୍ତଙ୍କୁ ଚମକାଇ ଦେବ । ଦିନ ୧୨ଟାରେ ସବୁକିଛି ଅନ୍ଧାର ହୋଇଯିବ । ଦିନ ହଠାତ୍ ରାତିରେ ପରିଣତ…

୧୦ ଉଇକେଟରେ ଜିତିଲା ନ୍ୟୁଜିଲାଣ୍ଡ

ଚେନ୍ନାଇ,୧୦ା୨- ଟି୨୦ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ୧୦ ଉଇକେଟରେ ୟୁଏଇକୁ ପରାସ୍ତ କରିଛି। ୟୁଏଇ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍‌ର ଟାର୍ଗେଟ୍‌କୁ ଟିମ୍‌ ସିଫର୍ଟ…

ବଲିଉଡରେ ହଇଚଇ: ରଣବୀର ସିଂଙ୍କୁୁ ମିଳିଲା ଧମକ, କୋଟି କୋଟି ଟଙ୍କା ଦାବି; ସୁରକ୍ଷା ବଢ଼ାଇଲା… 

ମୁମ୍ବାଇ: ଅଭିନେତା ରଣବୀର ସିଂଙ୍କୁ ଧମକ। ଘର ବାହାରେ ବଢ଼ାଗଲା ସୁରକ୍ଷା। କିଛି ଏଭଳି ଖବରକୁ ନେଇ ବଲିଉଡରେ ହଇଚଇ ସୃଷ୍ଟି ହୋଇଛି। ସୂଚନା ପ୍ରକାରେ ଅଭିନେତାଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri