୮.୨୫ ଲକ୍ଷ କୋଟିର ଋଣରେ ଡୁବିବେ ରାଜ୍ୟ

ନୂଆଦିଲ୍ଲୀ,୧।୮: କରୋନା ଭାଇରସ୍‌ ସଙ୍କଟ ଭାରତୀୟ ରାଜ୍ୟଗୁଡ଼ିକୁ ୮.୨୫ ଲକ୍ଷ କୋଟି ଟଙ୍କା ବା ୧୦ ବିଲିୟନ ଡଲାର ଋଣଭାରରେ ଡୁବାଇ ଦେଇପାରେ। ଉଭୟ କେନ୍ଦ୍ର ଓ ରାଜ୍ୟ ସ୍ତରରେ ରାଜସ୍ବ ଆଦାୟ ହ୍ରାସ ପାଇବାରେ ଲାଗିଥିବାରୁ ଏବେ ଋଣ କରିବା ଜରୁରୀ ହୋଇପଡ଼ିବ। ଭାରତର ରାଜ୍ୟଗୁଡ଼ିକ ଅନ୍ୟ ବ୍ରିକ୍ସ ଦେଶଗୁଡ଼ିକର ରାଜ୍ୟ ତୁଳନାରେ ଅଧିକ ଋଣ ନେଇସାରିଥିବା ବେଳେ ଚଳିତ ବର୍ଷ ଆହୁରି ଅଧିକ ପରିମାଣର ଋଣ ନେବାକୁ ବାଧ୍ୟ ହେବେ ବୋଲି ଏକ ଆକଳନରୁ ଜଣାପଡ଼ିଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଭାରତୀୟ ରାଜ୍ୟଗୁଡ଼ିକ ଉପରେ ଆର୍ଥିକ ପ୍ରହାର ପକାଇଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ରାଜ୍ୟଗୁଡ଼ିକୁ ସେମାନଙ୍କ ଅଂଶଧନ ଦେବା ପାଇଁ ସକ୍ଷମ ନ ଥିବାବେଳେ ରାଜ୍ୟଗୁଡ଼ିକ ଉପରେ ରାଜସ୍ବ ମାଡ଼ ପଡ଼ିଛି। ଏଭଳି ସ୍ଥିତିରେ ରାଜ୍ୟଗୁଡ଼ିକ ବଜାରରୁ ନେଉଥିବା ମୋଟ ଋଣର ପରିମାଣ ଚଳିତ ଆର୍ଥିକ ବର୍ଷରେ ୮.୨୫ ଲକ୍ଷ କୋଟି ଟଙ୍କା ବା ୧୦ ବିଲିୟନ ଡଲାର ଛୁଇଁବ ବୋଲି ରିସର୍ଚ୍ଚ ଏଜେନ୍ସି ଇଣ୍ଡିଆ ରେଟିଂ ପକ୍ଷରୁ କୁହାଯାଇଛି। ପୂର୍ବରୁ ଏହି ଋଣର ପରିମାଣ ୬.୦୯ ଲକ୍ଷ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଥିଲା। ଅଶୋକା ୟୁନିଭର୍ସିଟିର ଅର୍ଥନୀତି ପ୍ରଫେସର ପୁଲାପ୍ରେ ବାଲାକ୍ରିଷ୍ଣନ୍‌ କହିଛନ୍ତି, ରାଜ୍ୟଗୁଡ଼ିକୁ ଦରମା, ଗୁରୁତ୍ୱପୂର୍ଣ୍ଣ ଯୋଜନା, କୋଭିଡ୍‌-୧୯ ଯୋଗୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବ୍ୟୟ ବୃଦ୍ଧି ଭଳି କେତେକ ଖର୍ଚ୍ଚ କରିବାକୁ ପଡ଼ିବ। ଏଥିଯୋଗୁ ଋଣ ବଢ଼ିବା ନିଶ୍ଚିତ। ରାଜ୍ୟ ରାଜସ୍ବର ୪୩% କେନ୍ଦ୍ର ସରକାରଙ୍କ ପାଖରୁ ଆସୁଥିବାବେଳେ ଅବଶିଷ୍ଟ ୫୭% ରାଜସ୍ବ ହେଉଛି ନିଜସ୍ବ ଟିକସ ଓ ଅଣଟିକସ ଆୟ।


