୮.୨୫ ଲକ୍ଷ କୋଟିର ଋଣରେ ଡୁବିବେ ରାଜ୍ୟ

ନୂଆଦିଲ୍ଲୀ,୧।୮: କରୋନା ଭାଇରସ୍‌ ସଙ୍କଟ ଭାରତୀୟ ରାଜ୍ୟଗୁଡ଼ିକୁ ୮.୨୫ ଲକ୍ଷ କୋଟି ଟଙ୍କା ବା ୧୦ ବିଲିୟନ ଡଲାର ଋଣଭାରରେ ଡୁବାଇ ଦେଇପାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜସ୍ବ ଆଦାୟ ହ୍ରାସ ପାଇବାରେ ଲାଗିଥିବାରୁ ଏବେ ଋଣ କରିବା ଜରୁରୀ ହୋଇପଡ଼ିବ। ଭାରତର ରାଜ୍ୟଗୁଡ଼ିକ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକର ରାଜ୍ୟ ତୁଳନାରେ ଅଧିକ ଋଣ ନେଇସାରିଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ପରିମାଣର ଋଣ ନେବାକୁ ବାଧ୍ୟ ହେବେ ବୋଲି ଏକ ଆକଳନରୁ ଜଣାପଡ଼ିଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ପ୍ରହାର ପକାଇଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କ ଅଂଶଧନ ଦେବା ପାଇଁ ସକ୍ଷମ ନ ଥିବାବେଳେ ରାଜ୍ୟଗୁଡ଼ିକ ଉପରେ ରାଜସ୍ବ ମାଡ଼ ପଡ଼ିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକ ବଜାରରୁ ନେଉଥିବା ମୋଟ ଋଣର ପରିମାଣ ଚଳିତ ଆର୍ଥିକ ବର୍ଷରେ ୮.୨୫ ଲକ୍ଷ କୋଟି ଟଙ୍କା ବା ୧୦ ବିଲିୟନ ଡଲାର ଛୁଇଁବ ବୋଲି ରିସର୍ଚ୍ଚ ଏଜେନ୍ସି ଇଣ୍ଡିଆ ରେଟିଂ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ଋଣର ପରିମାଣ ୬.୦୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଅଶୋକା ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ପୁଲାପ୍ରେ ବାଲାକ୍ରିଷ୍ଣନ୍‌ କହିଛନ୍ତି, ରାଜ୍ୟଗୁଡ଼ିକୁ ଦରମା, ଗୁରୁତ୍ୱପୂର୍ଣ୍ଣ ଯୋଜନା, କୋଭିଡ୍‌-୧୯ ଯୋଗୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟୟ ବୃଦ୍ଧି ଭଳି କେତେକ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିଯୋଗୁ ଋଣ ବଢ଼ିବା ନିଶ୍ଚିତ। ରାଜ୍ୟ ରାଜସ୍ବର ୪୩% କେନ୍ଦ୍ର ସରକାରଙ୍କ ପାଖରୁ ଆସୁଥିବାବେଳେ ଅବଶିଷ୍ଟ ୫୭% ରାଜସ୍ବ ହେଉଛି ନିଜସ୍ବ ଟିକସ ଓ ଅଣଟିକସ ଆୟ।


