ପୁନଃ ଯୌବନ: ସମ୍ଭାବନା ଦିଗରେ ପାଦେ

କୁହାଯାଏ ଯେ, ଆମ ଜୀବନସ୍ରୋତ ନିଃଶବ୍ଦରେ ବହିଚାଲିଥାଏ ମୃତ୍ୟୁ ସିନ୍ଧୁର କରାଳ ଲହରିକୁ ଭେଟିବା ପାଇଁ। ଜନ୍ମପରଠାରୁ ଏ ପ୍ରକ୍ରିୟା ଆରମ୍ଭ ହୋଇଯାଏ ଏବଂ ତାହା ଗତିକରେ ଶୈଶବ, ଯୌବନ, ପୌଢ଼ତ୍ୱ ଏବଂ ବାର୍ଦ୍ଧକ୍ୟ ଅବସ୍ଥା ଦେଇ। ଏହା ଅପ୍ରତ୍ୟାବର୍ତ୍ତୀ। ତେବେ ତାକୁ ପ୍ରତ୍ୟାବର୍ତ୍ତୀ କରିବା ଲାଗି, ବିଶେଷକରି ବାର୍ଦ୍ଧକ୍ୟରୁ ଯୌବନାବସ୍ଥାକୁ ଫେରିବା ପାଇଁ ମଣିଷ ଯୁଗ ଯୁଗ ଧରି ସ୍ବପ୍ନ ଦେଖିଆସିଛି। ଆମ ପୁରାଣଶାସ୍ତ୍ର ଏଭଳି ବହୁ କାଳ୍ପନିକ କାହାଣୀରେ ପରିପୂର୍ଣ୍ଣ। ଅନ୍ୟପକ୍ଷରେ ପୁରାତନ ଚିକିତ୍ସା ଶାସ୍ତ୍ରରୁ ମଧ୍ୟ ଏଥିପାଇଁ ବିବିଧ ରସାୟନମାନ ପ୍ରସ୍ତୁତି ଲାଗି ବ୍ୟାପକ ଉଦ୍ୟମ ହୋଇଥିବାର ଜଣାପଡ଼େ। ତେବେ ଏ କ୍ଷେତ୍ରରେ ଏକ ସଫଳ ସମ୍ଭାବନା ପାଦଟିଏ ଅଗ୍ରସର ହୋଇଛନ୍ତି ବୈଜ୍ଞାନିକମାନେ। ନିକଟରେ କାଲିଫର୍ନିଆସ୍ଥିତ ସାନଡିଏଗୋର ସାଲ୍‌କ ଇନ୍‌ଷ୍ଟିଚ୍ୟୁଟ୍‌ଠାରେ ଗବେଷଣାରତ କିଛି ବୈଜ୍ଞାନିକ ବୟସ୍କ ମୂଷାମାନଙ୍କଠାରେ ବାର୍ଦ୍ଧକ୍ୟ ପ୍ରକ୍ରିୟାକୁ ପ୍ରତ୍ୟାବର୍ତ୍ତୀ କରିବାରେ କିଛିମାତ୍ରାରେ ସଫଳକାମୀ ହୋଇଛନ୍ତି। ସେମାନେ ଏଥିଲାଗି ନିୟୋଜିତ କରିଛନ୍ତି ”ଜୀବକୋଷୀୟ ପୁନଃଯୌବନଦାୟୀ କୌଶଳ“ (ସେଲୁଲାର୍‌ ରିଜୁଭେନେସନ୍‌ ଟେକ୍ନୋଲୋଜି)। ୟାମାନାକା ଅନୁଲିଖିନ କାରକ (ୟାମାନାକା ଟ୍ରାନସ୍‌କ୍ରିପସନ୍‌ ଫ୍ୟାକ୍ଟର୍ସ) ରୂପେ ଜଣାଶୁଣା ଚାରୋଟି ଅଣୁକୁ ଏଥିରେ ବ୍ୟବହାର କରାଯାଇଛି। ଗବେଷକମାନେ ଏଥିରେ ପ୍ରଦର୍ଶନ କରିପାରିଛନ୍ତି ଯେ, ବୃଦ୍ଧ ମୂଷାମାନଙ୍କ ଜୀବକୋଷଗୁଡ଼ିକୁ ଏହି ପଦ୍ଧତିରେ ଆଂଶିକ ଭାବେ ପୁନଃବିନ୍ୟାସ କରି ଅପେକ୍ଷାକୃତ ଯୁବାବସ୍ଥାକୁ ଫେରାଇ ନିଆଯାଇପାରିବ।
