Categories: ଜାତୀୟ

ଯେଉଁଠି ଅଛ ସୁରକ୍ଷିତ ରୁହ,ଭାରତୀୟ ଦୂତାବାସ ପକ୍ଷରୁ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ/କ୍ୱିଭ୍‌,୨୪।୨ : ୟୁକ୍ରେନର ରାଜଧାନୀ କ୍ୱିଭ୍‌ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ଏକ ଆଡଭାଇଜରୀ ଜାରି କରାଯାଇଛି ଯେ ୟୁକ୍ରେନରେ ଅନେକ ଅନିଶ୍ଚିତତା ରହିଛି। ତୁମେ ନିଜ ଘର, ହଷ୍ଟେଲ ଏବଂ ରାସ୍ତାରେ ଯେଉଁଠାରେ ବି ଥାଅ , ଶାନ୍ତ ରୁହ ଏବଂ ସେଠାରେ ସୁରକ୍ଷିତ ରୁହ। ଏହି ଆଡଭାଇଜରୀରେ କୁହାଯାଇଛି ଯେ ରାଜଧାନୀ କ୍ୱିଭ୍‌ ଅଭିମୁଖେ ଯାତ୍ରା କରୁଥିବା ଭାରତୀୟମାନେ ଅସ୍ଥାୟୀ ଭାବରେ ନିଜ ସହରକୁ ନିରାପଦ ସ୍ଥାନକୁ ଫେରିବା ଉଚିତ। ବିଶେଷ କରି ୟୁକ୍ରେନର ପଶ୍ଚିମ ସୀମାରେ ଥିବା ସୁରକ୍ଷିତ ସ୍ଥାନକୁ।

ଏଥି ସହିତ ଭାରତ ସରକାରଙ୍କ ସୂତ୍ର ଅନୁଯାୟୀ ଦ୍ରୁତ ପରିବର୍ତ୍ତନଶୀଳ ପରିସ୍ଥିତି ଉପରେ ଭାରତ ତୀକ୍ଷ୍‌ଣ ନଜର ରଖିଛି। ଭାରତୀୟଙ୍କ, ବିଶେଷକରି ଛାତ୍ରୀଛାତ୍ରମାନଙ୍କ ସୁରକ୍ଷା ଉପରେ ସରକାରଙ୍କ ଧ୍ୟାନ କେନ୍ଦ୍ରିତ ହୋଇଛି। ବହିର୍ବ୍ୟାପାର ମନ୍ତ୍ରଣାଳୟର କଣ୍ଟ୍ରୋଲ ରୁମକୁ ସମ୍ପ୍ରସାରଣ କରାଯାଉଛି ଏବଂ ଏହାକୁ ସପ୍ତାହରେ ୨୪ ଘଣ୍ଟିଆ ଆଧାରରେ କାର୍ଯ୍ୟକ୍ଷମ କରାଯାଇଛି। ଏହାପୂର୍ବରୁ, ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ଭାରତୀୟ ଛାତ୍ରମାନଙ୍କୁ ଅସ୍ଥାୟୀ ଭାବରେ ସେହି ଦେଶ ଛାଡିବାକୁ କହିଥିଲେ।

ଭାରତୀୟ ଦୂତାବାସର ପରାମର୍ଶ ଏପରି ଏକ ସମୟରେ ଆସିଥିଲା ଯେତେବେଳେ ରୁଷିଆ ପୂର୍ବ ୟୁକ୍ରେନର ଦୁଇଟି ସହରର କେତେକ ଅଞ୍ଚଳକୁ ସ୍ବତନ୍ତ୍ର ଘୋଷଣା କରିଥିଲା। ୟୁକ୍ରେନର ଭାରତୀୟ ନାଗରିକ ଏବଂ ସେମାନଙ୍କ ପରିବାର କେତେକ ଫୋନ୍‌ ନମ୍ବର ଏବଂ ଇମେଲ ମାଧ୍ୟମରେ ଜରୁରୀକାଳୀନ ପରିସ୍ଥିତିରେ ସାହାଯ୍ୟ ଏବଂ ସୂଚନା ମାଗିପାରିବେ।

ୟୁକ୍ରେନ ସମ୍ବନ୍ଧୀୟ ସୂଚନା ପାଇଁ ଭାରତୀୟ ନାଗରିକମାନେ ଟୋଲ ଫ୍ରି ନମ୍ବର ୧୮୦୦୧୧୮୭୯୭ (1800118797) କୁ କଲ କରିପାରିବେ। ସେହିପରି ଆବଶ୍ୟକ ସ୍ଥଳେ +୯୧୧୧୨୩୦୧୨୧୧୩ ( +91 11 23012113)/ + ୯୧୧୧୨୩୦୧୪୧୦୪ (+91 11 23014104 )/ + ୯୧୧୧୨୩୦୧୭୯୦୫ (+91 11 23017905) ଫୋନ ନମ୍ବରଗୁଡିକ ସହିତ ଯୋଗାଯୋଗ କରାଯାଇପାରିବ।

ସେହିପରି ଫ୍ୟାକ୍ସ ସେବା ପାଇଁ +୯୧୧୧୨୩୦୮୮୧୨୪ (+91 11 23088124) ନମ୍ବର ଜାରି କରାଯାଇଛି।

ବହିର୍ବ୍ୟାପାର ମନ୍ତ୍ରଣାଳୟ ମଧ୍ୟ ଭାରତୀୟ ନାଗରିକଙ୍କ ପାଇଁ ଏକ ଇମେଲ ଆଇଡି ସୃଷ୍ଟି କରିଛି ଯେଉଁଥିରେ ୟୁକ୍ରେନକୁ ବାର୍ତ୍ତା ପଠାଯାଇପାରିବ। ଇମେଲ ଆଇଡି ହେଉଛି: situationroom@mea.gov.in ।

ଏହା ବ୍ୟତୀତ ୟୁକ୍ରେନରେ ଥିବା ଭାରତୀୟ ଦୂତାବାସ ମଧ୍ୟ ୨୪ ଘଣ୍ଟିଆ ହେଲ୍ପଲାଇନ ସେବା ଆରମ୍ଭ କରିଛି। ଏହି ସେବା ଅନ୍ତର୍ଗତ ଫୋନ୍‌ ନମ୍ବର, ଇମେଲ୍‌ ଏବଂ ଓ୍ବେବସାଇଟ୍‌ ମାଧ୍ୟମରେ ଯୋଗାଯୋଗ କରାଯାଇ ପାରିବ।

ଜରୁରୀକାଳୀନ ହେଲ୍ପଲାଇନ: + ୩୮୦୯୯୭୩୦୪୨୮(+380 99730428), + ୩୮୦ ୯୯୭୩୦୪୮୩ (+380 99730483)।

ଇମେଲ: cons1.kyiv@mea.gov.in ।

ୱେବସାଇଟ: www.eoiukraine.gov.in।

Share