ରାଜ୍ୟ ବନାମ କେନ୍ଦ୍ର
କୋଭିଡ୍‌-୧୯ ଲକ୍‌ଡାଉନ ଜାରି ହେବା ଯୋଗୁ କେବଳ ଏପ୍ରିଲ ମାସରେ ୨୧ ରାଜ୍ୟର ୯୭,୦୦୦ କୋଟି ଟଙ୍କା ରାଜସ୍ବ ହାନି ହୋଇଥିଲା। ମାର୍ଚ୍ଚ ୨୫ରେ ଆରମ୍ଭ ହୋଇଥିବା ୮୦ ଦିନିଆ ଲକ୍‌ଡାଉନର ସାମଗ୍ରିକ ପ୍ରଭାବ ଅଧିକ ରହିବ। ଯଦିଓ ବର୍ତ୍ତମାନ ଦେଶବ୍ୟାପୀ ଲକ୍‌ଡାଉନ ଶେଷ ହୋଇଛି, ତଥାପି କରୋନା ସଂକ୍ରମଣ ବଢ଼ିଚାଲିଥିବାରୁ ଅନେକ ସ୍ଥାନରେ ଆର୍ଥିକ କାରବାର ଭଲ ଭାବେ ଚାଲିପାରି ନାହିଁ। ଲୋକେ ଭାଇରସ୍‌ ଦାଉରୁ ରକ୍ଷା ପାଇବା ପାଇଁ ଘର ଭିତରେ ରହୁଛନ୍ତି। ଏଭଳି ସ୍ଥିତିରେ ଅନେକ ରାଜ୍ୟ ସେମାନଙ୍କ ଟିକସ ରାଜସ୍ବ ଓ କ୍ଷତିପୂରଣ ଦାବିରେ କେନ୍ଦ୍ରର ମୋଦି ସରକାରଙ୍କ ସହ ମୁହଁାମୁହିଁ ଅବସ୍ଥାକୁ ଚାଲିଆସିଛନ୍ତି। ମହାମାରୀଜନିତ ଲକ୍‌ଡାଉନ ଜାରି କରାଯିବା ଫଳରେ ସ୍ଥିତି ବିଗିଡ଼ିବାରେ ଲାଗିଥିବାରୁ ମୋଦି ସରକାରଙ୍କୁ ମଧ୍ୟ ବହୁ ରାଜସ୍ବ କ୍ଷତି ସହିବାକୁ ପଡ଼ିଛି। କେନ୍ଦ୍ର ସରକାର ପର୍ଯ୍ୟାପ୍ତ ରାଜସ୍ବ ସଂଗ୍ରହ କରିବାରେ ବିଫଳ ହେଲେ କିମ୍ବା ଟାର୍ଗେଟ ମିସ୍‌ କଲେ ରାଜ୍ୟଗୁଡ଼ିକ ଉପରେ ଏହାର ପ୍ରତ୍ୟକ୍ଷ ପ୍ରଭାବ ପଡ଼ିବ। ରାଜ୍ୟଗୁଡ଼ିକ ପାଇଁ ବଜେଟରେ ଆବଣ୍ଟିତ ପାଣ୍ଠି ମଧ୍ୟ ଦେବା ପାଇଁ କେନ୍ଦ୍ରକୁ କଷ୍ଟକର ହେବ ବୋଲି ବାଲାକ୍ରିଷ୍ଣନ୍‌ କହିଛନ୍ତି।


ନିଅଣ୍ଟ ହେଉଛି ଟିକସ ସଂଗ୍ରହ
