ଷ୍ଟିମ ପାଇପ୍‌ ଫାଟି ଶ୍ରମିକ ଗୁରୁତର ଘଟଣା: ଆଖିବୁଜିଲେ ଶଙ୍କର

ଗଞ୍ଜାମ,୯।୧୦(ଡି.ଏନ୍‌.ଏ.): ଗଞ୍ଜାମ ସହରସ୍ଥିତ ଗ୍ରାସୀମ କମ୍ପାନୀରେ ଗତ ମଙ୍ଗଳବାର ଷ୍ଟିମ୍‌ ପାଇପ୍‌ ଫାଟି ଜଣେ ଇଞ୍ଜିନିୟର ସମେତ ୩ ଜଣ ଗୁରୁତର ହୋଇଥିଲେ। ଏଥିରେ ପୁଇଁତୋଳା ଗ୍ରାମର ଶଙ୍କର ରାଉଳ (୩୨) ଅଧିକ ଗୁରୁତର ହୋଇଥିଲେ l ତାଙ୍କ ଶରୀର ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ସେ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସା ହେଉଥିଲେ। ଶୁକ୍ରବାର ପୂର୍ବାହ୍ନରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟ ଖବର ପ୍ରଚାରିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l ଅନ୍ୟ ଦୁଇଜଣ ଆହତ ଏବେ ଚିକିତ୍ସାଧୀନ ଅଛନ୍ତି।