ରାଜ୍ୟ ବନାମ କେନ୍ଦ୍ର
କୋଭିଡ୍‌-୧୯ ଲକ୍‌ଡାଉନ ଜାରି ହେବା ଯୋଗୁ କେବଳ ଏପ୍ରିଲ ମାସରେ ୨୧ ରାଜ୍ୟର ୯୭,୦୦୦ କୋଟି ଟଙ୍କା ରାଜସ୍ବ ହାନି ହୋଇଥିଲା। ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ୮୦ ଦିନିଆ ଲକ୍‌ଡାଉନର ସାମଗ୍ରିକ ପ୍ରଭାବ ଅଧିକ ରହିବ। ଯଦିଓ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ ଶେଷ ହୋଇଛି, ତଥାପି କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଅନେକ ସ୍ଥାନରେ ଆର୍ଥିକ କାରବାର ଭଲ ଭାବେ ଚାଲିପାରି ନାହିଁ। ଲୋକେ ଭାଇରସ୍‌ ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଛନ୍ତି। ଏଭଳି ସ୍ଥିତିରେ ଅନେକ ରାଜ୍ୟ ସେମାନଙ୍କ ଟିକସ ରାଜସ୍ବ ଓ କ୍ଷତିପୂରଣ ଦାବିରେ କେନ୍ଦ୍ରର ମୋଦି ସରକାରଙ୍କ ସହ ମୁହଁାମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି। ମହାମାରୀଜନିତ ଲକ୍‌ଡାଉନ ଜାରି କରାଯିବା ଫଳରେ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ମୋଦି ସରକାରଙ୍କୁ ମଧ୍ୟ ବହୁ ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ରାଜସ୍ବ ସଂଗ୍ରହ କରିବାରେ ବିଫଳ ହେଲେ କିମ୍ବା ଟାର୍ଗେଟ ମିସ୍‌ କଲେ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ। ରାଜ୍ୟଗୁଡ଼ିକ ପାଇଁ ବଜେଟରେ ଆବଣ୍ଟିତ ପାଣ୍ଠି ମଧ୍ୟ ଦେବା ପାଇଁ କେନ୍ଦ୍ରକୁ କଷ୍ଟକର ହେବ ବୋଲି ବାଲାକ୍ରିଷ୍ଣନ୍‌ କହିଛନ୍ତି।


ନିଅଣ୍ଟ ହେଉଛି ଟିକସ ସଂଗ୍ରହ
କରୋନା କାଳରେ ଭାରତର ଟିକସ ସଂଗ୍ରହ ପରିମାଣକୁ ଦେଖିଲେ ରାଜସ୍ବ ହାନିର କାହାଣୀ ବୁଝିହୁଏ। ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଏପ୍ରିଲ ମାସରେ ସବୁଠୁ କମ୍‌ ସଂଗ୍ରହ ହୋଇଥିଲା, ଯେତେବେଳେ କି ଦେଶବ୍ୟାପୀ ସମ୍ପୂର୍ଣ୍ଣ ଳକ୍‌ଡାଉନ୍‌ ସର୍ବୋଚ୍ଚ ସ୍ତରରେ ଥିଲା। ଏପ୍ରିଲ ପରେ ଟ୍ୟାକ୍ସ କଲେକ୍ସନରେ କିଛି ଉନ୍ନତି ଆସିଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କଟକଣା ସାମାନ୍ୟ କୋହଳ ହେବା ପରେ ଅର୍ଥନୈତିକ ଗତିବିଧି କିଛି ମାତ୍ରାରେ ବୃଦ୍ଧି ପାଇଥିଲେ ହେଁ ତାହା କ୍ଷତ ଉପଶମ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।
ଇଣ୍ଡିଆ ରେଟିଂସ ସହକାରୀ ନିର୍ଦ୍ଦେଶକ ଅନୁରାଧା ବାସୁମଟାରି କହିଛନ୍ତି, ୨୦ ରାଜ୍ୟକୁ ନେଇ ଆମେ ଅଧ୍ୟୟନ କରିଥିଲୁ। ଏଥିରୁ ଜଣାପଡ଼ିଛି ଯେ, ରାଜ୍ୟଗୁଡ଼ିକର ନିଜସ୍ବ ରାଜସ୍ବ ସଂଗ୍ରହ ଓ ୨୦୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଟିକସରେ ସେମାନଙ୍କ ଅଂଶଧନ ଆକଳନ ଅନୁସାରେ ହେଉନାହିଁ। ଆର୍ଥିକ କଟକଣା ସମ୍ପୂର୍ଣ୍ଣ ଭାବେ ଉଠି ନ ଥିବାରୁ ରାଜସ୍ବ ସଂଗ୍ରହ ଆହୁରି ହ୍ରାସ ପାଇବ। ଆର୍ଥିକ କାର୍ଯ୍ୟକଳାପର ଅଭାବ ଅର୍ଥ ହେଉଛି ପେଟ୍ରୋଲ ଓ ଡିଜେଲ କମ୍‌ ଖର୍ଚ୍ଚ ହେବ। ତେଣୁ ତୈଳ ଉପରେ ଟିକସ ବୃଦ୍ଧି କରିବା ରାଜ୍ୟଗୁଡ଼ିକ ପାଇଁ ବିଶେଷ ସହାୟକ ହେବ ନାହିଁ। ରାଜ୍ୟଗୁଡ଼ିକର ଆର୍ଥିକ କ୍ଷତକୁ ଉପଶମ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ସେମାନଙ୍କୁ ଋଣ ସୀମା ବୃଦ୍ଧି ନିମନ୍ତେ ଅନୁମତି ଦେଇଥିଲେ। କିନ୍ତୁ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଋଣ ବୃଦ୍ଧି କରାଯାଇ ପାରିବ।

ହାତ ଟେକିଦେଲା କେନ୍ଦ୍ର

ରାଜ୍ୟଗୁଡ଼ିକୁ ମିଳିବାକୁ ଥିବା ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ବାବଦ ଅଂଶଧନ କେନ୍ଦ୍ର ସରକାର ଦେଇପାରିବେ ନାହିଁ। ରାଜସ୍ବ ଭାଗବଣ୍ଟାର ସାମ୍ପ୍ରତିକ ଫର୍ମୁଲା ଅନୁସାରେ ରାଜ୍ୟଗୁଡ଼ିକୁ ଜିଏସ୍‌ଟି ଟଙ୍କା ମିଳି ନ ପାରେ ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ମଙ୍ଗଳବାର ଅର୍ଥ ସମ୍ପର୍କିତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇଥିଲେ। ୨୦୧୭ରେ ଲାଗୁ ହୋଇଥିବା ଜିଏସ୍‌ଟିକୁ ୩ ବର୍ଷ ବିତିଲାଣି। ଏବେ ସରକାର ପ୍ରଥମଥର ପାଇଁ ସ୍ବୀକାର କରିଛନ୍ତି ଯେ ଜିଏସ୍‌ଟି ଆଇନ ଓ ନିୟମାବଳୀ ଅନୁସାରେ ରାଜ୍ୟଗୁଡ଼ିକୁ ଅର୍ଥ ଦେବା ଲାଗି କେନ୍ଦ୍ରୀୟ ରାଜକୋଷରେ ଟଙ୍କା ନାହିଁ। ଏଭଳି ସ୍ଥିତି ପାଇଁ ମୋଦି ସରକାର କରୋନା ଭାଇରସ୍‌ ସଂକ୍ରମଣ ଓ ତଜ୍ଜନିତ ଲକ୍‌ଡାଉନକୁ ଦାୟୀ କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। କାରଣ କରୋନା ଆସିବାର ବହୁ ପୂର୍ବରୁ ଅର୍ଥାତ୍‌ ୨୦୧୯ ଅଗଷ୍ଟ ବେଳୁ ଦେଶର ଅର୍ଥନୀତି ବିଗିଡ଼ିବାରେ ଲାଗିଛି।
ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ୧.୮୫ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ବାବଦରେ ପାଇଥିଲେ, ଯାହାକି ପୂର୍ବ ବର୍ଷ ତୁଳନାରେ ୩.୧୪ ଲକ୍ଷ କୋଟି କମ୍‌। ଏଥିଯୋଗୁ ରାଜ୍ୟଗୁଡ଼ିକୁ ଦୁଇମାସରେ ଥରେ କ୍ଷତିପୂରଣ ଇନ୍‌ଷ୍ଟଲମେଣ୍ଟ ଦିଆଯିବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୋମବାର କେନ୍ଦ୍ର ସରକାର ଚୂଡ଼ାନ୍ତ ଇନ୍‌ଷ୍ଟଲମେଣ୍ଟରେ ୧୩,୮୦୬ କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଜିଏସ୍‌ଟି ସଂଗ୍ରହ ଅଧାକୁ ଖସିଯାଇଥିବାରୁ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ଓ ସମ୍ମିଳନୀ ପରେ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଜିଏସ୍‌ଟି ବୃଦ୍ଧି ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଏପରି ହେଲେ ଅନଟନରେ ଥିବା ସାଧାରଣ ଜନତାଙ୍କ ଉପରେ ବୋଝ ଆହୁରି ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri