ବୋମା ବିସ୍ଫୋରଣରେ ଭାଙ୍ଗିଲା ଜିନ୍ନାଙ୍କ ପ୍ରତିମୂର୍ତ୍ତି…

କରାଚି,୨୭।୯: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ପାକିସ୍ତାନ ପାଇଁ ଏବେ ଏହା ବୁମେରାଂ ପାଲଟିଛି। ଧୀରେଧୀରେ ପାକିସ୍ତାନରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ସ୍ଥାନୀୟ ଗ୍ବାଦରଠାରେ ଥିବା ମହମ୍ମଦ ଅଲ୍ଳୀ ଜିନ୍ନାଙ୍କ ପ୍ରତିମୂର୍ତ୍ତିିକୁ ବୋମାରେ ଭାଙ୍ଗି ଦିଆଯାଇଛି। ଏଥିପାଇଁ ବାଲୁଚି ଫ୍ରଣ୍ଟର ନିଜକୁ ଦାୟୀ କରିଛି।

ବୋମା ବିସ୍ଫୋରଣ ପରେ ପ୍ରତିବନ୍ଧିତ ସଂଗଠନ ବାଲୁଚ ରିପବ୍ଲିକାନ୍‌ ଆର୍ମିର ପ୍ରବକ୍ତା ବବଗର ବାଲୋଚ ଟୁଇଟ୍‌ କରି ଏସମ୍ପର୍କରେ ସୂଚନା ଦେଇଛନ୍ତି। ସମୁଦ୍ରକୂଳରେ ମେରାଇନ୍‌ ଡ୍ରାଇଭ୍‌ରେ ଥିବା ଜିନ୍ନାଙ୍କ ପ୍ରତିମୂର୍ତ୍ତିିିରେ ବୋମା ଖଞ୍ଜା ଯାଇଥିବା ପ୍ରାଥମିକ ତଦସନ୍ତରୁ ଜଣା ପଡ଼ିଥିବା ପୋଲିସ ପକ୍ଷରୁ କୁହାଯାଇଛି। ତେବେ ଅଧିକ ତଦନ୍ତ ଜାରି ରହିଛି।

Share