କରୋନା କାଳରେ ଭାରତର ଟିକସ ସଂଗ୍ରହ ପରିମାଣକୁ ଦେଖିଲେ ରାଜସ୍ବ ହାନିର କାହାଣୀ ବୁଝିହୁଏ। ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଏପ୍ରିଲ ମାସରେ ସବୁଠୁ କମ୍‌ ସଂଗ୍ରହ ହୋଇଥିଲା, ଯେତେବେଳେ କି ଦେଶବ୍ୟାପୀ ସମ୍ପୂର୍ଣ୍ଣ ଳକ୍‌ଡାଉନ୍‌ ସର୍ବୋଚ୍ଚ ସ୍ତରରେ ଥିଲା। ଏପ୍ରିଲ ପରେ ଟ୍ୟାକ୍ସ କଲେକ୍ସନରେ କିଛି ଉନ୍ନତି ଆସିଥିଲେ ହେଁ ତାହା ସମୁଦ୍ରକୁ ଶଙ୍ଖେ ସଦୃଶ। କଟକଣା ସାମାନ୍ୟ କୋହଳ ହେବା ପରେ ଅର୍ଥନୈତିକ ଗତିବିଧି କିଛି ମାତ୍ରାରେ ବୃଦ୍ଧି ପାଇଥିଲେ ହେଁ ତାହା କ୍ଷତ ଉପଶମ କରିବା ପାଇଁ ପର୍ଯ୍ୟାପ୍ତ ନୁହେଁ।
ଇଣ୍ଡିଆ ରେଟିଂସ ସହକାରୀ ନିର୍ଦ୍ଦେଶକ ଅନୁରାଧା ବାସୁମଟାରି କହିଛନ୍ତି, ୨୦ ରାଜ୍ୟକୁ ନେଇ ଆମେ ଅଧ୍ୟୟନ କରିଥିଲୁ। ଏଥିରୁ ଜଣାପଡ଼ିଛି ଯେ, ରାଜ୍ୟଗୁଡ଼ିକର ନିଜସ୍ବ ରାଜସ୍ବ ସଂଗ୍ରହ ଓ ୨୦୨୦ ଆର୍ଥିକ ବର୍ଷ ପାଇଁ କେନ୍ଦ୍ରୀୟ ଟିକସରେ ସେମାନଙ୍କ ଅଂଶଧନ ଆକଳନ ଅନୁସାରେ ହେଉନାହିଁ। ଆର୍ଥିକ କଟକଣା ସମ୍ପୂର୍ଣ୍ଣ ଭାବେ ଉଠି ନ ଥିବାରୁ ରାଜସ୍ବ ସଂଗ୍ରହ ଆହୁରି ହ୍ରାସ ପାଇବ। ଆର୍ଥିକ କାର୍ଯ୍ୟକଳାପର ଅଭାବ ଅର୍ଥ ହେଉଛି ପେଟ୍ରୋଲ ଓ ଡିଜେଲ କମ୍‌ ଖର୍ଚ୍ଚ ହେବ। ତେଣୁ ତୈଳ ଉପରେ ଟିକସ ବୃଦ୍ଧି କରିବା ରାଜ୍ୟଗୁଡ଼ିକ ପାଇଁ ବିଶେଷ ସହାୟକ ହେବ ନାହିଁ। ରାଜ୍ୟଗୁଡ଼ିକର ଆର୍ଥିକ କ୍ଷତକୁ ଉପଶମ କରିବା ପାଇଁ ନିକଟରେ କେନ୍ଦ୍ର ସରକାର ସେମାନଙ୍କୁ ଋଣ ସୀମା ବୃଦ୍ଧି ନିମନ୍ତେ ଅନୁମତି ଦେଇଥିଲେ। କିନ୍ତୁ ଅଭିବୃଦ୍ଧିକୁ ଦୃଷ୍ଟିରେ ରଖି ଋଣ ବୃଦ୍ଧି କରାଯାଇ ପାରିବ।

ହାତ ଟେକିଦେଲା କେନ୍ଦ୍ର

ରାଜ୍ୟଗୁଡ଼ିକୁ ମିଳିବାକୁ ଥିବା ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ବାବଦ ଅଂଶଧନ କେନ୍ଦ୍ର ସରକାର ଦେଇପାରିବେ ନାହିଁ। ରାଜସ୍ବ ଭାଗବଣ୍ଟାର ସାମ୍ପ୍ରତିକ ଫର୍ମୁଲା ଅନୁସାରେ ରାଜ୍ୟଗୁଡ଼ିକୁ ଜିଏସ୍‌ଟି ଟଙ୍କା ମିଳି ନ ପାରେ ବୋଲି ଅର୍ଥ ସଚିବ ଅଜୟ ଭୂଷଣ ପାଣ୍ଡେ ମଙ୍ଗଳବାର ଅର୍ଥ ସମ୍ପର୍କିତ ପାର୍ଲାମେଣ୍ଟାରି ଷ୍ଟାଣ୍ଡିଂ କମିଟିକୁ ଅବଗତ କରାଇଥିଲେ। ୨୦୧୭ରେ ଲାଗୁ ହୋଇଥିବା ଜିଏସ୍‌ଟିକୁ ୩ ବର୍ଷ ବିତିଲାଣି। ଏବେ ସରକାର ପ୍ରଥମଥର ପାଇଁ ସ୍ବୀକାର କରିଛନ୍ତି ଯେ ଜିଏସ୍‌ଟି ଆଇନ ଓ ନିୟମାବଳୀ ଅନୁସାରେ ରାଜ୍ୟଗୁଡ଼ିକୁ ଅର୍ଥ ଦେବା ଲାଗି କେନ୍ଦ୍ରୀୟ ରାଜକୋଷରେ ଟଙ୍କା ନାହିଁ। ଏଭଳି ସ୍ଥିତି ପାଇଁ ମୋଦି ସରକାର କରୋନା ଭାଇରସ୍‌ ସଂକ୍ରମଣ ଓ ତଜ୍ଜନିତ ଲକ୍‌ଡାଉନକୁ ଦାୟୀ କରୁଛନ୍ତି, ଯାହାକି ସମ୍ପୂର୍ଣ୍ଣ ଭାବେ ସତ ନୁହେଁ। କାରଣ କରୋନା ଆସିବାର ବହୁ ପୂର୍ବରୁ ଅର୍ଥାତ୍‌ ୨୦୧୯ ଅଗଷ୍ଟ ବେଳୁ ଦେଶର ଅର୍ଥନୀତି ବିଗିଡ଼ିବାରେ ଲାଗିଛି।
ଚଳିତ ବର୍ଷ ଆରମ୍ଭରେ କେନ୍ଦ୍ର ସରକାର ୧.୮୫ ଲକ୍ଷ କୋଟି ଟଙ୍କା ଜିଏସ୍‌ଟି ବାବଦରେ ପାଇଥିଲେ, ଯାହାକି ପୂର୍ବ ବର୍ଷ ତୁଳନାରେ ୩.୧୪ ଲକ୍ଷ କୋଟି କମ୍‌। ଏଥିଯୋଗୁ ରାଜ୍ୟଗୁଡ଼ିକୁ ଦୁଇମାସରେ ଥରେ କ୍ଷତିପୂରଣ ଇନ୍‌ଷ୍ଟଲମେଣ୍ଟ ଦିଆଯିବ। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ସୋମବାର କେନ୍ଦ୍ର ସରକାର ଚୂଡ଼ାନ୍ତ ଇନ୍‌ଷ୍ଟଲମେଣ୍ଟରେ ୧୩,୮୦୬ କୋଟି ଟଙ୍କା ରିଲିଜ୍‌ କରିଛନ୍ତି। ଜିଏସ୍‌ଟି ସଂଗ୍ରହ ଅଧାକୁ ଖସିଯାଇଥିବାରୁ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ଓ ସମ୍ମିଳନୀ ପରେ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଜିଏସ୍‌ଟି ବୃଦ୍ଧି ପାଇଁ ଚିନ୍ତା କରୁଥିବା ଜଣାପଡ଼ିଛି। ଏପରି ହେଲେ ଅନଟନରେ ଥିବା ସାଧାରଣ ଜନତାଙ୍କ ଉପରେ ବୋଝ ଆହୁରି ବଢ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରସ୍ତ ମିଳିବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri