୬୪୦ ହେକ୍ଟର ଜମିରେ ୨ ଲକ୍ଷ ୭୫ ହଜାର ଗଛ ଲଗାଇବାକୁ ନିଆଯିବ ପଦକ୍ଷେପ

ଦାରିଙ୍ଗବାଡି,୭।୧୧ (ଅରୁଣ ସାହୁ )-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦନେକବାଡି ପଞ୍ଚାୟତ କାର୍ଯ୍ୟାଳୟ ପରିସର ମଧ୍ୟରେ ଗୁରୁବାର କାର୍ବନ କ୍ରେଡିଟ ପ୍ରୋଜେକ୍ଟର ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ବେଚ୍ଛାସେବୀ ଅନୁଷ୍ଠାନର ଥିମେଟିକ ମ୍ୟାନେଜର ଅନୁରାଗ ଶର୍ମାଙ୍କ ଅଧ୍ୟକ୍ଷତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ଅକ୍ଷୟ ପରିଛା ଅତିଥି ପରିଚୟ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଫସିଏଫ ଇଣ୍ଡିଆର ଟେକ୍ନିକାଲ ଆସୋସିଏଟ ସଚିନ ରୋହିଲା ସ୍ଥାନୀୟ ଅଞ୍ଚଳର ହିତାଧିକାରୀଙ୍କୁ ସଶକ୍ତ କରିବା ପାଇଁ ପରାମର୍ଶ ଦେଇଥିଲେ। ସେ ପ୍ରଥମେ କାର୍ଯ୍ୟକ୍ରମର ଲକ୍ଷ ଓ ଉଦ୍ଦେଶ୍ୟ ସମ୍ପର୍କରେ ଉପସ୍ଥିତ ଲୋକଙ୍କୁ ଜଣାଇଥିଲେ। ବିଶ୍ୱରେ ଜଳବାୟୁର ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟା ବିଶେଷ କରି ବର୍ଷାର ଅନିୟମିତତା ଗ୍ରୀଷ୍ମଋତୁରେ ଅତ୍ୟଧିକ ଗରମ ଗୁଳୁଗୁଳି ହେବା ଶୀତ ବିଳମ୍ବରେ ଆସିବା ଓ ଶୀଘ୍ର ଶୀତ ଉଭାନ ହୋଇଯିବା ଭଳି ପରିସ୍ଥିତି ଉପୁଜୁଛି। ଏବେ ଏଭଳି ଜଳବାୟୁ ପରିବର୍ତ୍ତନ ଯୋଗୁ ହେଉଥିବା ସମସ୍ୟାରୁ ବଞ୍ଚିବା ପାଇଁ ପାଇଁ ଜଙ୍ଗଲ ସୃଷ୍ଟି କରିବା ସହ ଜଳ ସଂରକ୍ଷଣ କରିବା ଜରୁରୀ। ତେଣୁ ଅଞ୍ଚଳରେ ଏବେ ବଡ଼ ବଡ଼ କୋଠା ନିର୍ମାଣ ହେଉଛି ଜଙ୍ଗଲ ନଷ୍ଟ କାରଣ। ସେହିପରି ସିମେଣ୍ଟ ସମେତ ଗାଡି ସଂଖ୍ୟା ବୃଦ୍ଧି, ପ୍ଲାଷ୍ଟିକ, ପଲିଥିନ ବ୍ୟବହାର ବୃଦ୍ଧି ଯୋଗୁ ଅଙ୍ଗାରକାମ୍ଳ ଗ୍ୟାସ ବୃଦ୍ଧି ହେଉଛି ତେଣୁ ଗଛ ଲଗାଇବା ଜରୁରୀ।

ଯେତେ ଖାଲି ପଡିଥିବା ଜମିରେ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଥିଲା ଜିଲାରେ ଅତିକମରେ ୨ ଲକ୍ଷ ୭୫ ଗଛ ଲଗାଇବାକୁ ପରାମର୍ଶ ଦିଆଯାଇଥିଲା। ଆମ୍ବ, ଲିଚୁ, ଲେମ୍ବୁ, ପଣସ, ତେନ୍ତୁଳି,ଡାଳିମ୍ବ ଭଳି ଗଛ ଲଗାଇବା ସହ ଜଙ୍ଗଲ ସୃଷ୍ଟି କରିବା ଦ୍ୱାରା ଫଳ ଲୋକ ମାନେ ଖାଇବା ସହ ବିକ୍ରୀ କରି ରୋଜଗାରକ୍ଷମ ହୋଇପାରିବେ ବୋଲି କୁହାଯାଇଥିଲା ଏବେ ଏହି ପ୍ରକଳ୍ପ ରାଜ୍ୟର ୫ ଟି ଜିଲ୍ଲା ତଥା କନ୍ଧମାଳ, ଗଜପତି, ନୟାଗଡ଼, ଗଞ୍ଜାମ ଏବଂ କଳାହାଣ୍ଡି ରେ ମୋଟ ୩ ହଜାର ୫ ସହ ୬୧ ହେକ୍ଟର ଜମି ରେ ଏହି ପ୍ରକଳ୍ପ କରାଯାଉଥିବା ବେଳେ କେବଳ କନ୍ଧମାଳ ଜିଲ୍ଲାରେ ୬୪୦ ହେକ୍ଟର ଜମିରେ ଏହି କାର୍ବନ କ୍ରେଡିଟ ପ୍ରକଳ୍ପ କରାଯିବ ଏଥିପାଇଁ ହିତାଧିକାରୀଙ୍କୁ ୩୦ ବର୍ଷ ପର୍ଯ୍ୟନ୍ତ ସହଯୋଗ କରାଯିବା ସହ ତଦାରଖ କରାଯିବ। ବୃକ୍ଷ ବଞ୍ଚିବା ପାଇଁ ଆବଶ୍ୟକ ସାର ପ୍ରଦାନ କରାଯାଇଛି। ଚାଷ ଜମରେ ଖାଲି ଥିବା ସ୍ଥାନରେ ହିଁ ଏହି ଗଛ ଲଗାଯିବ ଚାଷକୁ କୌଣସି ପ୍ରକାରେ ବନ୍ଦ କରିବାକୁ ଦିଆଯିବନି ବୋଲି ପରାମର୍ଶ ଦିଆଯାଇଛି।

ଅନ୍ୟମାନଙ୍କ ମଧ୍ୟରେ ଗ୍ରାମବିକାଶର ପ୍ରକଳ୍ପ ପରିଚାଳକ ସଚିନ ମାଥିୟୁ, କାର୍ଯ୍ୟକ୍ରମ ପରିଚାଳକ ବେଷ୍ଟିନ ଯତୀନ, ଦାନେକବାଡି ସରପଞ୍ଚ ନଞ୍ଜୟ ପ୍ରଧାନ, ସୁହମ ସଲିଲ ପ୍ରମୁଖ ମଞ୍ଚାସିନ ଥିଲେ। ସେହିପରି କାର୍ଯ୍ୟକ୍ରମକୁ ଥିମେଟିକ ସଂଯୋଜକ ଚନ୍ଦ୍ରସିଂ ମାଝୀ, ବସନ୍ତ ନାୟକ ଙ୍କ ସମେତ ଅନ୍ତରଙ୍ଗ ଯୁବ ମହାସଙ୍ଘର ସଭାପତି ଦିଲୀପ କୁମାର ସାହୁ, ପ୍ରଭାଞ୍ଜନ ପ୍ରଧାନ, ଝୁମିତା ପ୍ରଧାନ, ସୁନିତା ପ୍ରଧାନ, ଶୁଭଲତା ପ୍ରଧାନ ଓ ଗ୍ରାମବିକାଶ ର କର୍ମକର୍ତ୍ତା ପରିଚାଳନା କରିଥିଲେ। ଅଞ୍ଚଳର ଶତାଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ସଦସ୍ୟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଆସନ୍ତା ଶୁକ୍ରବାର ଏବଂ ଶନିବାର ଏହି କାର୍ଯ୍ୟକ୍ରମ ସିଆଙ୍ଗବାଲି ଓ ଗଞ୍ଜାମ ଜିଲା ଗୋଚ୍ଛାରେ କରାଯିବ ବୋଲି ଗ୍ରାମବିକାଶ ଅନୁଷ୍ଠାନ ପକ୍ଷରୁ କୁହାଯାଇଛ।


Enter your email to get our daily news in your inbox.

