Posted inଖେଳ

ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଷ୍ଟିଭ୍‌ ଓ୍ବଙ୍କ ଚେତାବନୀ

ମୋଲବୋର୍ନ, ୭।୧୧(ପି.ଟି.)-
ଆସନ୍ତା ଭାରତ ବିପକ୍ଷ ଘରୋଇ କ୍ରିକେଟ ସିରିଜ ଅବସରରେ ଟିମ୍‌ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ବାକ୍‌ ଯୁଦ୍ଧରେ ଲିପ୍ତ ରହିବାରୁ ନିବୃତ୍ତ ରହିବାକୁ ପୂର୍ବତନ ଅଧିନାୟକ ଷ୍ଟିଭ୍‌ ଓ୍ବ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ଚେତାବନୀ ଦେଇଛନ୍ତି। ଏହା କୋହଲିଙ୍କୁ ଚିନ୍ତିତ କରିବା ପରିବର୍ତ୍ତେ ଅଧିକ ମୋଟିଭେଟ କରିବ ବୋଲି ସେ କହିଛନ୍ତି। ଅଷ୍ଟ୍ରେଲିଆରେ ଭାରତ ୩ଟି ଲେଖାଏ ଟି୨୦ ଓ ଦିନିକିଆ ସହିତ ୪ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଆଡିଲେଡ୍‌ ଓଭାଲରେ ଡିସେମ୍ବର ୧୭ରେ ଦିବାରାତ୍ର ମ୍ୟାଚ ସହ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହେବ। ଏହାପରେ ମେଲବୋର୍ନରେ ଡିସେମ୍ବର ୨୬ରୁ, ସିଡ୍‌ନୀରେ ଜାନୁୟାରୀ ୭ରୁ ଏବଂ ଗାବାଠାରେ ଜାନୁୟାରୀ ୧୫ରୁ ପରବର୍ତ୍ତୀ ୩ ଟେଷ୍ଟ ଆରମ୍ଭ ହେବ। ସିରିଜ ପ୍ରାରମ୍ଭରେ ୩ଟି ଦିନିକିଆ ଓ ସମାନ ସଂଖ୍ୟକ ଟି୨୦ ମ୍ୟାଚ ଖେଳାଯିବ। ନଭେମ୍ବର ୨୭ରୁ ଭାରତୀୟ ଦଳର ଅଷ୍ଟ୍ରେଲିଆ ଗସ୍ତ ଆରମ୍ଭ ହେବ।
”ବିରାଟଙ୍କ ଭଳି ଶ୍ରେଷ୍ଠ ଖେଳାଳିଙ୍କ କ୍ଷେତ୍ରରେ ସ୍ଲେଜିଂ କାମ ଦେବନି। ଏହା ତାଙ୍କୁ କେବେହେଲେ ଚିନ୍ତିତ କରିବନାହିଁ। ଅନ୍ୟ ପକ୍ଷରେ ଏହା କେବଳ ତାଙ୍କୁ ନୁହେଁ ସମ୍ପୂର୍ଣ୍ଣ ଦଳକୁ ଭଲ ଖେଳିବା ପାଇଁ ଅଧିକ ମୋଟିଭେଟ କରିବ। ତେଣୁ ସିରିଜ ମଧ୍ୟରେ କୋହଲିଙ୍କୁ କିଛି ନ କରିବା ଭଲ ହେବ“ ବୋଲି ଷ୍ଟିଭ୍‌ ପ୍ରକାଶ କରିଛନ୍ତି। ଭାରତୀୟ ଦଳର ଗତ ଅଷ୍ଟ୍ରେଲିଆ ଗସ୍ତ ସମୟରେ ଘରୋଇ ଦଳ ଅଧିନାୟକ ଟିମ୍‌ ପେନ୍‌ ଓ ତାଙ୍କ ସାଥୀମାନେ କୋହଲିଙ୍କ ସହ ବାକ୍ୟ ବିନିମୟରେ ଲିପ୍ତ ରହିଥିଲେ। ଶେଷରେ ଅଷ୍ଟ୍ରେଲିଆ ମାଟିରେ ଭାରତ ସର୍ବପ୍ରଥମ ଟେଷ୍ଟ ସିରିଜ(୨-୧) ବିଜୟ ହାସଲ କରିଥିଲା। ଶେଷଥରପାଇଁ ୨୦୧୮-୧୯ରେ ଭାରତୀୟ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବାବେଳେ ଷ୍ଟିଭ୍‌ ସ୍ମିଥ ବଲ୍‌ ଟ୍ୟାମ୍ପରିଂ ଯୋଗୁ ବାସନ୍ଦ ହୋଇଥିଲେ। ଏଥର କୋହଲି ତାହା ସ୍ମିଥଙ୍କୁ ମନେ ପକାଇଦେଇ ପାରନ୍ତି ବୋଲି ଓ୍ବ’ ଅନୁଭବ କରୁଛନ୍ତି। କୋହଲି ଜଣେ ବିଶ୍ୱଶ୍ରେଣୀୟ ଖେଳାଳି। ଆଗାମୀ ସିରିଜରେ ସେ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ସବୁଠାରୁ ପ୍ରଭାବୀ ରହିପାରନ୍ତି। ଗତଥର ଭାରତରେ ସ୍ମିଥ ଓ ତାଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ରହିଥିଲା। ସ୍ମିଥ ପ୍ରଭାବ ବିସ୍ତାର କରି ୩ଟି ଶତକ ହାସଲ କରିଥିବାବେଳେ କୋହଲି ତାହା କରିପାରି ନ ଥିଲେ। ଗତଥର ସ୍ମିଥ ତାଙ୍କୁ ଟପି ଯାଇଥିଲେ ବୋଲି ନିଶ୍ଚିତ ତାଙ୍କ ମନରେ ଥିବ। ତେଣୁ ଏଥର ସେ ଅଧିକରୁ ଅଧିକ ରନ ସ୍କୋର କରିବାକୁ ଚାହିଁବେ। ଯଦି ସେ ସେଥିରେ ସଫଳ ହୁଅନ୍ତି ତେବେ ଭାରତ ବିଜୟୀ ହେବା ଅନେକ ସମ୍ଭାବନା ରହିଛି“ ବୋଲି ଓ୍ବ କହିଛନ୍ତି। ୨୦୧୬-୧୭ରେ ଅଷ୍ଟ୍ରେଲିଆର ଭାରତ ଗସ୍ତ ସମୟରେ ସ୍ମିଥ ୩ଟି ଶତକ ହାସଲ କରିଥିଲେ। ତେବେ ସିରିଜକୁ ଅଷ୍ଟ୍ରେଲିଆ ୧-୨ରେ ହାରିଥିଲା।
ଜଣେ ଖେଳାଳିଭାବେ ନିଜ ଉପରେ କୋହଲିଙ୍କର ନିୟନ୍ତ୍ରଣ ରହିଛି। ତେଣୁ ତାଙ୍କ ନେତୃତ୍ୱରେ ଦଳ ବିଦେଶରେ ସିରିଜ ଜିତିବା ସେ ନିଶ୍ଚିତ ଚାହିଁବେ ବୋଲି ଓ୍ବ’ ଅନୁଭବ କରୁଛନ୍ତି। ”କୋହଲି ପୂର୍ବାପେକ୍ଷା ପରିପକ୍ୱ ହୋଇଛନ୍ତି। ପଡ଼ିଆରେ ଆକ୍ରମଣାତ୍ମକ ଆଭିମୁଖ୍ୟରେ ସେ ପୂର୍ବରୁ କେତେକ ସମୟରେ ନିଜ ଉପରୁ ନିୟନ୍ତ୍ରଣ ହରାଉଥିଲେ। ମାତ୍ର ଏବେ ସେ ନିଜ ଉପରେ ତାଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଛି ଏବଂ ଦଳକୁ ଭଲଭାବେ ପରିଚାଳନା କରି ପାରୁଛନ୍ତି। ଭାରତ ନମ୍ବରଓ୍ବାନ ର଼୍ୟାଙ୍କିଙ୍ଗ୍‌ରେ ରହିବାର ଯଥାର୍ଥତା ପ୍ରତିପାଦନ କରିବାକୁ ସେ ଚାହିଁବେ। ଏହା ତାଙ୍କୁ ପୂର୍ବରୁ ପହଞ୍ଚତ୍ ପାରି ନ ଥିବା ଭିନ୍ନ ଏକ ସ୍ତରକୁ ନେଇ ଯାଇପାରେ“ ବୋଲି ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ରୁ ଓହରିଲେ ଓପନିଂ ବ୍ୟାଟର ଡକେଟ

ନୂଆଦିଲ୍ଲୀ,୨୪ା୩: ଇଂଲଣ୍ଡର ଓପନିଂ ବ୍ୟାଟର ବେନ ଡକେଟ ଆଗାମୀ ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ନିଜ କ୍ୟାରିୟର ଉପରେ ଧ୍ୟାନ ଦେବା ପାଇଁ ସେ ଏଭଳି ନିଷ୍ପତ୍ତି ନେଇଥିବା…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ବଡ଼ ଖବର! RCBକୁ ଆଉ ଏକ ଝଟକା, IPL ୨୦୨୬ରୁ ବାଦ୍ ପଡିଲେ ଏହି ଖେଳାଳି

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୯ତମ ସିଜିନ୍ ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି । ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଟିମକୁ…

IPL 2026କୁ ନେଇ କଡ଼ା ନିୟମ: ଖେଳାଳି ତଥା ତାଙ୍କ ପରିବାର ପାଇଁ ନୂଆ ନିୟମ ଆଣିଲା BCCI, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: IPL 2026 ଆରମ୍ଭ ହେବା ପୂର୍ବରୁ, BCCI ସମସ୍ତ ୧୦ଟି ଫ୍ରାଞ୍ଚାଇଜ ପାଇଁ ଏକ ନୂଆ ଏବଂ କଠୋର ନିୟମ ଜାରି କରିଛି। ଏହି ନିୟମଗୁଡ଼ିକର…

ଷ୍ଟାର୍କଙ୍କୁ ମିଳୁନି ଏନ୍‌ଓସି: ଦଳରେ ଯୋଗଦେବା ନେଇ ବଢ଼ିଲା ଅଡୁଆ

ନୂଆଦିଲ୍ଲୀ,୨୪ା୩: ଦିଲ୍ଲୀ କ୍ୟାପିଟାଲ୍ସ ଦଳକୁ ଏପର୍ଯ୍ୟନ୍ତ ମିଚେଲ ଷ୍ଟାର୍କଙ୍କ ପାଇଁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ଠାରୁ ନୋ ଅବଜେକଶନ ସାର୍ଟିଫିକେଟ (ଏନ୍‌ଓସି) ମିଳିନାହିଁ। ଏହାସତ୍ତ୍ୱେ ଦଳର ପ୍ରଥମ ମ୍ୟାଚ୍‌…

IPL 2026: କୋଲକାତାର କ୍ୟାପ୍ଟେନ ହେବେକି ରିଙ୍କୁ ସିଂ? KKRକୁ ପରାମର୍ଶ ଦେଲେ….

ନୂଆଦିଲ୍ଲୀ,୨୪।୩: ତିନିଥର ଚାମ୍ପିଅନ୍ କୋଲକାତା ନାଇଟ୍ ରାଇଡର୍ସ ପୁଣି ଥରେ ଅଜିଙ୍କ୍ୟ ରାହାଣେଙ୍କ ଅଧିନାୟକତ୍ୱରେ ମଇଦାନକୁ ଓହ୍ଲାଇବାକୁ ପ୍ରସ୍ତୁତ ହେଉଛି । ଗତ ସିଜନରେ କେକେଆରର ଅଧିନାୟକ…

ପ୍ଲେୟର ଅଫ ଦ ମନ୍ଥ ଘୋଷଣା କଲା ICC, ବାଜି ମାରିଲେ ଟିମ୍ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୨୩।୩:  ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଫେବୃଆରୀ ୨୦୨୬ ପାଇଁ ମାସର ଶ୍ରେଷ୍ଠ ଖେଳାଳି ପୁରସ୍କାର ଘୋଷଣା କରିଛି। ମହିଳା ବର୍ଗରେ, ଟିମ୍ ଇଣ୍ଡିଆର ଜଣେ ଖେଳାଳି ବାଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri