Posted inଫୁରସତ

ଷ୍ଟାଟସ୍‌ ସିମ୍ବଲ

ଥରେ ଦେଶରେ ଏକ ବଡ଼ ଦୁର୍ନୀତିର ପର୍ଦ୍ଦାଫାଶ ହେଲାପରେ ଜଣାପଡ଼ିଲା ବଡ଼ ବଡ଼ ନେତାମାନେ ହଜାର ହଜାର କୋଟି ଟଙ୍କା ହଡ଼ପ କରିଛନ୍ତି । ବିଭିନ୍ନ ଜାଗାରୁ କମିଶନି ଖାଇ ଦେଶର ପ୍ରଭୂତ କ୍ଷତି ଘଟାଇଛନ୍ତି । ଏଥିରେ ବଡ଼ ନେତାଙ୍କ ସହ ବେଶ୍‌ କିଛି ତଳିଆ ନେତାଙ୍କ ନାମ ଥାଏ । ପ୍ରାୟ ପ୍ରତ୍ୟେକଙ୍କ ନାଁରେ ଶହ ଶହ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଥାଏ । ସବୁ ଅଭିଯୋଗ ପଛରେ ଆମେ ଦେଖିଲୁ ଗୋଟେ ପରାକ୍ରମୀ ବ୍ୟତିକ୍ରମ । ଯାହାର ଯେତେ ବଡ଼ ରକମର ଦୁର୍ନୀତି ଓ ଅର୍ଥ ଆତ୍ମସାତ ତା’ର ଜାଣ ସେତିକି ଅଧିକ ଖାତିର ।

ଥରେ ଜଣେ ବଡ଼ ନାମୀ ନେତାଙ୍କ ନାମରେ ଆସିଲା ଦୁର୍ନୀତି ଅଭିଯୋଗ । ପରିମାଣ ମାତ୍ର ପାଞ୍ଚ କୋଟି ଟଙ୍କା । ଏହା ସେ ନେତାଙ୍କୁ ଖୁବ୍‌ କ୍ଷୁବ୍ଧ କରିଥିଲା । ତାଙ୍କ ଯୁକ୍ତି ଥିଲା ସେ କରୁଥିବା ପରିସ୍ରା ସୁଅରେ ପାଞ୍ଚ କୋଟି ଟଙ୍କା ଏମିତିରେ ଭାସି କୁଆଡେ ପଳେଇ ଯିବ। ଯେଉଁଠି ଅନାମଧେୟ କୁଜି ନେତାଙ୍କ ନାମରେ ଶହେ କି ହଜାରେ କୋଟି ଟଙ୍କାର ଦୁର୍ନୀତି ରହୁଛି ସେଇଠି ତାଙ୍କ ନାମରେ ମାତ୍ର ପାଞ୍ଚ କୋଟି ଟଙ୍କାର କଥା ଆସୁଛି ଅର୍ଥ ତାଙ୍କ ମାନ ସମ୍ମାନକୁ ଘୋର ଅପମାନ । ସେ କ’ଣ ଏଡ଼େ ଭିକାରି ! ତାଙ୍କ କହିବା କଥାରୁ ଆମେ ଯାହା ହୃଦବୋଧ କଲୁ ତାଙ୍କ ପଦମର୍ଯ୍ୟାଦାକୁ ଆଖିରେ ରଖି ଅନ୍ତତଃ ତାଙ୍କ ନାମରେ ପାଞ୍ଚ ହଜାର କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଆସିବାର ଥିଲା ।

ପ୍ରସଙ୍ଗରେ ଆମ ଘର ପାଖର ଏକ ଅଭାବନୀୟ ଘଟଣା ବିଷୟରେ କହୁଛି । ଆମ ଏରିଆର ମାନ୍ୟଗଣ୍ୟ ତଥା ଅତି ଖାନଦାନୀ ଘର ବୋଲାଉଥିବା ମିଶ୍ରବାବୁ ତାଙ୍କର ଏକ ମାତ୍ର ପୁତ୍ରକୁ ଭୀଷଣ ଗାଳି କରୁଥାନ୍ତି । ଗାଳି ତ ନୁହେଁ ଗୋଗଚ୍ଛ ମାଡ଼ ଯେମିତି । ମିଶ୍ରବାବୁଙ୍କ ବାପ ଅଜା ସରକାରଙ୍କ ବହୁ ଉଚ୍ଚ ପଦବୀରେ ରହି ଅଚଳାଚଳ ସମ୍ପତ୍ତି ଠୁଳ କରିଛନ୍ତି । ସରକାରୀ ମହଲରେ ତାଙ୍କ ପରିବାରର ଥାଏ ଅଖଣ୍ଡ ଦବଦବା । ଟଙ୍କା ପଇସା ତାଙ୍କ ହାତର ମଳି ବୋଲି ସେ କୁହନ୍ତି । ଅବଶ୍ୟ ଜନସେବା କାର୍ଯ୍ୟରେ ସେ ମଳି ଟିକକ କାହାକୁ ମିଳେନି । ସେହି ମିଶ୍ରବାବୁଙ୍କ ପାଟି ତାଙ୍କ ଖାନଦାନୀ ଘର ଚଉକାଠ ଡେଇଁ ବାହାରେ କମ୍ପୁଥିଲା । କିଛି ଲୋକ ଘଟଣା କ’ଣ ଜାଣିବାକୁ ଘର ଭିତରକୁ ଯାଇ ଦେଖିଲେ ମିଶ୍ରବାବୁ ତାଙ୍କ ମୁଣ୍ଡରେ ଥିବା ଆଙ୍ଗୁଠି ଗଣତି ବାଳ କେରାକ ରାଗରେ ଝିଙ୍କୁଛନ୍ତି । ଦେହ ଝାଳରେ ଜୁଡୁବୁଡୁ। କାରଣ କ’ଣ ପଚାରିବାରୁ ମିଶ୍ର ବାବୁ କହିଲେ, ‘କ’ଣ କହିବି ଏ ଟୋକା ଖଣ୍ଡକୁ! ବାପ ଅଜାଙ୍କ ନାଁ ମାଟିରେ ମିଶେଇଦେଲା । ଏହି ଦିନ କେବେ ଆଖି ଦେଖିବ ମନରେ ନଥିଲା । ସ୍ବପ୍ନରେ ମୁଁ ଭାବି ନ ଥିଲି ଆମ ଘର ପିଲା ଦାଣ୍ଡର ଛତରା ଛୁଆଙ୍କ ସହ ମିଶି ଭାଙ୍ଗ ଖାଇବ । ଛିଃ ! ଯିଏ ଶୁଣିବ ସେ ମୁହଁରେ ଲୁଗା ଦେଇ ହସିବ। ତାକୁ କ’ଣ ଟଙ୍କା ପଇସାରେ ଅଭାବ ?

ଯେତେବେଳେ ଯାହା ମାଗିଛି ତାକୁ ମିଳିଛି । କୌଣସି କଥାରେ ମନା ହୋଇନି । ହେଲେ ଦେଖ ! ପ୍ରତିବଦଳରେ ଆମ ବଂଶର ମାନ ଇଜ୍ଜତକୁ କେମିତି ମାଟିରେ ପକେଇଲା । ଭାଙ୍ଗ କଥା ଛାଡ ଦେଶୀ ଦାରୁ କ’ଣ ଆମ ଜମିଦାରୀରେ କେହି ଶୁଣିନଥିବେ । ଘଟଣା କ’ଣ ଜାଣିବାକୁ ଯାଇଥିବା କିଛି ଭଦ୍ରଲୋକ ମିଶ୍ରବାବୁଙ୍କୁ ବୁଝେଇଲେ,”ପିଲା ଲୋକ କୁସଙ୍ଗରେ ପଡି ଭାଙ୍ଗ ଟିକେ ଖାଇଦେଇଛି ତାକୁ ଏମିତି ଶୋଧା ନ କରି ବୁଝେଇଦେଲେ ବୁଝିଯିବନି? ଆଜିକାଲିକା ଛୁଆ ରାଗ ମାଡ଼ରେ କ’ଣ ନା କ’ଣ କରି ବସିବ ଯଦି ! ମିଡିଆ ଦେଖି ଏଡ଼େ ଅନୁପ୍ରାଣିତ ଆମ ପିଲାମାନେ ଯେ ରାଗ ଆସିଲା ମାନେ ଘର ଛାଡ଼ିଦେବେ ନଚେତ ଗଳାରେ ରଶି ଲଗେଇ ଝୁଲି ପଡ଼ିବେ । “ ମିଶ୍ରବାବୁ ପାଟି ବନ୍ଦ କରିଦେଲେ ସିନା ରାଗରେ ସେମିତି ଫଁ ଫଁ ହେଉଥାନ୍ତି ।