All Right Reserved By Dharitri.Com

ଜୁନିୟର ମହିଳା ହକି: ଓ୍ବେଲ୍ସକୁ ହରାଇଲା ଭାରତ

ସାଣ୍ଟିଆଗୋ, ୮ା୧୨: ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌ର ୯ମ ସ୍ଥାନ ପାଇଁ ହୋଇଥିବା ଏକ କ୍ଲାସିଫିକେଶନ ମ୍ୟାଚ୍‌ରେ କ୍ୱାର୍ଟରଫାଇନାଲ ଦୌଡ଼ରୁ ବାଦ୍‌ ପଡ଼ିଥିବା ଭାରତ...

ଏକାଠି ହେଲେ ହଳଦିଆ ତୈଳିକ ବୈଶ୍ୟ ସମାଜ ସଭ୍ୟ, ବିଭିନ୍ନ ସମସ୍ୟା ନେଇ

ଦିଗପହଣ୍ଡି,୮ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଚିକିଟି ଓ ଖେମୁଣ୍ଡି ହଳଦିଆ ତୈଳିକ ବୈଶ୍ୟ ସମାଜର ଏକ ଆଲୋଚନା ସଭା ସାନଖେମୁଣ୍ଡି ବ୍ଲକ ଜିଉରା ଗ୍ରାମ...

ଯାଉଥିବାବେଳେ ହଠାତ୍‌ ସାମ୍ନାକୁ ଚାଲିଆସିଲା ଏମିତି ଏକ ଜନ୍ତୁ, ତା’ପରେ…

ଭଞ୍ଜନଗର,୮।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ସୋରାଦେବୀ ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଅଜଣା ଜନ୍ତୁକୁ ଧକ୍କା ଦେଇ ଜଣେ...

ଏହି ଷ୍ଟାର ଫୁଟ୍‌ବଲ ଖେଳାଳିଙ୍କୁ ବ୍ଲାକ୍‌ମେଲ କରି ଜେଲଗଲେ ମହିଳା

ସିଓଲ,୮ା୧୨: ଫୁଟବଲ ଷ୍ଟାର ସନ୍‌ ହିଅଙ୍ଗ ମିନ୍‌ଙ୍କୁ ବ୍ଲାକ୍‌ମେଲ କରିଥିବା ଅଭିଯୋଗରେ ଦକ୍ଷିଣ କୋରିଆର ଏକ କୋର୍ଟ ଜଣେ ମହିଳାଙ୍କୁ ୪ବର୍ଷ ଜେଲ ଦଣ୍ଡ କରିଛି।...

ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଲେ

ଭୁବନେଶ୍ୱର,୧୨।୮: ପାନ ଦୋକନ ଆଗରେ ଯୁବକଙ୍କ ମୁଣ୍ଡକୁ ପଥରରେ ଛେଚିଦେଲେ। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ସହିଦ୍‌ନଗରରେ। ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି।...

ଭୟାବହ ଅଗ୍ନିକାଣ୍ଡ: କ୍ଷତିପୂରଣ ଦାବିରେ ରାସ୍ତାରୋକୋ କଲେ ଫଳ ଦୋକାନୀ, ତହସିଲଦାର କଲେ ଆଲୋଚନା

ବଲାଙ୍ଗୀର, ୮।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ବସଷ୍ଟାଣ୍ଡ ସମ୍ମୁଖ ତଥା ଜିଲାପାଳ କାର୍ଯ୍ୟାଳୟ ନିକଟ ଫଳ ମାର୍କେଟରେ ସୋମବାର ଅପରାହ୍ନ ପ୍ରାୟ ୩ଟା ସମୟରେ...

ଓଡ଼ିଶା ସରକାରଙ୍କ ବିଭିନ୍ନ ଯୋଜନାକୁ ଗ୍ରହଣ କରିବେନି ବୋଲି ଏକାଠି ହେଲେ୭ ଗ୍ରାମବାସୀ  

ପଟ୍ଟାଙ୍ଗି,୮।୧୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତର ଫାଟୁସିନେରୀ ଗ୍ରାମ ନିକଟ ଓଡିଶା-ଆନ୍ଧ୍ର ସୀମାନ୍ତ ଏକ ସ୍ଥାନରେ ପଞ୍ଚାୟତର ୭ଟି...

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri