Company Rules: ଟଏଲେଟ୍‌ରେ ୨ ମିନିଟ୍‌ରୁ ଅଧିକ ରହିଲେ ପଡ଼ିବ ୧୨୦୦ ଟଙ୍କା ଜରିମାନା, ଜାଣନ୍ତୁ କାରଣ…

ବେଜିଂ,୨୧ା୨: ପଡ଼ୋଶୀ ଦେଶ ଚାଇନାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ଯାହା ଲୋକଙ୍କୁ ସ୍ତବ୍ଧ କରିଦେଇଛି। ଏଠାକାର ଏକ କମ୍ପାନୀ ତା’ର କର୍ମଚାରୀଙ୍କ ପାଇଁ ୨ ମିନିଟ୍‌ର ଏକ ଅଜବ ଟଏଲେଟ୍‌ ନିୟମ ଲାଗୁ କରିଛି, ଯାହା ସୋସିଆଲ ମିଡିଆରେ ବହୁ ଭାଇରାଲ ହେଉଛି। କମ୍ପାନୀକୁ ଏନେଇ ବହୁତ ସମାଲୋଚନା କରାଯାଇଛି।

ଅଫିସରେ ଯିଏ ଟଏଲେଟ୍‌ ଯିବେ ତାଙ୍କୁ କେବଳ ଦୁଇ ମିନିଟ୍‌ ସମୟ ଦିଆଯାଏ ଯାହାକି ଅତ୍ୟନ୍ତ ଅମାନବୀୟ। ଏହା ଉପରେ ସିସିଟିଭି ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବା ଏବଂ ନିୟମ ଉଲ୍ଲଂଘନ ପାଇଁ ମୋଟା ଅଙ୍କର ଜରିମାନା ଆଦାୟ କରିବା ଆହୁରି ଅନ୍ୟାୟ ବୋଲି ୟୁଜରମାନେ ମନ୍ତବ୍ୟ ଦେଇଛନ୍ତି।

ଗୁଆଙ୍ଗଡୋଙ୍ଗର ଫୋସାନରେ ଅବସ୍ଥିତ ଥ୍ରୀ ବ୍ରଦର୍ସ ମେଶିନ ମ୍ୟାନୁଫ୍ୟାକଚରିଂ କମ୍ପାନୀ ୧୧ ଫେବୃଆରୀରେ ଦୁଇ ମିନିଟର ଟଏଲେଟ୍‌ ବିରତି ନିୟମ ଲାଗୁ କରିଥିଲା। ଏକ ପ୍ରାଚୀନ ଚିକିତ୍ସା ପାଠ୍ୟକୁ ଉଦ୍ଧୃତ କରି କମ୍ପାନୀ ଯୁକ୍ତି ଦେଇଛି ଯେ, କର୍ମଚାରୀଙ୍କ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏହା ବ୍ୟତୀତ, ନୂତନ ନିୟମର ଲକ୍ଷ୍ୟ ହେଉଛି ଦକ୍ଷତା ଏବଂ କର୍ମକ୍ଷେତ୍ର ଶୃଙ୍ଖଳାକୁ ଉନ୍ନତ କରିବା।

ଏହି ନିୟମ କ’ଣ?
କମ୍ପାନୀର ନୂଆ ନିୟମ ଅନୁଯାୟୀ, କର୍ମଚାରୀମାନେ ସକାଳ ୮ଟା ପୂର୍ବରୁ, ସକାଳ ୧୦.୩୦ରୁ ୧୦.୪୦ ମଧ୍ୟରେ, ମଧ୍ୟାହ୍ନ ୧୨ରୁ ୧.୩୦ ମଧ୍ୟରେ, ଅପରାହ୍ନ ୩.୩୦ରୁ ୩.୪୦ ମଧ୍ୟରେ, ଏବଂ ସନ୍ଧ୍ୟା ୫.୩୦ରୁ ୬ଟା ମଧ୍ୟରେ ଟଏଲେଟ୍‌ ବ୍ୟବହାର କରିପାରିବେ, କିନ୍ତୁ ତାହା ମଧ୍ୟ କେବଳ ୨ ମିନିଟ୍‌ ପାଇଁ। ଯଦି କାହାକୁ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରମ କରିବାକୁ ପଡ଼େ, ତେବେ ଏଥିପାଇଁ ଏଚ୍‌ଆରଙ୍କଠାରୁ ଅନୁମତି ନେବାକୁ ପଡ଼ିବ।

ଏକ ରିପୋର୍ଟ ଅନୁଯାୟୀ, ନିୟମ ଭଙ୍ଗ ନ କରିବା ପାଇଁ କମ୍ପାନୀ କ୍ୟାମେରା ମାଧ୍ୟମରେ କର୍ମଚାରୀମାନଙ୍କ ଉପରେ ନଜର ରଖିବ ଏବଂ ନିୟମ ଭଙ୍ଗ କରୁଥିବା ଲୋକଙ୍କ ଉପରେ ୧୦୦ ୟୁଆନ ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ୧୨୦୦ ଟଙ୍କା) ଜରିମାନା ଲଗାଇବ। ଏହା ଫେବୃଆରୀ ୧୧ରେ ଏକ ପାଇଲଟ ପ୍ରୋଜେକ୍ଟ ଭାବରେ ଆରମ୍ଭ ହୋଇଥିଲା ଏବଂ କମ୍ପାନୀ କହିଥିଲା ଯେ, ମାର୍ଚ୍ଚ ୧ରୁ ଏନେଇ କଠୋର ପଦକ୍ଷେପ ନିଆଯିବ।

କମ୍ପାନୀର ଏହି ନିଷ୍ପତ୍ତିକୁ ନେଇ ସୋସିଆଲ ମିଡିଆରେ ବହୁତ ବିବାଦ ହୋଇଥିଲା। ଯାହା ପରେ କମ୍ପାନୀକୁ ତା’ର ନିଷ୍ପତ୍ତି ପ୍ରତ୍ୟାହାର କରିନେଇଛି। ଲୋକମାନେ କହିଛନ୍ତି, ଏହି ନିଷ୍ପତ୍ତି କେବଳ ଅନୈତିକ ନୁହେଁ ବରଂ କର୍ମଚାରୀଙ୍କ ମାନସିକ ଏବଂ ଶାରୀରିକ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?