Categories: ଜାତୀୟ

ଏବେବି ଫସିଛନ୍ତି ୪ ହଜାର

ନୂଆଦିଲ୍ଲୀ:୮।୩: ଅପରେଶନ ଗଙ୍ଗା ଜରିଆରେ କେନ୍ଦ୍ର ସରକାର ୟୁକ୍ରେନ୍‌ରୁ ଭାରତୀୟଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଏବେସୁଦ୍ଧା ୟୁକ୍ରେନ୍‌ରେ ୪ ହଜାର ଭାରତୀୟ ଫସି ରହିଥିବା କେନ୍ଦ୍ରମନ୍ତ୍ରୀ ଭି. ମୂରଲୀଧରନ କହିଛନ୍ତି। ଫସିଥିବା ଭାରତୀୟଙ୍କ ମଧ୍ୟରୁ ପାଖାପାଖି ୩ ହଜାର କ୍ୱିଭ୍‌ ଓ ଏହାର ପଡ଼ୋଶୀ ଅଞ୍ଚଳଗୁଡ଼ିକରେ ଫସିଥିବାବେଳେ ସୁମିରେ ୬୦୦ରୁ ଊର୍ଦ୍ଧ୍ୱ ଭାରତୀୟ ମେଡ଼ିକାଲ ଛାତ୍ରୀଛାତ୍ର ଫସିରହିଛନ୍ତି। ଅପରେଶନ ଗଙ୍ଗା ନେଇ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ସହ ଆଲୋଚନା କରିଥିବା ସେ କହିଛନ୍ତି।
ଅନ୍ୟପଟେ ସୁମିରେ ଫସିଥିବା ଭାରତୀୟ ଛାତ୍ରୀଛାତ୍ରଙ୍କ ଉଦ୍ଧାରକାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି।

Share