ଗୁଜରାଟ ମଡେଲର ସ୍ଥିତି

ଭାରତୀୟ ଜନତା ପାର୍ଟି (ଭାଜପା) ପ୍ରାୟ ୩୦ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ଗୁଜରାଟରେ ଶାସନ କରିଆସୁଛି। ବାସ୍ତବରେ ଗୁଜରାଟ ଏକ ଦୁଇ-ଦଳୀୟ ରାଜ୍ୟ। କିନ୍ତୁ ବାବ୍ରୀ ମସ୍‌ଜିଦ ପତନ ପରେ କଂଗ୍ରେସ କୌଣସି ବିଧାନସଭା କିମ୍ୱା ଲୋକସଭା ନିର୍ୱାଚନ ଜିତିନାହିଁ। ଭାଜପା ଏହି ସମୟ ମଧ୍ୟରେ ଶାସନ ଏବଂ ଆଇନ ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ପୂର୍ଣ୍ଣ ସୁଯୋଗ ଏବଂ ସ୍ୱଧୀନତା ପାଇଛି। ପ୍ରାୟ ୨୦ ବର୍ଷ ପୂର୍ୱେ, ୨୦୦୨ର ଗଣହତ୍ୟା ପରେ ‘ଗୁଜରାଟ ମଡେଲ’ ଖଣ୍ଡବାକ୍ୟ ସାମ୍ନାକୁ ଆସିଥିଲା। ଏହି ମଡେଲ କ’ଣ ଏବଂ ଏହା ନୂତନ ଭାରତ ସମ୍ପର୍କରେ କ’ଣ ପ୍ରକାଶ କରିପାରେ ଆସନ୍ତୁ ତାହା ଉପରେ ନଜର ପକାଇବା। ଗୁଜରାଟ ମଡେଲର ପ୍ରଥମ ଅଂଶ ହେଉଛି ମୁସଲମାନଙ୍କୁ ରାଜନୀତିରୁ ବାଦ୍‌ ଦେବା। ଅନେକ ଦଶନ୍ଧି ଧରି ଗୁଜରାଟରେ କୌଣସି ମୁସଲମାନ ଭାଜପାର ବିଧାୟକ କିମ୍ୱା ମନ୍ତ୍ରୀ ନାହାନ୍ତି ଏବଂ ଦଳ ସେମାନଙ୍କୁ ନିର୍ୱାଚନ ଲଢ଼ିବା ପାଇଁ ଟିକେଟ ମଧ୍ୟ ଦେଉନାହିଁ। ସେମାନଙ୍କୁ ରାଜନୀତିରୁ ଦୂରେଇ ଦେବା ପାଇଁ ସମ୍ପୂର୍ଣ୍ଣ ବାଦ୍‌ ଦିଆଯାଇଛି। ଏହା ବି ନୂତନ ଭାରତରେ ପୁନରାବୃତ୍ତି ହୋଇଛି। ଗତ ତିନୋଟି ଲୋକସଭାରେ ଭାଜପା ଜିତିଥିଲେ ବି କୌଣସିଥିରେ ମୁସଲମାନ ନାହାନ୍ତି। ଏବେ ଭାଜପାର ପ୍ରାୟ ୯୦ ଜଣ ରାଜ୍ୟସଭା ସାଂସଦ ଅଛନ୍ତି, କିନ୍ତୁ ସେଥିରେ ଜଣେ ମଧ୍ୟ ମୁସଲମାନ ନାହାନ୍ତି। ଦ୍ୱିତୀୟ ଅଂଶ ହେଉଛି ସଂଖ୍ୟାଲଘୁ ନିର୍ଯାତନା ପାଇଁ ଆଇନ ଅଣାଯାଇଛି। ଅବୈଧ ଗୋହତ୍ୟା ସ୍ପଷ୍ଟ ଭାବରେ ଏକ ଆର୍ଥିକ ଅପରାଧ (ସମ୍ୱିଧାନର ଧାରା ୪୮, ପଶୁପାଳନ ଓ ଉନ୍ନତ ପ୍ରଜାତି ସମ୍ୱନ୍ଧିତ)। କିନ୍ତୁ ଅହିଂସାତ୍ମକ ଆର୍ଥିକ ଅପରାଧ ମାମଲାରେ ଆଜୀବନ ଜେଲଦଣ୍ଡ ନ ଥିବାବେଳେ ଗୁଜରାଟର ଗୋ ଆଇନ କ୍ଷେତ୍ରରେ ତାହା ରହିଛି। କାରଣ ହେଉଛି ଗୋହତ୍ୟାକୁ ଏକ ଧାର୍ମିକ ମାମଲା ଭାବେ ଦେଖାଯାଉଛି ଏବଂ ସାରା ଦେଶରେ ଏହାକୁ ଅନୁକରଣ କରାଯାଉଛି। ପ୍ରଥମେ ୨୦୧୫ରେ ଭାଜପା ଶାସିତ ମହାରାଷ୍ଟ୍ର ଓ ହରିୟାଣାରେ ଗୋମାଂସ ରଖିବାକୁ ଆପରାଧୀକରଣ କରାଯାଇଥିଲା ଏବଂ ଲିଞ୍ଚିଂ ବା ଭିଡ଼ ହିଂସା ଆରମ୍ଭ ହୋଇଥିଲା। ବର୍ତ୍ତମାନ ଏହି ଘଟଣା ଜାତୀୟସ୍ତରରେ ଦେଖାଗଲାଣି। ରାଜସ୍ଥାନର କ୍ୟାବିନେଟ ପ୍ରକାଶ କରିଛି ଯେ, ମୁସଲମାନଙ୍କୁ ବଳପୂର୍ୱକ ଓ ଆଇନଗତ ଭାବରେ ସହରର ଅନୁନ୍ନତ ଅଞ୍ଚଳରେ ଗୋଷ୍ଠୀବଦ୍ଧ ଭାବେ ରହିବାକୁ ବାଧ୍ୟ କରୁଥିବା, ସେମାନଙ୍କୁ ଏହି ଅଞ୍ଚଳ ବାହାରେ ଭଡ଼ାନେବା ଏବଂ ସମ୍ପତ୍ତି କିଣିବାକୁ ବାରଣ କରୁଥିବା ଗୁଜରାଟର ଆଇନକୁ ଏହା ଅନୁକରଣ କରିବ। ହିନ୍ଦୁ ଏବଂ ମୁସଲମାନ ବିବାହର ଅପରାଧୀକରଣ କରିଥିବା ଆଇନ ୨୦୧୮ରେ ଉତ୍ତରାଖଣ୍ଡରୁ ଆରମ୍ଭ ହୋଇଥିଲା ଏବଂ ଏବେ ସାତଟି ରାଜ୍ୟରେ ଏହା ପ୍ରଣୟନ ହୋଇଛି। ନାଗରିକତା ଏବଂ ଗଣ ଭୋଟ ଅଧିକାର ଛଡ଼ାଇନେବା ସମ୍ୱନ୍ଧିତ ଆଇନ ଓ ନୀତି ବର୍ତ୍ତମାନ ସାରା ଭାରତରେ ପ୍ରଣୟନ କରାଯିବା ସହ କାର୍ଯ୍ୟକାରୀ ହେଉଛି। ମଡେଲର ତୃତୀୟ ଭାଗର ଲକ୍ଷ୍ୟ ହେଉଛି ସରକାରୀ ବ୍ୟବସ୍ଥାକୁ ପ୍ରୟୋଗ କରି ନିର୍ଯାତନା ଦେବା। ଚଳିତ ସପ୍ତାହରେ ନ୍ୟୁୟର୍କ ଟାଇମ୍ସ ରିପୋର୍ଟ କରିଥିଲା ଯେ ଉତ୍ତର ପ୍ରଦେଶର ସମ୍ଭଲରେ ଯେଉଁ ସରକାରୀ କଳ ଏକଦା ନିରପେକ୍ଷ ଭାବରେ କାର୍ଯ୍ୟ କରୁଥିଲା, ଏବେ ତାହାର ଅପବ୍ୟବହାର କରାଯାଉଛି। ଏହା ପ୍ରକୃତରେ ନୀତି ହୋଇଗଲାଣି। ପାଖାପାଖି ୨୦୧୭ରେ, ଭାଜପା ଶାସିତ ରାଜ୍ୟଗୁଡ଼ିକ ଆଇନ ଉଲ୍ଲଂଘନ କରି ମୁଖ୍ୟତଃ ମୁସଲମାନଙ୍କ ଘର ଓ ବ୍ୟବସାୟକୁ ଧ୍ୱଂସ କରିବା ପାଇଁ ବୁଲ୍‌ଡୋଜର ବ୍ୟବହାର କରିବା ଆରମ୍ଭ କଲେ। ସରକାରମାନେ କିପରି ବିଧିବିହୀନ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରିଛନ୍ତି ଏବଂ ତା’ପରେ ପଦକ୍ଷେପସ୍ୱରୂପ ବୁଲଡୋଜର ଚଳାଇଛନ୍ତି, ତାହା ଆମନେଷ୍ଟି ଇଣ୍ଟର୍‌ନ୍ୟାଶନାଲ ଇଣ୍ଡିଆ ଦ୍ୱାରା ଏବଂ ଅନ୍ୟଟି ନାଗରିକ ଏବଂ ସିଟିଜେନ୍ସ ଆଣ୍ଡ ଲୟର୍ସ ଇନିସିଏଟିଭ ଦ୍ୱାରା ପ୍ରସ୍ତୁତ ଦୁଇଟି ରିପୋର୍ଟରେ ଦର୍ଶାଯାଇଛି। ନ୍ୟାୟ ବ୍ୟବସ୍ଥା ଅଧିକାଂଶ ସମୟରେ ଏହାକୁ ଅଣଦେଖା କରିଛି। ଚତୁର୍ଥ ଅଂଶ ହେଉଛି ଭାରତ ଏବଂ ଏହାର ସମ୍ପ୍ରଦାୟର ଆଖ୍ୟାନକୁ କିପରି ରୂପ ଦିଆଯାଉଛି। ବିଭାଜନ ପାଇଁ ଜାଣିଶୁଣି ଭାଷା ପ୍ରୟୋଗ କରାଯାଇଛି। ଏଥିରେ ବି ସଫଳ ହୋଇଛି। ଆମେ କହିପାରିବା ଯେ, ଯାହା ପୂର୍ୱରୁ ଅସାଧାରଣ ଏବଂ ଅନିୟମିତ ଥିଲା ତାହା ଏବେ ସାଧାରଣ ପାଲଟିଯାଇଛି। କେବଳ ମୂଳ ଧର୍ମକୁ କେନ୍ଦ୍ରକରି ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ ହିଂସା ପ୍ରକାଶ ପାଇବା ସାଧାରଣ ଘଟଣା ହୋଇଯାଇଛି। ସରକାର, ନ୍ୟାୟପାଳିକା ଏବଂ ଗଣମାଧ୍ୟମ ଠିକ୍‌ ଭାବେ ପଦକ୍ଷେପ ନେଉ ନ ଥିବାରୁ ଏପରି ଘଟିଚାଲିଛି। ତେବେ ପୂର୍ୱାବସ୍ଥାକୁ ଫେରିବା ସହଜ ହେବ ନାହିଁ ଏବଂ ସେତେବେଳେ ଏହା ହୋଇପାରିବ ଯେତେବେଳେ ଏକ ପରିବର୍ତ୍ତନ ଆସିବ, କିନ୍ତୁ ତାହା ଦେଖିବା କଷ୍ଟକର।
ଗୁଜରାଟ ମଡେଲର ପଞ୍ଚମ ଭାଗ ହେଉଛି ମାନବ ବିକାଶ ଉପରେ କମ୍‌ ପ୍ରାଥମିକତା ଦିଆଯିବା। ଆୟ, ସ୍ୱାସ୍ଥ୍ୟ ଏବଂ ଶିକ୍ଷାକୁ ଆଧାର କରି ପ୍ରସ୍ତୁତ ମାନବ ବିକାଶ ସୂଚକାଙ୍କ(ଏଚ୍‌ଡିଆଇ)ରେ ଗୁଜରାଟ ନିମ୍ନ ସ୍ଥାନରେ ଅଛି। ଏହା ଗୁଜରାଟ ମଡେଲର ବୌଦ୍ଧିକ ବିରୋଧ। ଷଷ୍ଠ ଅଂଶରେ ପୁଞ୍ଜି ଓ ଏହାର ସ୍ୱାର୍ଥକୁ ଲୋକଙ୍କ ସ୍ୱାର୍ଥ ତୁଳନାରେ ଅଧିକ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି। ତେବେ ଗୁଜରାଟ ମଡେଲର ଅନ୍ୟ ପାଞ୍ଚଟି ଅଂଶ ସମାଜରେ ଗ୍ରହଣୀୟତା ଲାଭ କରିଥିଲେ ମଧ୍ୟ ଏହି ଷଷ୍ଠ ବିଷୟଟି ଟିକିଏ ସମସ୍ୟାପୂର୍ଣ୍ଣ। ଏହି କାରଣରୁ ପ୍ରଧାନମନ୍ତ୍ରୀ ‘ସୁଟ୍‌ ବୁଟ୍‌ କି ସରକାର’ର ମୁଖ୍ୟ ହେବା ପାଇଁ ନାରାଜ ହୋଇଥିଲେ ଏବଂ ନିରନ୍ତର ତାଙ୍କର ବିନୟଶୀଳତା ଓ ତାଙ୍କ ଜୀବନଶୈଳୀ ବିଷୟରେ ଆଲୋଚନା କରୁଥିଲେ। ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଗୁଜରାଟୀ ବ୍ୟବସାୟୀଙ୍କ ଦ୍ୱାରା ମୁଷ୍ଟିମେୟ କର୍ପୋରେଟ ସଂସ୍ଥାଗୁଡ଼ିକ ପରିଚାଳିତ ହେଉଛି। ସେମାନେ ସରକାରୀ ପୃଷ୍ଠପୋଷକତା ସହିତ ଜଡ଼ିତ ଅଧିକାଂଶ ବନ୍ଦର, ଖଣି, ବିମାନବନ୍ଦର, ରିଫାଇନେରି, ସ୍ପେକ୍ଟ୍ରମ ଏବଂ ଅନ୍ୟାନ୍ୟ ସାମଗ୍ରୀର ମାଲିକ ବୋଲି ସମସ୍ତେ ଜାଣନ୍ତି ଏବଂ ଏହିସବୁ ସେକ୍ଟରଗୁଡ଼ିକୁ ଅନ୍ୟ ଭାରତୀୟଙ୍କୁ ବିକ୍ରୟ କରିବା ସହଜ ନୁହେଁ। ଏହାର ଲାଭ ଭାରତୀୟଙ୍କୁ ମିଳିନାହିଁ, ଯେଉଁମାନେ ୨୦୧୪ରେ ଯେପରି ଥିଲେ ଏବେ ପ୍ରାୟତଃ ସେହି ଅବସ୍ଥାରେ ରହିଛନ୍ତି। ସରକାରଙ୍କ ଦ୍ୱାରା ପ୍ରସ୍ତୁତ କୌଣସି ତଥ୍ୟ ସେମାନଙ୍କର ଜୀବନର ବାସ୍ତବତାକୁ ପରିବର୍ତ୍ତନ କରିପାରିବ ନାହିଁ। ସମ୍ଭବତଃ ସମୟକ୍ରମେ ଏହା ଗୁଜୁରାଟ ମଡେଲର ଢାଞ୍ଚାଗତ ବିଫଳତାର କାରଣ ହେବ। ତଥାପି ବର୍ତ୍ତମାନ ଏବଂ ନିକଟ ଭବିଷ୍ୟତ ପାଇଁ ଗୁଜରାଟ ମଡେଲ ସଫଳ ହୋଇଥିବା ଏବଂ ଏହା ଆମର ନୂତନ ଭାରତ ନିର୍ମାଣର ଆଧାର ବୋଲି ଗ୍ରହଣ କରିବା କଷ୍ଟକର।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

ସ୍କୁଲରେ ଆଡମିଶନ ପାଇଁ ରାତି ଅନିଦ୍ରା

ଖଇରା,୧୦।୪(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ବ୍ଲକ ଅଡା ହାଇସ୍କୁଲରେ ନବମ ଶ୍ରେଣୀରେ ଆଡମିଶନ ପାଇଁ ଅଭିଭାବକ ଓ ଛାତ୍ରୀଛାତ୍ରମାନଙ୍କୁ ରାତି ଅନିଦ୍ରା ହୋଇ ଅପେକ୍ଷା କରୁଥିବା…

ସାଧାରଣ ଲୋକଙ୍କ ପାଇଁ ଜରୁରୀ ଖବର, ୧୦ହଜାରରୁ ଅଧିକ ପେମେଣ୍ଟ କଲେ ହୋଇଯିବ ହୋଲ୍ଡ…

ନୂଆଦିଲ୍ଲୀ,୧୦।୪: ଡିଜିଟାଲ୍ ଯୁଗରେ ପେମେଣ୍ଟ ସହଜ ହୋଇଥିବା ହେତୁ, ଅନଲାଇନ୍ ଠକେଇ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଠକମାନଙ୍କଠାରୁ ଆପଣଙ୍କ କଠିନ ଅର୍ଜିତ ଟଙ୍କାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri