ବିବାଦରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି

ଲଣ୍ଡନ, ୨/୪: ସ୍ବିଡେନ ସାମାଜିକ କର୍ମୀ ତଥା ଜଳବାୟୁ କାର୍ଯ୍ୟକର୍ତ୍ତା ଗ୍ରେଟା ଥନବର୍ଗଙ୍କ ପ୍ରତିମୂର୍ତ୍ତି ବ୍ରିଟେନର ଓ୍ବିଞ୍ଚଷ୍ଟର ୟୁନିଭର୍ସିଟି ପରିସରରେ ସ୍ଥାପନ ହେବାକୁ ନେଇ ବିବାଦ ଦେଖାଦେଇଛି। ସ୍ଥିରତା ଏବଂ ପ୍ରତିବଦ୍ଧତାର ପ୍ରତିଫଳନ ଉଦ୍ଦେଶ୍ୟରେ ଗ୍ରେଟାଙ୍କ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିବା ୟୁନିଭର୍ସିଟି ପକ୍ଷରୁ କୁହାଯାଇଥିଲେ ହେଁ କର୍ମଚାରୀଙ୍କ ସମେତ ଛାତ୍ରୀଛାତ୍ର ଏହାକୁ ବିରୋଧ କରିଛନ୍ତି। କରୋନା ମହାମାରୀ ସମୟରେ ମୂର୍ତ୍ତିରେ ଲାଗିଥିବା ପ୍ରାୟ ୨୪ ଲକ୍ଷ ଟଙ୍କା ଅନ୍ୟ ଉପାୟରେ ଖର୍ଚ୍ଚ ହୋଇଥିଲେ ଉଚିତ ହୋଇଥାନ୍ତା ବୋଲି ସେମାନେ କହିଛନ୍ତି। କର୍ମଚାରୀ ଓ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଣ୍ଠିରୁ ଏହି ଅର୍ଥ ଖର୍ଚ୍ଚ କରାଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ତେବେ ଷ୍ଟାଫ୍‌ କିମ୍ବା ଛାତ୍ରୀଛାତ୍ରଙ୍କ ପାଣ୍ଠିରୁ ଏଥିପାଇଁ ଟଙ୍କା ଦିଆଯାଇ ନ ଥିବା ୟୁନିଭର୍ସିଟି ପକ୍ଷରୁ କୁହାଯାଇଛି।

Share