Categories: ଖେଳ

ଷ୍ଟିଭ୍‌ ସ୍ମିଥ୍‌ଙ୍କ ପାଇଁ ‘କଳା ଦିନ’: ପ୍ରଥମ ଥର ପାଇଁ ଖାତା ନ ଖୋଲି ଫେରିଲେ

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ଷ୍ଟିଭ୍‌ ସ୍ମିଥଙ୍କ ଦୀର୍ଘଦିନର ରେକର୍ଡ ଭାଙ୍ଗିଛି। ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ସେ ଖାତା ଖୋଲିପାରିନାହାନ୍ତି। ଏହା ପ୍ରଥମ ଥର ପାଇଁ ହୋଇଛି। ଅଫ୍‌ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌ରେ ସେ କ୍ୟାଚ୍‌ ଆଉଟ୍‌ ହୋଇଛନ୍ତି।

ମେଲବୋର୍ନ କ୍ରିକେଟ ପଡ଼ିଆରେ ଖେଳାଯାଇଥିବା ଟେଷ୍ଟରେ ସ୍ମିଥ୍‌ଙ୍କ ପ୍ରଦର୍ଶନ ୧୧୩.୫% ରହି ଆସିଥିଲା। ଖେଳିଥିବା ୫ ମ୍ୟାଚ୍‌ରେ ସେ ୪ଟି ଶତକ ଓ ୩ ଅର୍ଦ୍ଧଶତକ କରିଥିଲେ। ହେଲେ ଶନିବାର ଟେଷ୍ଟର ପ୍ରଥମ ଦିନରେ ସେ କମାଲ କରିବାରେ ବିଫଳ ହୋଇଛନ୍ତି। ଭାରତ ବିପକ୍ଷରେ ମଧ୍ୟ ସେ ଭଲ ପ୍ରଦର୍ଶନ କରିଆସିଥିବା ବେଳେ ପ୍ରଥମ ଥର ପାଇଁ ଖାତା ଖୋଲି ନ ପାରି ଆଉଟ୍‌ ହୋଇଛନ୍ତି।

ସ୍ମିଥ୍‌ଙ୍କ ଉଇକେଟକୁ ନେଇ ଅଶ୍ୱିନ ବେଶ୍‌ ଖୁସି ଜଣାପଡ଼ିଥିଲେ। ପ୍ରଥମ ପାଳିରେ ସେ ୩ ଉଇକେଟ ନେଇଥିବା ବେଳେ ବୁମରା ୪ ଉଇକେଟ ନେଇଛନ୍ତି। ଘରୋଇ ଦଳ ୧୯୫ରେ ସମସ୍ତ ଉଇକେଟ ହରାଇଛି।

Share