ଅନୁଚ୍ଚ ସ୍ବରରେ ସେ କାହାକୁ କହୁଥିଲେ , ” ଆରେ ଯଦି ନିଶା ଖାଇବାର ଥିଲା ତେବେ ଚରସ, ବ୍ରାଉନ ସୁଗାର ଖାଇଥାନ୍ତୁ କି ସ୍କଚ୍‌ କି ସାମ୍ପେନ ପିଅନ୍ତୁ । ବଡ଼ ବଡ଼ ଘର ପିଲାଙ୍କ ସାଙ୍ଗରେ ମିଶି କ୍ଲବରେ ପିଅନ୍ତୁ । ସିନେମା ହିରୋଇନମାନଙ୍କ ମେଳରେ ରେଭ ପାର୍ଟି କରିଥାଆନ୍ତୁ । ଟଙ୍କା ଦେବାରେ ମନା ହୋଇଛି ନା ହେବ ? ବଂଶର ନଁା ପକେଇ ସାହି ପିଲାଙ୍କ ସାଙ୍ଗରେ ମିଶି ଭାଙ୍ଗ ଖାଇବୁ? ଛି ! ବାହାର ଲୋକ ଶୁଣିଲେ କ’ଣ ଭାବିବେ ? ଷ୍ଟାଟସ୍‌ ବୋଲି କିଛି ଅଛି ନା ନାହିଁ ? ଲୋକେ କହିବେ ମିଶ୍ର ଘରର ପୁଅ ଭାଙ୍ଗ ଗଞ୍ଜେଇ ଖାଉଛି !

ଭଦ୍ରଲୋକି କରିବାକୁ ମିଶ୍ରବାବୁଙ୍କ ଘରକୁ ଯାଇଥିବା ଲୋକ ମୁଣ୍ଡ ଆଉଁସି ଫେରିଲେ । ସତକଥା ଦୁନିଆ ବଦଳିଗଲାଣି ।
ଘର ପଛ ସାହୁ ବାବୁଙ୍କ ଝିଅ ସହରର ସବୁଠୁ ଦାମୀ ସ୍କୁଲରେ ପଢ଼େ । ସାହୁ ବାବୁଙ୍କୁ ପିଲାଙ୍କ କଥା ପଚାରିଲେ ସେ ପାଠପଢା ଅପେକ୍ଷା ବୁଲେଇ ବଙ୍କେଇ ତାଙ୍କ ଝିଅ କେଉଁ ସ୍କୁଲରେ ପଢୁଛି , କେମିତି ଘୋଡ଼ା ଚଢୁଛି , କେଉଁ ଖାନଦାନିଆ ଘରର ପିଲା ସେ ସ୍କୁଲରେ ପଢୁଛନ୍ତି, କେତେ ଧନୀଲୋକଙ୍କ ପିଲା ତା’ ସାଙ୍ଗ କହିବାରେ ଆନନ୍ଦ ପାଆନ୍ତି । ପିଲା ପାଇଁ ମାସିକ ଖର୍ଚ୍ଚରେ ଦୁଇଟା ଚାକିରିଆ ପୋଷି ହେବ କୁହନ୍ତି । ସେହିମାନଙ୍କୁ ବେଶି କୁହନ୍ତି ଯେଉଁମାନେ ତାଙ୍କ ଛୁଆକୁ ସରକାରୀ ସ୍କୁଲ କି ନୂଆ ନୂଆ ଖୋଲିଥିବା ସାଧାରଣ ବେସରକାରୀ ସ୍କୁଲରେ ପଢ଼ାଉଥାନ୍ତି । ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ସାହୁବାବୁଙ୍କ ଝିଅର ପାଠ ଅପେକ୍ଷା ଇଷ୍ଟାଇଲି ବେଶି । ଏଇ ବୟସରୁ ତା’ର ଅନେକ ବୟ ଫ୍ରେଣ୍ଡ । ଏଇଟା ଗୋଟେ ଷ୍ଟାଟସ୍‌ । ସାହୁ ବାବୁ ଝିଅର ରଙ୍ଗିଲା ଦିଗଟି ଦେଖନ୍ତି କି ନା କେଜାଣି !

କିଛି ଦିନ ତଳେ ଜଣେ ଖ୍ୟାତନାମା ବ୍ୟକ୍ତିଙ୍କ ଏକାଦଶାହକୁ ଯାଇଥିଲି । ଭଦ୍ରବ୍ୟକ୍ତିଙ୍କ କରୋନାରେ ମୃତ୍ୟୁ ଘଟିଥାଏ । ସେଠାରେ ସମବେଦନା ଜଣେଇବାକୁ ଆସିଥିବା ଦୁଇଜଣ ସମ୍ପର୍କୀୟଙ୍କ ବାର୍ତ୍ତାଳାପ ଶୁଣି ମୁଁ ଆଶ୍ଚର୍ଯ୍ୟ । ଜଣେ କହୁଥାନ୍ତି ଏତେ ବଡ଼ ଲୋକ ଅଥଚ କି ଦୟନୀୟ ମୃତ୍ୟ ଦେଖୁଛୁଟି । ସବୁ କର୍ମର ଫଳ । ଜୀବିତ ବେଳେ ତ ଆମମାନଙ୍କ ପାଇଁ କିଛି କଲେନି ଅଥଚ ଏମିତି ମଲେ ଯେ ସରମରେ କାହାକୁ କହିହେବନି ।

ବୁଝୁ ବୁଝୁ ଜଣାପଡ଼ିଲା ଝାଡ଼ାବାନ୍ତି, ଜ୍ୱର ଭଳି କରୋନା ଗୋଟେ କମନ୍‌ ରୋଗ ହେଇଗଲାଣି । ଦିନହୀନ ଦରିଦ୍ର ମଧ୍ୟ ସେ ରୋଗରେ ମରିବା ଏବେ ସାଧାରଣ କଥା । ଜଣେ ପ୍ରସିଦ୍ଧ ଲୋକ ହୋଇ ଯଦି ବ୍ରେନ ଷ୍ଟ୍ରୋକ, ହାର୍ଟ ଷ୍ଟ୍ରୋକ କି ବ୍ଲଡ଼ କ୍ୟାନ୍ସର ଭଳି ଆଭିଜାତ୍ୟ ରୋଗରେ ନ ମଲେ ତେବେ ଜୀବନବ୍ୟାପୀ କମେଇଥିବା ପ୍ରସିଦ୍ଧିରେ କି ଲାଭ । କିହୋ ଟ୍ରକ ଚାପାରେ କି ଅଟୋ ଓଲଟିବାରେ ଜଣେ ମରିବ ଓ ଏରୋପ୍ଲେନ କ୍ରାସ କି ବିଏମଡବ୍ଲ୍ୟୁ ଗାଡିରେ ଜଣେ ମରିବ, କ’ଣ ସମାନ କଥା !! ମରିବାରେ ବି କିଛି ଷ୍ଟାଟସ୍‌ ଅଛି ନା ନାହିଁ । ବଦନାମ ଭଳି ମଣିଷର ଚଳଣିର ସବୁ ବୁଲାଣିରେ ପ୍ରେଷ୍ଟିଜ ଗୋଟିଏ ବଡ଼ ପ୍ରସଙ୍ଗ ହେଲାଣି । ସତରେ ଦୁନିଆ ବଦଳିଗଲାଣି ।

– ବନମାଳୀ ଭବନ, ଖାନନଗର,କଟକ
ମୋ:୯୪୩୭୦୧୦୭୫୮


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri