Posted inଖେଳ

ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌

ଭୁବନେଶ୍ୱର, ୧୩।୮(କ୍ରୀଡ଼ା ପ୍ରତିନିଧି)- ଭାରତର ପୂର୍ବତନ ଅନ୍ତର୍ଜାତୀୟ ଖେଳାଳି ଷ୍ଟିଭେନ ଡିଆସ ଓଡ଼ିଶା ଏଫସିର ସହକାରୀ କୋଚ୍‌ ନିଯୁକ୍ତ ହୋଇଛନ୍ତି। ୩୬ ବର୍ଷୀୟ ଏହି ମିଡ୍‌ଫିଲ୍ଡର ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଏକ ବର୍ଷ ପାଇଁ ଚୁକ୍ତି କରିଛନ୍ତି। ଭାରତୀୟ ଜାତୀୟ ଦଳ ବ୍ୟତୀତ ଏୟାର ଇଣ୍ଡିଆ, ମହିନ୍ଦ୍ରା ୟୁନାଇଟେଡ, ଚର୍ଚ୍ଚିଲ ବ୍ରଦର୍ସ, ଦିଲ୍ଲୀ ଡାଇନାମସ ଓ ମୁମ୍ବାଇ ଏଫସି ପରି ନାମୀ କ୍ଲବ ସହିତ କାର୍ଯ୍ୟ କରି ସାରିଥିବା ଷ୍ଟିଭେନ ଗତ ସିଜନରେ ଜାମସେଦପୁର ଏଫସିର ସହକାରୀ କୋଚ୍‌ ଥିଲେ। ସ୍ପାନିଶ୍‌ ଷ୍ଟ୍ରେନ୍ଥ ଆଣ୍ଡ କଣ୍ଡିଶନିଂ କୋଚ୍‌ ଜୋଆନ କାସାନୋଭା ଆଗାମୀ ସିଜନ ପାଇଁ ମଧ୍ୟ ଓଡ଼ିଶା ଏଫସି ସହିତ ରହିବେ। ପୂର୍ବତନ ମୁଖ୍ୟ କୋଚ୍‌ ଜୋସେପ ଗୋମ୍ବାଉଙ୍କ କୋଚିଂ ଟିମ୍‌ର ସଦସ୍ୟ ଥିବା କାସାନୋଭାଙ୍କ କାର୍ଯ୍ୟକାଳକୁ ଆଉ ୧ ବର୍ଷ ପାଇଁ ବଢ଼ାଇ ଦିଆ ଯାଇଛି। ଓଡ଼ିଶା ଏଫସିର ଏହି ଦୁଇ ନୂଆ ନିଯୁକ୍ତି ସମ୍ପର୍କରେ ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର କୁହନ୍ତି ଯେ, ଷ୍ଟିଭେନ ନିଜ କ୍ୟାରିୟରରେ ଜଣେ ସଫଳ ଖେଳାଳି ଥିଲେ। ସେ କୋଚ୍‌ଭାବେ ଉନ୍ନତି କରିଥିବାରୁ ଆମପାଇଁ ଉପାଦେୟ ହେବେ। ଜୋଆନଙ୍କ ସହିତ କାମ କରିବା ପାଇଁ ଖେଳାଳିମାନେ ସହଜ ମଣୁଛନ୍ତି। ତେଣୁ ଆଗାମୀ ସିଜନ ପାଇଁ ମଧ୍ୟ ସେ ତାଙ୍କ କାର୍ଯ୍ୟ ଜାରି ରଖିବେ।
ସହକାରୀ କୋଚ୍‌ ନିଯୁକ୍ତ ହେବାପରେ ଷ୍ଟିଭେନ ମଧ୍ୟ ନିଜ ମତ ରଖିଛନ୍ତି। ଅଭିଜ୍ଞ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କ ସହ କାମ କରିବା ପାଇଁ ଓଡ଼ିଶା ଏଫସିରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ। ଏହି କ୍ଲବ ଭାରତୀୟ ଯୁବ ଖେଳାଳିଙ୍କୁ ପ୍ରୋତ୍ସାହିତ କରି ଆସୁଛି। ତେଣୁ ମୁଁ ଏହି ଦଳ ସହ କାର୍ଯ୍ୟ କରିବାକୁ ଇଚ୍ଛା ପ୍ରକାଶ କରିଛି। ମୋ ଉପରେ ଭରସା କରିଥିବାରୁ ମ୍ୟାନେଜମେଣ୍ଟକୁ ଧନ୍ୟବାଦ ଜଣାଉଛି ବୋଲି ସେ ପ୍ରକାଶ କରିଛନ୍ତି। ସେହିପରି ଓଡ଼ିଶା ଏଫସି ଦଳରେ ନିଜ ପଦରେ ଅପରିବର୍ତ୍ତିତ ରହିଥିବାରୁ ଖୁସି ଜାହିର କରିଛନ୍ତି ଜୋଆନ। ଗତ ସିଜନରେ ଅନେକ ଚ୍ୟାଲେଞ୍ଜ ଆସିଥିଲା। ଆମେ ସେ ସବୁକୁ ମୁକାବିଲା କରି ଶେଷରେ ଭଲ ପୋଜିଶନରେ ରହିଥିଲୁ। ଶେଷ ଗେମ୍‌ ପର୍ଯ୍ୟନ୍ତ ଆମର ପ୍ଲେ-ଅଫ୍‌ ପ୍ରବେଶ ଆଶା ରହିଥିଲା। ଆସନ୍ତା ସିଜନରେ ଆମ ଦଳ ଅତିକମ୍‌ରେ ପ୍ଲେ-ଅଫ୍‌ରେ ପ୍ରବେଶ କରିବା ଆଶା ରହିଛି। ଷ୍ଟୁଆର୍ଟ ଓ ନୂଆ କୋଚିଂ ଟିମ୍‌ ସହିତ କାମ କରିବା ପାଇଁ ମୁଁ ଅପେକ୍ଷା କରି ରହିଛନ୍ତି ବୋଲି ଜୋଆନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ହର୍ମୁଜକୁ ନେଇ ବଡ଼ ସର୍ତ୍ତ ରଖିଲାଣି ଇରାନ, ଗୋଟିଏ ଦିନରେ ମାତ୍ର ଏତିକି ଜାହାଜକୁ ମିଳିବ ଅନୁମତି

ତେହରାନ୍‌,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ମଧ୍ୟରେ, ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୁଷିଆର ସରକାରୀ ଖବର…

ଇରାନ-ଆମେରିକା ଯୁଦ୍ଧବିରତି ଭାରତ ପାଇଁ ପାଲଟିଲା ସଞ୍ଜିବନୀ, ସିଧାସଳଖ ମିଳିବ ଲାଭ

ନୂଆଦିଲ୍ଲୀ,୯।୪: ଇରାନ ଏବଂ ଆମେରିକା ମଧ୍ୟରେ ୧୪ ଦିନିଆ ଅସ୍ତ୍ରବିରତିରୁ ଭାରତକୁ ଗୁରୁତ୍ୱପୂର୍ଣ୍ଣ ଲାଭ ମିଳିବ। ପଶ୍ଚିମ ଏସିଆରେ ଉତ୍ତେଜନା ହ୍ରାସ ପାଇବା ସହିତ, ଭାରତର ଶକ୍ତି…

‘ଅସ୍ତ୍ରବିରତି ଭୁଲ’: ପାକିସ୍ତାନରେ ଆମେରିକା ସହିତ ଆଲୋଚନା ପୂର୍ବରୁ ଇରାନ ‘ୟୁରାନିୟମ ଏନରିଚମେଣ୍ଟ’ ଉପରେ ଟାଣିଲା ରେଡଲାଇନ!

ତେହରାନ,୯।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଯୁଦ୍ଧବିରତି ପରେ, ଇରାନର ପରମାଣୁ ସଂସ୍ଥା ମୁଖ୍ୟ ମହମ୍ମଦ ଇସଲାମି ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି।…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ଯୁଦ୍ଧ ବିରତି ପରେ ବି ଚାଲିଛି ଯୁଦ୍ଧ: ଲେବାନନ ଉପରେ ଆକ୍ରମଣ କଲା ଇସ୍ରାଏଲ, ଇରାନ ନେଲା ପ୍ରତିଶୋଧ

ଜେରୁଜେଲମ,୯।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ହେବାର କିଛି ଘଣ୍ଟା ପରେ, ମଧ୍ୟପ୍ରାଚ୍ୟରେ ପରିସ୍ଥିତି ପୁଣି ଖରାପ ହୋଇଗଲା। ଇସ୍ରାଏଲ ଲେବାନନ ଉପରେ ଏକ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ଭିଣେଇଙ୍କୁ ରାଣୀଡୁଡୁମା ବୁଲେଇବାକୁ ଆଣି ପାଣିରେ ବୁଡି ଶଳାଙ୍କ ମୃତ୍ୟୁ

ନନ୍ଦପୁର,୯।୪(ତୁଷାର କାନ୍ତ ମହାନ୍ତି): କୋରାପୁଟ ବୁଲି ଆସିଥିବା ଭିଣେଇଙ୍କୁ ଜିଲାର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନନ୍ଦପୁର ରାଣୀଡୁଡୁମାକୁ ବୁଲେଇବାକୁ ଆଣିଥିବା ଶଳାଙ୍କ ଗୁରୁବାର ପାଣିରେ ବୁଡି ମୃତ୍ୟୁ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri