ମହାତ୍ମାଙ୍କ ପ୍ରତିମା ଭାଙ୍ଗିଲେ…

ସିଡ୍‌ନୀ,୧୬।୧୧: ଅଷ୍ଟ୍ରେଲିଆର ମେଲବୋର୍ନରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମାକୁ ଭଙ୍ଗା ଯାଇଛି। ଲୋକାର୍ପିତ ହେବାର ଗୋଟିଏ ଦିନ ପରେ କେତେକ ଅଜଣା ଲୋକ ଏଭଳି କରିଥିବା କୁହାଯାଉଛି। ଏହାକୁ ନେଇ ଅଷ୍ଟ୍ରେଲିଆରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କ ମଧ୍ୟରେ ନୈରାଶ ଖେଳି ଯାଇଛି।

ଏହି ଘଟଣାରେ ସେମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଗତ ଶନିବାର ଦିନ ଅଷ୍ଟ୍ରେଲିଆର ମେଲବୋର୍ନରେ ଭାରତ ସରକାରଙ୍କ ଦ୍ୱାରା ଉପହାର ଦିଆଯାଇଥିବା ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତି ଭଙ୍ଗାଯାଇଛି। ଏହି କାଂସ୍ୟ ମୂର୍ତ୍ତିର ମୁଣ୍ଡ କାଟିବାକୁ ଚେଷ୍ଟା କରାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ରୋଭିଲର ମେଲବୋର୍ନ ଉପକଣ୍ଠରେ ଥିବା ଅଷ୍ଟ୍ରେଲିୟ ଇଣ୍ଡିଆନ କମ୍ୟୁନିଟି ସେଣ୍ଟରରେ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ ୧୨ ନଭେମ୍ବରରେ ଏହାକୁ ଲୋକାର୍ପିତ କରିଥିଲେ। ଏହି ଘଟଣାକୁ ନିନ୍ଦା କରି ପ୍ରଧାନମନ୍ତ୍ରୀ ମୋରିସନ ଏସବିଏସ ନ୍ୟୁଜକୁ କହିଛନ୍ତି ଯେ ଏହି ଘଟଣାରେ ସେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

ସାଂସ୍କୃତିକ ସ୍ମାରକୀ ଉପରେ ଆକ୍ରମଣକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୋରିସନ କହିଛନ୍ତି ଯେ ଏଭଳି ଅସମ୍ମାନ କାର୍ଯ୍ୟ ଲଜ୍ଜାଜନକ ଏବଂ ଗଭୀର ନିରାଶାଜନକ। ଏଥିପାଇଁ ଦାୟୀ ଥିବା ଅଜ୍ଞାତ ଅପରାଧୀମାନେ ଅଷ୍ଟ୍ରେଲୀୟ-ଭାରତୀୟ ସମୁଦାୟକୁ ଅପମାନିତ କରିଛନ୍ତି। ଏଭଳି କାର୍ଯ୍ୟ କରିଥିବାରୁ ସେମାନେ ଲଜ୍ଜିତ ହେବା ଉଚିତ। ଏସମ୍ପର୍କରେ ଅଷ୍ଟ୍ରେଲିଆ ଇଣ୍ଡିଆ କମ୍ୟୁନିଟି ଚାରିଟେବୁଲ ଟ୍ରଷ୍ଟର ସଭାପତି ଭାସନ ଶ୍ରୀନିବାସନ କହିଛନ୍ତି ଯେ ଅପରାଧୀମାନେ ଆଇନ ସହିତ ଖେଳିବାକୁ ଚେଷ୍ଟା କରୁଛନ୍ତି। ଭିକ୍ଟୋରିଆରେ ରହୁଥିବା ପ୍ରାୟ ୩୦୦,୦୦୦ ଭାରତୀୟଙ୍କ ପକ୍ଷରୁ ଶ୍ରୀନିବାସନ କହିଛନ୍ତି ଯେ ଏପରି କାର୍ଯ୍ୟ କେବେ ଆଶା କରାଯାଇ ନ ଥିଲା।

ଭିକ୍ଟୋରିଆ ପୋଲିସ କହିଛି ଯେ ଅଜ୍ଞାତ ଅପରାଧୀମାନେ ଗତ ଶୁକ୍ରବାରରୁ ଶନିବାର ମଧ୍ୟରେ ଏହି ପ୍ରତିମୂର୍ତ୍ତିକୁ କାଟିବା ପାଇଁ ଏକ ଧାରୁଆ ଉପକରଣ ବ୍ୟବହାର କରିଥିବା ଜଣାପଡ଼ିଛି। ନୋକ୍ସ କ୍ରାଇମ ଇନଭେଷ୍ଟିଗେସନ ୟୁନିଟର ଅଧିକାରୀମାନେ ଏହି ଘଟଣାର ତଦନ୍ତ କରୁଛନ୍ତି। ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଉତ୍ତର କାଲିଫର୍ନିଆର ଡେଭିସ ସିଟିର ସେଣ୍ଟ୍ରାଲ ପାର୍କରେ ମହାତ୍ମା ଗାନ୍ଧୀଙ୍କ ଏକ ପ୍ରତିମୂର୍ତ୍ତିକୁ ଭଙ୍ଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

ତେଜିଲା ଆନ୍ଦୋଳନ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ କଂଗ୍ରେସର ବିକ୍ଷୋଭ

ଛତ୍ରପୁର,୨୮।୯(ଦିଲ୍ଲୀପି ସାମଲ/ଦ୍ୱାରିକା ସାମଲ): ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଭୋଟ ଚୋରି ଅଭିଯୋଗକୁ ନେଇ ମୁଖ୍ୟ ନିର୍ବାଚନ କମିସନରଙ୍କ ବିରୋଧରେ ଗଞ୍ଜାମ ଜିଲା କଂଗ୍ରେସ…

କାଠ ସଂଗ୍ରହ ବେଳେ ମହୁମାଛି ଆକ୍ରମଣ: ୪ ଜଣ ଆହତ, ତୁମୁଡ଼ିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସାଧୀନ

ତୁମୁଡ଼ିବନ୍ଧ, ୨୮୯ (ଦୀପକ କୁମାର ପରାସେଠ): ଜାଳେଣି କାଠ ସଂଗ୍ରହ କରିବାକୁ ଜଙ୍ଗଲକୁ ଯାଇଥିବାବେଳେ ମହୁମାଛି ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ଗୋଟିଏ UPI ପେମେଣ୍ଟରୁ ସରକାରଙ୍କୁ ମିଳେ କେତେ ଟଙ୍କା? ପ୍ରତି ଟ୍ରାଞ୍ଜାକ୍ସନ୍‌ର ପୂରା ହିସାବ ଜାଣିଲେ ହେବେ ଚକିତ

ନୂଆଦିଲ୍ଲୀ,୨୮।୯: ୟୁନିଫାଏଡ ପେମେଣ୍ଟସ ଇଣ୍ଟରଫେସ ବା UPI ଜରିଆରେ ପ୍ରତିଦିନ କୋଟି କୋଟି ଟଙ୍କାର କାରବାର ହେଉଛି। କିନ୍ତୁ ଆପଣ କେବେ ଭାବିଛନ୍ତି କି, ଆପଣଙ୍କ ଗୋଟିଏ…

ନଦୀ ପାର ହେବା ବେଳେ ପୁଅ ଆଗରେ ଭାସିଗଲେ ବାପା, କାଠ ସଂଗ୍ରହ କରିବାକୁ ଯାଉଥିଲେ

ତୁମୁଡିବନ୍ଧ,୨୮ା୯(ଦୀପକ କୁମାର ପରାସେଠ): ପରିବାର ପାଇଁ ଦୁଇ ପଇସା ରୋଜଗାର କରିବା ଆଶାରେ ଜଙ୍ଗଲକୁ କାଠକୋଇଲା ସଂଗ୍ରହ କରିବାକୁ ଯାଉଥିଲେ ବାପା ପୁଅ । ହେଲେ ଜଙ୍ଗଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?