Categories: ଜାତୀୟ

୨୦ ବର୍ଷ ପରେ ବ୍ରିଟେନ୍‌ରୁ ଭାରତ ଫେରିଲେ ସୀତା-ରାମ-ଲକ୍ଷ୍ମଣଙ୍କ ମୂର୍ତ୍ତି

ନୂଆଦିଲ୍ଲୀ,୧୯।୧୧: ପ୍ରଭୁ ଶ୍ରୀରାମ,ମାତା ସୀତା ଏବଂ ସାନଭାଇ ଲକ୍ଷ୍ମଣଙ୍କ ଚୋରୀ ହୋଇଥିବା ମୂର୍ତ୍ତି ୨୦ ବର୍ଷ ପରେ ଭାରତକୁ ଫେରିଛନ୍ତି। ମୂର୍ତ୍ତି ଚୋର ଏହାକୁ ବ୍ରିଟେନରେ ରଖିଥିଲେ। ଏସମ୍ପର୍କରେ ସନ୍ଧାନ ମିଳିବା ପରେ ମୂର୍ତ୍ତିଗୁଡ଼ିକୁ ଉଦ୍ଧାର କରାଯାଇ ବ୍ରିଟେନ ସରକାର ଚଳିତବର୍ଷ ସେପ୍ଟେମ୍ବର ୧୫ରେ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ଫେରାଇ ଥିଲେ। ଭାରତକୁ ମୂର୍ତ୍ତି ଗୁଡ଼ିକ ଫେରିଥିବାରୁ ସଂସ୍କୃତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ଲଣ୍ଡନ ମେଟ୍ରୋପୋଲିଟନ୍‌ ପୋଲିସ ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି। ୧୯୭୬ରୁ ବର୍ତ୍ତମାନ ସୁଦ୍ଧା ୫୩ଟି ଚୋରୀ ହୋଇଥିବା ପ୍ରାଚୀନ କଳାକୃତୀ ଭାରତକୁ ଫେରିଥିବା ମନ୍ତ୍ରୀ କହିଛନ୍ତି। ୨୦୧୪ ପରେ ୪୦ରୁ ଅଧିକ କଳାକୃତୀ ଭାରତକୁ ଫେରିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

Share