ୟାମାନାକା ଅନୁଲିଖିନ କାରକ ଚାରୋଟିକୁ ସୂଚିତ କରାଯାଏ Oct4, Sox2, Klf4 ଏବଂ CMyc ରୂପେ। ଏଗୁଡ଼ିକ ହେଲେ ପ୍ରୋଟିନ୍‌ ଅନୁଲିଖନକାରୀ କାରକ ଯାହାକି ‘ପ୍ରରୋଚିତ ବହୁବିଧ ସାମର୍ଥ୍ୟ ସମ୍ପନ୍ନ କାଣ୍ଡିକୋଷିକା’ ବା ”ଇଣ୍ଡିଉସ୍‌ ପ୍ଲୁରିପୋଟେଣ୍ଟ ଷ୍ଟେମ୍‌ସେଲ୍‌“ ସୃଷ୍ଟି କରନ୍ତି। ଏହି କାଣ୍ଡକୋଷିକାଗୁଡ଼ିକର ଶରୀରରେ ଯେକୌଣସି ପ୍ରକାର କୋଷିକାକୁ ରୂପାନ୍ତରିତ ହେବାର କ୍ଷମତା ରହିଛି। ଏଗୁଡ଼ିକ ଜିନ୍‌ସ୍ଥିତ ଡିଏନ୍‌ଏର ଆର୍‌ଏନଏକୁ ପ୍ରତିଲିପୀକରଣ ପ୍ରକ୍ରିୟାକୁ ନିୟନ୍ତ୍ରଣ କରନ୍ତି। ଜିନ୍‌ସ୍ଥିତ ଡିଏନ୍‌ଏକୁ ଆଧାର ରୂପେ ବ୍ୟବହାର କରି ‘ଆର୍‌ଏନ୍‌ଏ-ପଲିମରେଜ୍‌’ ନାମକ ଏକ ଏଞ୍ଜାଇମ୍‌ ଆର୍‌ଏନ୍‌ଏ ସଂଶ୍ଳେଷଣକାରୀ ରାସାୟନିକ ପ୍ରକ୍ରିୟାକୁ ଉତ୍‌ପ୍ରେରିତ କରେ।
ପ୍ରଥମେ ୨୦୦୬ ମସିହାରେ ଜାପାନ ବୈଜ୍ଞାନିକ ଡ. ଶିନ୍ୟା ୟାମାନାକା ଆବିଷ୍କାର କରିଥିଲେ ଯେ, ଏହି ଚାରୋଟି ଜିନ୍‌ ନିୟନ୍ତ୍ରଣକାରୀ ପ୍ରୋଟିନ୍‌କୁ ଜୀବକୋଷରେ ଯୋଗ କଲେ ସେଗୁଡ଼ିକୁ ଭୃଣୀୟକାଣ୍ଡକୋଷିକା (ଏବ୍ରିଓନିକ୍‌ ଷ୍ଟେମ୍‌ସେଲ୍‌) କୁହାଯାଉଥିବା ଏକ ଅପେକ୍ଷାକୃତ କମ୍‌ ବୟସର ଏବଂ ଅଧିକ ଖାପ୍‌ ଖୁଆଇପାରିଲା ଭଳି ରୂପକୁ ପୁନଃନିର୍ଦ୍ଦେଶିତ ହେବାକୁ ଅନୁମତି ଦିଏ। ଏହି କାଣ୍ଡକୋଷିକାଗୁଡ଼ିକ ବହୁବିଧ ସାମର୍ଥ୍ୟସମ୍ପନ୍ନ ହୋଇଥିବାରୁ ଶରୀରର ଯେକୌଣସି କୋଷିକାକୁ ରୂପାନ୍ତରିତ ହେବାର ସାମର୍ଥ୍ୟ ରହିଛି। ତାଙ୍କୁ ଏଥିପାଇଁ ୨୦୧୨ ମସିହାରେ ନୋବେଲ ପୁରସ୍କାର ମିଳିଥିଲା।
ଖୁବ୍‌ ନିକଟରେ (୨୦୧୮) ହୋଇଥିବା ଅନ୍ୟ ଏକ ଅଧ୍ୟୟନରେ ସାଲକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଗବେଷକମାନେ ବୟସ ବଢ଼ିଚାଲିଥିବା ସୁସ୍ଥ ମୂଷାମାନଙ୍କଠାରେ ଜୀବକୋଷୀୟ ପୁନଃ ତାରୁଣ୍ୟ ଲାଭ (ସେଲୁଲାର୍‌ ରିଜୁଭେନେସନ) ପ୍ରକ୍ରିୟାର ଅବସ୍ଥାନ୍ତର ଉପରେ ଦୀର୍ଘଦିନ ଧରି ପରୀକ୍ଷା ଚଳାଇଥିଲେ। ସେମାନେ ଗୋଟିଏ ଦଳ ମୂଷାଙ୍କୁ ୧୫ ମାସ ବୟସର ହେଲାବେଳଠାରୁ ୨୨ ମାସ ହେବାଯାଏ ନିୟମିତ ଭାବେ ୟାମାନାକା କାରକ ଦେଇ ଚାଲିଲେ (ମୂଷାଙ୍କ ଏ ବୟସ ମଣିଷର ୫୦ରୁ ୬୦ବର୍ଷ ସହିତ ସମତୁଲ୍ୟ) ଏବଂ ଅନ୍ୟ ଏକ ଦଳକୁ ୧୨ ମାସରୁ ୨୨ ମାସ (ମଣିଷର ୩୫ବର୍ଷରୁ ୬୦ବର୍ଷ ସମତୁଲ୍ୟ) ତଥା ତୃତୀୟ ଦଳକୁ ୧ ମାସରୁ ୩୦ମାସ (ମଣିଷର ୮୦ ବର୍ଷ ସମତୁଲ୍ୟ) ତାହା ଦେଇ ଚିକିତ୍ସା କରିଥିଲେ। ତତ୍ପରେ ସେଗୁଡ଼ିକୁ ଚିକିତ୍ସା ନ ପାଇଥିବା ମୂଷାମାନଙ୍କ ସହିତ ତୁଳନା କରିବାରୁ ଦେଖାଗଲା ଯେ, ବୟସ ବୃଦ୍ଧି ସତ୍ତ୍ୱେ ବ ସେମାନଙ୍କର ରକ୍ତକୋଷିକାରେ କିମ୍ବା ସ୍ନାୟୁମାନଙ୍କରେ କୌଣସି ପରିବର୍ତ୍ତନ ସୂଚନା ମିଳିଲା ନାହିଁ। ପୁନଶ୍ଚ ୟାମାନାକା କାରକ ପ୍ରାପ୍ତ ହେଉଥିବା ଜୀବମାନଙ୍କଠାରେ ସାଧାରଣ ବାର୍ଦ୍ଧକ୍ୟ ପ୍ରକ୍ରିୟାର ବିବିଧ ସୂଚନା ପ୍ରତି ଧ୍ୟାନ ଦେବାରୁ ସେମାନେ ଆବିଷ୍କାର କଲେ ଯେ, ଏଗୁଡ଼ିକ ଯୁବ ମୂଷାଙ୍କ ଅନୁରୂପ। ତାଙ୍କ ବୃକ୍‌କ (କିଡନୀ), ଚର୍ମ, ଅଧିଜିବୀୟ ବ୍ୟବସ୍ଥାସମୂହ ଯୁବ ମୂଷାଙ୍କ ଅଧିଜିନୀୟ (ଏପିଜେନେଟିକସ) ଢାଞ୍ଚା ସହିତ ଅତି ନିବିଡ଼ ଭାବେ ମେଳ ଖାଉଥିଲା।
ପୁନଃ ପ୍ରୋଗ୍ରାମିଂ (ରିପ୍ରୋଗ୍ରାମିଂ) ହୁଏତ ତନ୍ତୁ ବା ଟିସୁରେ ତନ୍ତୁମୟତା (ଫିବ୍ରୋସିସ୍‌) ହ୍ରାସ କରୁଥିବ- ତାହା ବୁଝିବା ପାଇଁ ଗବେଷକମାନେ ଚର୍ମରେ ହେଉଥିବା କ୍ଷତ ଉପରେ ଜମା ହେଉଥିବା ତନ୍ତୁଗୁଡ଼ିକୁ ବିଶ୍ଳେଷଣ କଲେ। ସେମାନେ ୟାମାନାକାକାରକ ପ୍ରାପ୍ତ ହେଉଥିବା ବୟସ୍କ ମୂଷାମାନଙ୍କ କ୍ଷତ ଅଞ୍ଚଳରେ କୋଲାଜେନ୍‌ ଜମା ହେବା ପ୍ରକ୍ରିୟା ବୃଦ୍ଧି ପାଇବା ଦେଖିବାକୁ ପାଇଲାବେଳେ ଆଂଶିକ ଭାବେ ପୁନଃ-ପ୍ରୋଗ୍ରାମିଂ ହୋଇଥିବା ମୂଷାଙ୍କଠାରେ ମଧ୍ୟ ଏହି ଅଞ୍ଚଳରେ ତାହା ବେଶ୍‌ ପରିମାଣରେ ଦେଖିବାକୁ ପାଇଥିଲେ। ପୁନଶ୍ଚ ୟାମାନାକାରକ ଚିକିତ୍ସିତ ଜୀବମାନଙ୍କ ରକ୍ତରେ ବୟସ ସହିତ ସମ୍ପୃକ୍ତ ଚୟାପୟନ ଅଣୁଗୁଡ଼ିକର କୌଣସି ପରିବର୍ତ୍ତନ ନ ଆସିବାର ଦେଖାଗଲା।
ଏଠାରେ ସୂଚନାଯୋଗ୍ୟ ଯେ, ମଣିଷଠାରେ ମଧ୍ୟ ଏହି କାରକଗୁଡ଼ିକର କ୍ରିୟାଶିଳତା ସଫଳ ଭାବେ ପରୀକ୍ଷା ହୋଇସାରିଲାଣି। ନିକଟରେ (୨୦୧୮) ଏହି ଉପାୟ ଅବଲମ୍ବନ କରି ୟୁନିଭରସିଟି ଅଫ୍‌ କେମ୍ବ୍ରିଜ୍‌ର ବୈଜ୍ଞାନିକମାନେ ମଣିଷର ଚର୍ମକୋଷିକାର ବୟସ ୩୦ ବର୍ଷ ପଛକୁ ଫେରାଇ ନେଇପାରିଛନ୍ତି। ସେମାନେ ଏହି ସାଧାରଣ କୋଷିକାକୁ ‘ଇଣ୍ଡିଉସ୍‌ ପ୍ଲରିପୋଟେଣ୍ଟ ଷ୍ଟେମସେଲ୍‌’ରେ ପରିଣତ କରିବାରେ ସଫଳକାମୀ ହୋଇପାରିଛନ୍ତି।

ପ୍ର. ରମେଶ ଚନ୍ଦ୍ର ପରିଡ଼ା
-ଉଷାନିବାସ, ୧୨୪/୨୪୪୫
ଖଣ୍ଡଗିରି ବିହାର, ଭୁବନେଶ୍ୱର
ମୋ: ୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମବରଦା ଥାନାରୁ ଅଭିଯୁକ୍ତ ଚମ୍ପଟ ଘଟଣା: ଏଏସ୍‌ଆଇଙ୍କ ସମେତ ୩ ପୋଲିସ କର୍ମଚାରୀ ସସ୍‌ପେଣ୍ଡ

ଧର୍ମଶାଳା, ୨୮।୩(ଶିିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ବ୍ରହ୍ମବରଦା ଥାନାରୁ ଜଣେ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ ଜିଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସରକାରଙ୍କ ବିରୋଧରେ ଗର୍ଜିଲା କଂଗ୍ରେସ

ବଞ୍ଚୋ,୨୮ା୩(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲାର ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଅନ୍ତର୍ଗତ ମରେଇଗାଁ ପଡ଼ିଆରେ କଂଗ୍ରେସ ଦଳର ଡାକରାରେ ଏକ ବିଶାଳ ଜନସମାବେଶ ଅନୁଷ୍ଠିତ ହୋଇଯାଇଛି।…

୧୦ ମାସ ତଳେ ବିବାହ କରିଥିଲେ ଅନୁପମା, ବେକରେ ଦାଗ ଦେଖି ବାପଘର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ମହିପୁର ଗାଁରେ ଜଣେ ନବବଧୂକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ୧୦ ମାସ ତଳେ ବାହା ହୋଇଥିବା…

ଉପଖଣ୍ଡ ମାନ୍ୟତା ପ୍ରଦାନ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରିଷିଡ଼ା,୨୮ା୩ (ସୁଶାନ୍ତ ମଲ୍ଲିକ)କଳାହାଣ୍ଡି ଜିଲାର ମଦନପୁର ରାମପୁରକୁ ଉପଖଣ୍ଡ ମାନ୍ୟତା ଦେବା ପାଇଁ ଯୁବ ନେତା ତଥା ରାଜ ପରିବାର ସଦସ୍ୟ ନୀଳମାଧବ ସିଂଦେଓ ମୁଖ୍ୟମନ୍ତ୍ରୀ ମୋହନ…

ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ହିମାଂଶୁ-ଦେବେନ୍ଦ୍ର, କାର୍ଯ୍ୟଭାର ନେବା ପରେ…

ବରପାଲି,୨୮ା୩(ଚିତ୍ତରଞ୍ଜନ ସାହୁ): ଶନିବାର ବରପାଲି ଓକିଲ ସଂଘର ନୂତନ କର୍ମକର୍ତ୍ତା ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଚଳିତ ବର୍ଷ ପାଇଁ ସଭାପତି ହିମାଂଶୁ ଶେଖର ସାହୁ ଓ ସମ୍ପାଦକ…

ବାଣଫୁଟାଇ ମିଠାଖୁଆଇ ବିଜୟ ଉତ୍ସବ ପାଳିଲେ ପ୍ରକାଶ-ରବୀନ୍ଦ୍ର

ପୁରୁଷୋତ୍ତମପୁର,୨୮ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଓକିଲ ସଂଘ ନିର୍ବାଚନ ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି। ଏଥିରେ ସଭାପତି ଭାବେ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ…

ମଧ୍ୟପ୍ରାଚ୍ୟରେ ଅଶାନ୍ତି ମଧ୍ୟରେ, ଆମେରିକାକୁ କଡ଼ା ଚେତାବନୀ ଦେଲେ ଇରାନ ରାଷ୍ଟ୍ରପତି, କହିଲେ ଏଥର…

ତେହରନ୍‌,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ଆରମ୍ଭ ହେବାର ଏକ ମାସ ବିତିଗଲାଣି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ନିରନ୍ତର କ୍ଷେପଣାସ୍ତ୍ର ଆକ୍ରମଣ ବିନିମୟ ହୋଇଛି। ଇରାନ ରାଷ୍ଟ୍ରପତି…

ସରିଲା ଓକିଲ ସଂଘ ନିର୍ବାଚନ: ବାଜି ମାରିଲେ ହୃଦୟରଞ୍ଜନ-ସନ୍ତୋଷ

ଦିଗପହଣ୍ଡି,୨୮ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦଗିଗପହଣ୍ଡିସ୍ଥିତ ଖେମୁଣ୍ଡି ଓକିଲ ସଂଘର ନିର୍ବାଚନ ଶନିବାର ଶାନ୍ତିପୂର୍ଣ୍ଣ ଭାବେ ସରିଛି। ଓକିଲ ସଂଘର ସଭାପତି ଭାବେ ହୃଦୟରଞ୍ଜନ ମେକାପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri