ଘରୁ ଦୂରାନ୍ତୁ ମଶା

ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ ନୁହେଁ। ତେଣୁ ଆପଣ ଚାହିଁଲେ ଘରେ କେତୋଟି ଗଛ ରଖି ପାରିବେ ଯାହାକି ମଶା ଦୂର
କରିବାରେ ସାହାଯ୍ୟ କରିବ…
ତୁଳସୀ ଗଛ: ଘରେ ଘରେ ପୂଜା ପାଉଥିବା ତୁଳସୀ ଗଛରେ ଭରି ରହିଛି ଅନେକ ଔଷଧିୟ ଗୁଣ। ତେବେ ଏହାର ଆଉ ଏକ ଉପକାରୀ ଗୁଣ ହେଉଛି, ଏଥିରୁ ନିର୍ଗତ ସୁଗନ୍ଧରେ ମଶା ଦୂର ହୋଇଥାଏ। ତେଣୁ ଆପଣ ନିଜ ବାଲକୋନୀ କିମ୍ବା ଘର ବାହାରେ ତୁଳସୀ ଗଛ ଲଗାନ୍ତୁ।
ଲେମନ୍‌ ଗ୍ରାସ୍‌: ଏହା ଏକ ଲେମ୍ବୁ ସୁଗନ୍ଧଯୁକ୍ତ ବାରମାସୀ ଘାସ। ଯାହାର ମନମୋହକ ସୁଗନ୍ଧ ମୁଡ୍‌ଫ୍ରେସ୍‌ ରଖିବା ସହ ଅବସାଦ ମୁକ୍ତ ରଖିବାରେ ସାହାଯ୍ୟ କରେ। ଅପରପକ୍ଷେ ଏହାର ବାସ୍ନା ମଶା ଦୂର କରିବାରେ ବେଶ୍‌ କାମରେ ଆସିଥାଏ। ତେଣୁ ଆପଣ ନିଜ ବାଲ୍‌କୋନୀ କିମ୍ବା ଡ୍ରଇଂ ରୁମ୍‌ରେ କୁଣ୍ଡରେ ଲେମନ୍‌ଗ୍ରାସ୍‌ ରଖିପାରିବେ।
ରସୁଣ ଗଛ: ରସୁଣର ଗନ୍ଧ ମଶାଙ୍କୁ ଆଦୌ ଭଲ ଲାଗି ନ ଥାଏ। ତେଣୁ ବାଲକୋନୀ କିମ୍ବା ଘରେ ରସୁଣ ଗଛ ରଖନ୍ତୁ ନିଶ୍ଚେ ଉପକୃତ ହେବେ।
ଗେଣ୍ଡୁ ଫୁଲ: ଯଦିଓ ଏହି ଫୁଲ ଶୀତଦିନେ ବେଶି ଫୁଟିଥାଏ ତଥାପି ପୂଜା ହେଉ ଅବା ସାଜସଜ୍ଜା ଲାଗି ବର୍ଷ ସାରା ଏହା ମିଳିଥାଏ। ତେଣୁ ଆପଣ ଫୁଲକୁଣ୍ଡରେ ଗେଣ୍ଡୁଫୁଲ ଗଛ ଲଗାଇ ବାଲ୍‌କୋନୀ କିମ୍ବା ଡ୍ରଇଂରୁମରେ ରଖିଲେ ଘର ସୁନ୍ଦର ଲାଗିବା ସହ ଏଥିରୁ ବାହାରୁ ଥିବା ବାସ୍ନାରେ ମଶା ଆସି ନ ଥାନ୍ତି।