ରାଜ୍ୟଗୁଡ଼ିକର ଜିଏସ୍‌ଟି କ୍ଷତି କମିବ

ନୂଆଦିଲ୍ଲୀ,୨୨।୨:  ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍‌ଟି ସଂଗ୍ରହ ଉନ୍ନତ ହେଉଥିବାରୁ କ୍ଷତି ପରିମାଣ ହ୍ରାସ ପାଇବ ବୋଲି ଜଣେ ସରକାରୀ ଅଧିକାରୀ ରବିବାର ସୂଚନା ଦେଇଛନ୍ତି। ରାଜ୍ୟଗୁଡିକ ୧.୮୦ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ରାଜସ୍ବ କ୍ଷତି ସହିବେ ବୋଲି ପୂର୍ବରୁ ଆକଳନ କରାଯାଇଥିଲା। ଜିଏସ୍‌ଟି କାର୍ଯ୍ୟକାରୀ କରାଯିବା ଯୋଗୁ ୧.୧୦ ଲକ୍ଷ କୋଟି ଏବଂ କୋଭିଡ୍‌-୧୯ ମହାମାରୀ ଯୋଗୁ ପ୍ରାୟ ୭୦ ହଜାର କୋଟି କ୍ଷତି ରାଜ୍ୟ ସହିବେ ବୋଲି ରିପୋର୍ଟରେ କୁହାଯାଇଥିଲା। ରାଜସ୍ବ କ୍ଷତିକୁ ଭରଣା କରିବା ଲାଗି କେନ୍ଦ୍ର ସରକାର ଏକ ସ୍ବତନ୍ତ୍ର ଓ୍ବିଣ୍ଡୋରୁ ଋଣ କରୁଛନ୍ତି। ଏହି ବାବଦକୁ ମୋଟ ୧.୧୦ ଲକ୍ଷ କୋଟି ଟଙ୍କା ଯୋଗାଇ ଦେବା ଲାଗି ବ୍ୟବସ୍ଥା କରାଯାଇଛି।
ରାଜସ୍ବ ସଂଗ୍ରହରେ ଉନ୍ନତି ହୋଇଥିବାରୁ ରାଜ୍ୟଗୁଡ଼ିକର ମୋଟ କ୍ଷତି ୧.୪୦ ଲକ୍ଷ କୋଟି ଟଙ୍କାକୁ ଖସିପାରେ। ବର୍ତ୍ତମାନ ଏ ନେଇ ହିସାବ କରାଯାଉଛି। କ୍ଷତି ୩୦ରୁ ୪୦ ହଜାର କୋଟି ଟଙ୍କା କମ୍‌ ରହିପାରେ ବୋଲି ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ସେହିଭଳି ଜିଏସ୍‌ଟି ଆଦାୟ ଉନ୍ନତ ହେଉଥିବାରୁ କୋଭିଡ୍‌ଜନିତ ରାଜସ୍ବ ହ୍ରାସ ଭରଣା କରିବା ଲାଗି ରାଜ୍ୟଗୁଡିକୁ କ୍ଷତିପୂରଣ ପ୍ରଦାନ କରିବା ପାଇଁ ଏହି ଅର୍ଥକୁ ବ୍ୟବହାର କରାଯାଇପାରେ। ସ୍ପେଶାଲ ଓ୍ବିଣ୍ଡୋରୁ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ କୋଟି ଋଣ କରାଯାଇଥିବା ବେଳେ ଏହି ଅର୍ଥକୁ ରାଜ୍ୟଗୁଡ଼ିକୁ ପ୍ରଦାନ କରାଯାଇଛି। ଆସନ୍ତା ଆର୍ଥତ୍କ ବର୍ଷରେ ରାଜସ୍ବ କ୍ଷତି ଆହୁରି କମିବ। ହେଲେ ୧୪% ରାଜସ୍ବ କ୍ଷତି ଭରଣା କରିବା କଷ୍ଟକର ବୋଲି ଅଧିକାରୀ ଜଣକ ମତ ଦେଇଛନ୍ତି।
ଜିଏସ୍‌ଟି କ୍ଷତିପୂରଣ ଅର୍ଥ ପ୍ରତି ୨ ମାସରେ ରାଜ୍ୟଗୁଡିକୁ ପ୍ରଦାନ କରାଯାଉଛି। କୋଭିଡ୍‌ ଯୋଗୁ ଏପ୍ରିଲ ୨୦୨୦ରେ ଜିଏସ୍‌ଟି ସଂଗ୍ରହ ରେକର୍ଡ ନିମ୍ନ ସ୍ତର ୩୧,୧୭୨ କୋଟି ଟଙ୍କାକୁ ଖସି ଆସିଥିଲା। କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ସରକାର ସାରା ଦେଶକୁ ଲକ୍‌ଡାଉନ୍‌ କରିବା ପରେ ଏପରି ହୋଇଥିଲା। ଟିକସ ସଂଗ୍ରହ ଧୀରେ ଧୀରେ ଉନ୍ନତ ହେଉଛି। ୨୦୨୦ ଅକ୍ଟୋବରଠାରୁ ୨୦୨୧ ଜାନୁୟାରୀ ଯାଏ ୪ ମାସ ଜିଏସ୍‌ଟି ସଂଗ୍ରହ ୧ ଲକ୍ଷ କୋଟି ଟଙ୍କା ଟପୁଛି। ଜାନୁୟାରୀ ମାସରେ ରାଜସ୍ବ ୧.୨୦ ଲକ୍ଷ କୋଟି ଟଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପିସିଏସ ଅଧିକାରୀ ଜ୍ୟୋତି-ଆଲୋକଙ୍କ ବିବାଦରେ ନୂଆମୋଡ଼: ସ୍ତ୍ରୀ ଅଫିସର ହେବାପରେ ସଫେଇ କର୍ମଚାରୀ ସ୍ବାମୀଙ୍କୁ ଯାଇଥିଲେ ଭୁଲି, ଏବେ…

ଲକ୍ଷ୍ନୌ,୬।୪: ଉତ୍ତର ପ୍ରଦେଶର ବହୁଚର୍ଚ୍ଚିତ ପିସିଏସ ଅଧିକାରୀ ଜ୍ୟୋତି ମୌର୍ଯ୍ୟ ଏବଂ ତାଙ୍କ ସ୍ବାମୀ ଆଲୋକ ମୌର୍ଯ୍ୟ ନାମକ ଜଣେ ସଫେଇ କର୍ମଚାରୀଙ୍କ ମଧ୍ୟରେ ଦୀର୍ଘ ଦିନର…

ରାଜ୍ୟ ସଭାରେ ଶପଥ ନେଲେ ଓଡ଼ିଶାର ନବ ନିର୍ବାଚିତ ଏମପି, ଓଡ଼ିଆରେ କହିଲେ ମୁଁ….

ଭୁବନେଶ୍ବର,୬ା୪: ରାଜ୍ୟ ସଭାରେ ସୋମବାର ଓଡ଼ିଶାର ନବ ନିର୍ବାଚିତ ଏମପି ଶପଥ ନେଇଛନ୍ତି । ଓଡ଼ିଶାରୁ ୩ ଏମପି ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ…

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

‘ଠିକ ରାତି ୮ଟା…’, ଟ୍ରମ୍ପ ସ୍ଥିର କଲେ ସମୟ କେତେବେଳେ ଇରାନ ଉପରେ କରିବେ ସବୁଠାରୁ ବଡ଼ ଆକ୍ରମଣ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ଓ୍ବାଶିଂଟନ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ବଢ଼ୁଥିବା ବିବାଦ ଆହୁରି ତୀବ୍ର ହେବାରେ ଲାଗିଛି। ହର୍ମୁଜ ପ୍ରଣାଳୀକୁ ନେଇ ୱାଶିଂଟନ ଏବଂ ତେହରାନ ମଧ୍ୟରେ ଅଚଳାବସ୍ଥା…

ଝିଅ ଡିଭର୍ସରେ ଖୁସିରେ ବିଭୋର ବାପା, ନାଚଗୀତରେ ଝୁମିଲେ ପୂରା ପରିବାର, ଭିଡିଓ ଦେଖିଲେ…

ମିରଟ,୬ା୪: ଜଣେ ଝିଅ ତାଙ୍କ ସ୍ବାମୀଙ୍କୁ ଛାଡ଼ପତ୍ର ଦେଇ ବାପଘରକୁ ଫେରିଆସିଲେ ସାଧାରଣ ଭାବେ ଦୁଃଖଦ ପରିବେଶ ସୃଷ୍ଟି ହୋଇଥାଏ। ତେବେ ଉତ୍ତରପ୍ରଦେଶର ମିରଟରେ ଛାଡ଼ପତ୍ର ଦେଇ…

ଇରାନକୁ ଟ୍ରମ୍ପଙ୍କ ଚେତାବନୀ: କହିଲେ ପାଗଳ, ହର୍ମୁଜ ଖୋଲିଦିଅ, ନଚେତ୍‌…

ଓ୍ବାଶିଂଟନ,୫ା୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ପୁଣି ଧମକ ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଖୋଲିବା ପାଇଁ ଇରାନକୁ ୧୦ ଦିନର ଅଲ୍ଟିମେଟମ ଦେଇଥିଲେ ଟ୍ରମ୍ପ ।…

ଔଷଧ ଉପରେ ୧୦୦% ଟାରିଫ୍‌ ଘୋଷଣା କଲେ ଟ୍ରମ୍ପ, ଭାରତୀୟଙ୍କୁ ଝଟ୍‌କା!

ଓ଼୍ବାଶିଂଟନ,୫।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ସାମ୍ପ୍ରତିକ ନିଷ୍ପତ୍ତି ଭାରତୀୟ ଔଷଧ କ୍ଷେତ୍ରକୁ ପ୍ରଭାବିତ କରିଛି। ଟ୍ରମ୍ପ ପ୍ରଶାସନ ଆମେରିକା ସରକାରଙ୍କ ସହିତ ମୂଲ୍ୟ ଚୁକ୍ତିନାମାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri