Posted inଜାତୀୟ

ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ପଦକ୍ଷେପ, ଭାରତ ନେତୃତ୍ୱରେ ବିଶ୍ୱସ୍ତରୀୟ ଅଭିଯାନ…

ନୂଆଦିଲ୍ଲୀ,୩୧।୧୦: ପ୍ରତ୍ୟେକ ଦେଶ ବିଦେଶାଗତ ପକ୍ଷୀମାନଙ୍କର ଆତିଥ୍ୟତା ନେଇ ଏକତ୍ରିତ ହେବେ। ବିଦେଶାଗତ ପକ୍ଷୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭାରତ ନେତୃତ୍ୱରେ ଏକ ବିଶ୍ୱସ୍ତରୀୟ ଅଭିଯାନ ପରିଚାଳିତ ହେବାକୁ ଯାଉଛି। ହଜାର ହଜାର କିଲୋମିଟର ଉଡ଼ି ଉଡ଼ି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଥିବା ପକ୍ଷୀମାନଙ୍କୁ ଘରକୁ ଆସୁଥିବା ଅତିଥିମାନଙ୍କ ପରି ସମଗ୍ର ବିଶ୍ୱରେ ସ୍ବାଗତ କରାଯିବ।

ଗତ କିଛି ବର୍ଷ ମଧ୍ୟରେ, ସମଗ୍ର ବିଶ୍ୱରେ ସେମାନଙ୍କର ବାସସ୍ଥାନରେ ଅବାଧ ଶିକାର ଯୋଗୁ ବହୁ ପ୍ରଜାତିର ବିଦେଶାଗତ ପକ୍ଷୀଙ୍କ ଜୀବନ ଯାଇଛି। କେନ୍ଦ୍ରୀୟ ଏସିଆର ଫ୍ଲାଏ-ୱେ ଦେଶଠାରୁ ଆରମ୍ଭ କରି ସେମାନଙ୍କୁ ବଞ୍ଚାଇବା ପାଇଁ ଭାରତ ପକ୍ଷରୁ ଏକ ବିଶ୍ୱସ୍ତରୀୟ ଅଭିଯାନ ଆରମ୍ଭ ହୋଇଛି। ପରେ ଏହି ଅଭିଯାନ ଏହା ଅନ୍ୟ ଦେଶକୁ ମଧ୍ୟ ପ୍ରସାର କରାଯିବ।

ସମଗ୍ର ବିଶ୍ୱରେ ବିଦେଶାଗତ ପକ୍ଷୀମାନଙ୍କର ସଂରକ୍ଷଣକୁ ଆଗେଇ ନେଉଥିବା ଭାରତ ମଧ୍ୟ ଏଥିପାଇଁ ଏକ ଯୋଜନା ପ୍ରସ୍ତୁତ କରିଛି। ଯେଉଁଥିରେ ବିଦେଶାଗତ ପକ୍ଷୀମାନଙ୍କର ଫ୍ଲାଏ-ଓ୍ବେରେ ଆସୁଥିବା ଦେଶମାନଙ୍କରେ ସେମାନଙ୍କର ବାସସ୍ଥାନର ସୁରକ୍ଷା ପାଇଁ ଅଭିଯାନ କରାଯିବ।

ପ୍ରତି ଦେଶ ସେମାନଙ୍କ ରହଣୀସ୍ଥଳକୁ ସୁରକ୍ଷିତ ରଖିବେ। ଏହା ସହିତ ପରିବେଶକୁ ଅନୁକୂଳ ରଖାଯିବ। ବିଦେଶାଗତ ପକ୍ଷୀଙ୍କ ଖାଦ୍ୟ ଏବଂ ପାନୀୟର ସୁବିଧା ଉପରେ ତୀକ୍ଷ୍‌ର ନଜର ରଖାଯିବ। ଏହି ଅଭିଯାନ ଅନ୍ତର୍ଗତ ବିପଦପୂର୍ଣ୍ଣ ପ୍ରଜାତିର ପକ୍ଷୀମାନଙ୍କର ବିଶେଷ ତଦାରଖ କରାଯିବ। ସମ୍ପୃକ୍ତ ଦେଶମାନେ ମଧ୍ୟ ଏହି ପକ୍ଷୀମାନଙ୍କର ଗତିବିଧି ବିଷୟରେ ସୂଚନା ପରସ୍ପର ସହିତ ଆଦାନ ପ୍ରଦାନ କରିବେ।

ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟ ଅନୁଯାୟୀ, ବିଦେଶାଗତ ପକ୍ଷୀମାନଙ୍କର ସଂରକ୍ଷଣ ପାଇଁ ଭାରତ ଏହି ଅଭିଯାନକୁ ସମଗ୍ର ବିଶ୍ୱରେ ଆଗେଇ ନେବାକୁ ଅଣ୍ଟା ଭିଡ଼ିଛି। ପ୍ରତିବର୍ଷ ସାଇବେରିଆ ସମେତ ବହୁ ଦୁର୍ଗମ ଅଞ୍ଚଳରୁ ବହୁ ସଂଖ୍ୟାରେ ପକ୍ଷୀ ହଜାର ହଜାର କିଲୋମିଟର ଉଡ଼ି ଭାରତରେ ପହଞ୍ଚିଥାନ୍ତି। ଭାରତରେ କିଛି ସମୟ ବିତାଇବା ପରେ ପୁନର୍ବାର ଫେରି ଥାନ୍ତି। ସେମାନଙ୍କର ଉପସ୍ଥିତି ଭାରତର ବହୁ ସ୍ଥାନରେ ଦେଖିବାକୁ ମିଳିଥାଏ।

କେନ୍ଦ୍ରୀୟ ଏସୀୟ ଫ୍ଲାଏ-ୱେରେ ରୁଷିଆ, କାତାର, ସାଉଦି ଆରବ, ଶ୍ରୀଲଙ୍କା, ତାଜିକିସ୍ତାନ, ତୁର୍କମେନିସ୍ତାନ, ୟୁଏଇ, ବ୍ରିଟେନ, ଉଜବେକିସ୍ତାନ, ୟେମେନ, ଇରାକ, କାଜାଖସ୍ତାନ, କୁଏତ, କିର୍ଗିଜସ୍ଥାନ, ମାଳଦ୍ୱୀପ, ମୋଙ୍ଗୋଲିଆ, ମ୍ୟାନ୍‌ମାର, ନେପାଳ, ଓମାନ, ପାକିସ୍ତାନ, ଆଫଗାନିସ୍ତାନ, ଆର୍ମେନିଆ, ଆଜେରବାଇଜାନ, ବାହାରିନ , ବାଂଲାଦେଶ, ଭୁଟାନ, ଚୀନ, ଜର୍ଜିଆ, ଭାରତ ଏବଂ ଇରାନ ଆଦି ୩୦ଟି ଦେଶ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଣବିକ ଯୁଦ୍ଧ ସଙ୍କେତ: ସାରା ବିଶ୍ୱରେ ଖେଳିଗଲା ଆତଙ୍କ

ତେହରାନ୍‌/ଓ୍ବାଶିଂଟନ୍‌,୧ା୪(ରଏଟର୍ସ/ଏଜେନ୍ସି):ଇରାନ୍‌ ଆଣବିକ ଅସ୍ତ୍ର ତିଆରି କରୁଥିବା ନେଇ ଆମେରିକା ଓ ଇସ୍ରାଏଲ୍‌ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ତେହରାନ୍‌ ଏହାକୁ ଖଣ୍ଡନ କରୁଥିବାବେଳେ ଜାତିସଂଘର ଆଣବିକ ଜଗୁଆଳି ସଂସ୍ଥା…

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri