Posted inଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍‌ ଓ୍ବଙ୍କ ଚେତାବନୀ

ମୋଲବୋର୍ନ, ୭।୧୧(ପି.ଟି.)-
ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍‌ ଯୁଦ୍ଧରେ ଲିପ୍ତ ରହିବାରୁ ନିବୃତ୍ତ ରହିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଏହା କୋହଲିଙ୍କୁ ଚିନ୍ତିତ କରିବା ପରିବର୍ତ୍ତେ ଅଧିକ ମୋଟିଭେଟ କରିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଭାରତ ୩ଟି ଲେଖାଏ ଟି୨୦ ଓ ଦିନିକିଆ ସହିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଆଡିଲେଡ୍‌ ଓଭାଲରେ ଡିସେମ୍ବର ୧୭ରେ ଦିବାରାତ୍ର ମ୍ୟାଚ ସହ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ। ଏହାପରେ ମେଲବୋର୍ନରେ ଡିସେମ୍ବର ୨୬ରୁ, ସିଡ୍‌ନୀରେ ଜାନୁୟାରୀ ୭ରୁ ଏବଂ ଗାବାଠାରେ ଜାନୁୟାରୀ ୧୫ରୁ ପରବର୍ତ୍ତୀ ୩ ଟେଷ୍ଟ ଆରମ୍ଭ ହେବ। ସିରିଜ ପ୍ରାରମ୍ଭରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳାଯିବ। ନଭେମ୍ବର ୨୭ରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ।
”ବିରାଟଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ କ୍ଷେତ୍ରରେ ସ୍ଲେଜିଂ କାମ ଦେବନି। ଏହା ତାଙ୍କୁ କେବେହେଲେ ଚିନ୍ତିତ କରିବନାହିଁ। ଅନ୍ୟ ପକ୍ଷରେ ଏହା କେବଳ ତାଙ୍କୁ ନୁହେଁ ସମ୍ପୂର୍ଣ୍ଣ ଦଳକୁ ଭଲ ଖେଳିବା ପାଇଁ ଅଧିକ ମୋଟିଭେଟ କରିବ। ତେଣୁ ସିରିଜ ମଧ୍ୟରେ କୋହଲିଙ୍କୁ କିଛି ନ କରିବା ଭଲ ହେବ“ ବୋଲି ଷ୍ଟିଭ୍‌ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଘରୋଇ ଦଳ ଅଧିନାୟକ ଟିମ୍‌ ପେନ୍‌ ଓ ତାଙ୍କ ସାଥୀମାନେ କୋହଲିଙ୍କ ସହ ବାକ୍ୟ ବିନିମୟରେ ଲିପ୍ତ ରହିଥିଲେ। ଶେଷରେ ଅଷ୍ଟ୍ରେଲିଆ ମାଟିରେ ଭାରତ ସର୍ବପ୍ରଥମ ଟେଷ୍ଟ ସିରିଜ(୨-୧) ବିଜୟ ହାସଲ କରିଥିଲା। ଶେଷଥରପାଇଁ ୨୦୧୮-୧୯ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବାବେଳେ ଷ୍ଟିଭ୍‌ ସ୍ମିଥ ବଲ୍‌ ଟ୍ୟାମ୍ପରିଂ ଯୋଗୁ ବାସନ୍ଦ ହୋଇଥିଲେ। ଏଥର କୋହଲି ତାହା ସ୍ମିଥଙ୍କୁ ମନେ ପକାଇଦେଇ ପାରନ୍ତି ବୋଲି ଓ୍ବ’ ଅନୁଭବ କରୁଛନ୍ତି। କୋହଲି ଜଣେ ବିଶ୍ୱଶ୍ରେଣୀୟ ଖେଳାଳି। ଆଗାମୀ ସିରିଜରେ ସେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବୀ ରହିପାରନ୍ତି। ଗତଥର ଭାରତରେ ସ୍ମିଥ ଓ ତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା। ସ୍ମିଥ ପ୍ରଭାବ ବିସ୍ତାର କରି ୩ଟି ଶତକ ହାସଲ କରିଥିବାବେଳେ କୋହଲି ତାହା କରିପାରି ନ ଥିଲେ। ଗତଥର ସ୍ମିଥ ତାଙ୍କୁ ଟପି ଯାଇଥିଲେ ବୋଲି ନିଶ୍ଚିତ ତାଙ୍କ ମନରେ ଥିବ। ତେଣୁ ଏଥର ସେ ଅଧିକରୁ ଅଧିକ ରନ ସ୍କୋର କରିବାକୁ ଚାହିଁବେ। ଯଦି ସେ ସେଥିରେ ସଫଳ ହୁଅନ୍ତି ତେବେ ଭାରତ ବିଜୟୀ ହେବା ଅନେକ ସମ୍ଭାବନା ରହିଛି“ ବୋଲି ଓ୍ବ କହିଛନ୍ତି। ୨୦୧୬-୧୭ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ସମୟରେ ସ୍ମିଥ ୩ଟି ଶତକ ହାସଲ କରିଥିଲେ। ତେବେ ସିରିଜକୁ ଅଷ୍ଟ୍ରେଲିଆ ୧-୨ରେ ହାରିଥିଲା।
ଜଣେ ଖେଳାଳିଭାବେ ନିଜ ଉପରେ କୋହଲିଙ୍କର ନିୟନ୍ତ୍ରଣ ରହିଛି। ତେଣୁ ତାଙ୍କ ନେତୃତ୍ୱରେ ଦଳ ବିଦେଶରେ ସିରିଜ ଜିତିବା ସେ ନିଶ୍ଚିତ ଚାହିଁବେ ବୋଲି ଓ୍ବ’ ଅନୁଭବ କରୁଛନ୍ତି। ”କୋହଲି ପୂର୍ବାପେକ୍ଷା ପରିପକ୍ୱ ହୋଇଛନ୍ତି। ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ସେ ପୂର୍ବରୁ କେତେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଉଥିଲେ। ମାତ୍ର ଏବେ ସେ ନିଜ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଦଳକୁ ଭଲଭାବେ ପରିଚାଳନା କରି ପାରୁଛନ୍ତି। ଭାରତ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍‌ରେ ରହିବାର ଯଥାର୍ଥତା ପ୍ରତିପାଦନ କରିବାକୁ ସେ ଚାହିଁବେ। ଏହା ତାଙ୍କୁ ପୂର୍ବରୁ ପହଞ୍ଚତ୍ ପାରି ନ ଥିବା ଭିନ୍ନ ଏକ ସ୍ତରକୁ ନେଇ ଯାଇପାରେ“ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri