କୋମାରେ ଚିକିଲିସ୍ଥିତ ରାଜ୍ୟ ଟସର କେନ୍ଦ୍ର

ନବରଙ୍ଗପୁର,୨୩ା୭(ସଦାଶିବ ପ୍ରଜାରାଜ)ନବରଙ୍ଗପୁର ଜିଲାରେ ଟସର ଚାଷ ଏକପ୍ରକାର ପ୍ରହସନ ପାଲଟିଯାଇଛି। ଦୀର୍ଘ ୫୦ବର୍ଷ ଧରି କେବଳ ଗବେଷଣା ଚାଲିଛି। ଚାଷୀ ଉପକୃତ ହେଉଛନ୍ତି ନା ଚାଷର ଉନ୍ନତି ହେଉଛି। ଅଧିକାଂଶ ଚାଷୀ ଏଥିରୁ ବିମୁଖ ହେଉଛନ୍ତି। କର୍ମଚାରୀ ଓ ଇଚ୍ଛାଶକ୍ତି ଅଭାବ ଯୋଗୁ ଚିକିଲିସ୍ଥିତ ରାଜ୍ୟ ଟସର କେନ୍ଦ୍ର ବର୍ତ୍ତମାନ କୋମା ପରିସ୍ଥିତି ପରିଲକ୍ଷିତ ହେଉଛି। ୨୦୦ ଏକରରୁ ଊର୍ଦ୍ଧ୍ୱ ଜମିରେ ମାତ୍ର ୧ହଜାର ଡିଏଫ୍‌ଏଲ୍‌ ନେଇ ଚାଷ କରୁଛନ୍ତି କେବଳ ୫ଜଣ ଚାଷୀ। ଅନ୍ୟପଟେ କେନ୍ଦ୍ରୀୟ ରେଶମ ବୋର୍ଡରେ ଶହେ ଏକର ଜମିରେ ପ୍ରାୟ ୬ ହଜାର ଡିଏଫ୍‌ଏଲ୍‌ ନେଇ ଚାଷ କରାଯାଉଛି। ଏଠାରେ ରାଜ୍ୟ ସରକାରଙ୍କ ନବରଙ୍ଗପୁର ଜିଲା ପ୍ରତି ଅବହେଳିତ ମନୋଭାବ ସ୍ପଷ୍ଟ ଜଣାପଡୁଛି , ଯାହାକୁ ନେଇ ଚାଷୀ ଓ ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି।
ଟସର ଉତ୍ପାଦନ ପୂର୍ବରୁ ଅଣ୍ଡିରା ଓ ମାଈ ପ୍ରଜାପତିକୁ ମିଳନ କରାଇ ୮ ଘଣ୍ଟା ରଖି ଅଣ୍ଡିରା ପ୍ରଜାପତିକୁ ଅଲଗା କରିଦିଆଯାଏ। ମାଈ ପ୍ରଜାପତିକୁ ଏକ ଚାଙ୍ଗୁଡ଼ି କିମ୍ବା ପାତ୍ରରେ ୭୨ ଘଣ୍ଟା ରଖାଯାଏ। ସେଠାରେ ସେ ଅଣ୍ଡା ଦେଇଥାଏ। ଗୋଟିଏ ଯୋଡି ପ୍ରଜାପତିକୁ ଗୋଟିଏ ଡିଏଫ୍‌ଏଲ୍‌ ବୋଲି କୁହାଯାଏ। ସେଇ ଅଣ୍ଡାକୁ ଚାଷୀ ଶୁଖାଇବା ସହ ଟସର ପୋକ ଉତ୍ପାଦନ କରିଥାଏ ଏବଂ ସେଇ ପୋକକୁ ଆଣି ଗଛରେ ଛାଡ଼ି ଚାଷ କରାଯାଏ। ଟସର ପୋକ କୋଷ ପ୍ରସ୍ତୁତ କରିବାକୁ ୩୦ରୁ ୩୫ ଦିନ ସମୟ ନେଇଥାନ୍ତି । ସେହି ସମୟ ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଆସିଥିଲା ବେଳେ ଚାଷୀ ତାହାକୁ ରକ୍ଷଣାବେକ୍ଷଣ କରିଥାଏ। ଏହି କୋଷକୁ ପ୍ରକ୍ରିୟାକରଣ କରିବା ପରେ ସେଥିରୁ ୧୫ ରୁ ୨୦ ମିଟର ସୂତା ପ୍ରସ୍ତୁତ ହୋଇଥାଏ।
ନବରଙ୍ଗପୁର ବ୍ଲକ ଚିକିଲିରେ ରହିଛି ରାଜ୍ୟ ଟସରକେନ୍ଦ୍ର। ଯେଉଁଠି ୨୦୧୯ରେ ୧ କୋଟି ଟଙ୍କା ବ୍ୟୟରେ ମୌଳିକ ଟସର ବିଜାଗାର ନାମରେ ଏକ ବିଲ୍‌ଡିଂ ତିଆରି କରାଯାଇଛି। କିନ୍ତୁ କର୍ମଚାରୀ ଓ ରକ୍ଷଣାବେକ୍ଷଣ ଅଭାବରୁ ଗେଟ୍‌ରେ ତାଲା ପଡିଛି। ତାହାର କବାଟ ଓ ଝରକା ଭାଙ୍ଗି ଲୋକେ ଚୋରି କରିନେଇ ଗଲେଣି। ଚିକିଲି ସ୍ଥିତ ଏହି ପିପିସି ଅଧୀନରେ ୨ଶହ ଏକରରୁ ଊର୍ଦ୍ଧ୍ୱ ଜମି ରହିଛି, ଯେଉଁଠି ଇଂ ଜିଏନ୍‌ ଆର୍‌ଇଜିଏସ୍‌ ନାମରେ ଚାରାରୋପଣ କରାଯାଇଛି। କିନ୍ତୁ ତାହାକୁ ବଞ୍ଚାଇବାକୁ ରକ୍ଷଣାବେକ୍ଷଣ କରାଯାଉ ନ ଥିବାରୁ ତାହା ଟସର ଚାଷ ପାଇଁ ଉପଯୁକ୍ତ ନ ଥିବା ପରିଲକ୍ଷିତ ହେଉଛି। ଏଠାରେ ଜଣେ ମାତ୍ର ସରକାରୀ କର୍ମଚାରୀ ଅଛନ୍ତି। ତାଙ୍କ ଉପରେ ଅଫିସରୁ ଆରମ୍ବକରି କ୍ଷେତ୍ର କାର୍ଯ୍ୟର ବୋଝ। ଅନ୍ୟ ଜଣେ ଚୁକ୍ତିଭିତ୍ତିକ ଜଗୁଆଳି ବର୍ତ୍ତମାନ ନିଯୁକ୍ତି ହୋଇଛନ୍ତି। ରାଜ୍ୟ ସରକାର ସୁବିଧା ସୁଯୋଗ କରୁ ନ ଥିବାରୁ ଚଳିତ ବର୍ଷ ମାତ୍ର ୫ଜଣ ଚାଷୀ ୧ ହଜାର ଡିଏଫ୍‌ଏଲ୍‌ ଆଣି ଚାଷ କରୁଛନ୍ତି। ବର୍ଷକୁ ୨ ଋତୁରେ ଅଢ଼େଇ ଏକର ଜମିରେ ଚାଷ କଲେ ଚାଷୀଙ୍କୁ ୩୦ରୁ ୪୦ହଜାର ଟଙ୍କା ପର୍ଯ୍ୟନ୍ତ ଲାଭ ମିଳିଥାଏ। ବିଭାଗ ପକ୍ଷରୁ ଆବଶ୍ୟକ ପ୍ରୋତ୍ସାହନ ଅଭାବରୁ ସେତେଟା ଲାଭ ମିଳିପାରୁ ନ ଥିବା ଚାଷୀ ଅଭିଯୋଗ ଆଣିଛନ୍ତି। ଟସର ଚାଷରୁ ଉତ୍ପାଦିତ କୋଷ ପିଛା ଚାଷୀଙ୍କୁ ମାତ୍ର ୨ଟଙ୍କା ମିଳୁଥିବାବେଳେ ଛତିଶଗଡ଼ ଚାଷୀଙ୍କୁ କୋଷ ପିଛା ୩ରୁ ୪ ଟଙ୍କା ମିଳୁଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି। ସେହିପରି ଏହି ଚାଷ ପାଇଁ ସାର, କଟର୍‌, ଟର୍ଚ୍ଚ ଲାଇଟ୍‌ ଓ ବୁଟ୍‌ ଆଦି ମିଳିବାର ନିୟମ ରହିଥିଲେ ମଧ୍ୟ ଏଠାରେ ତାହାର ବ୍ୟତିକ୍ରମ ହେଉଥିବା ଚାଷୀ ଓ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଆଣିଛନ୍ତି l ୫ବର୍ଷ ପରେ ମେ ମାସରେ ଜିଲାପାଳଙ୍କ ହସ୍ତକ୍ଷେପ ପରେ ଟସର ଚାଷୀଙ୍କ ସମବାୟ ସମିତି ଗଠନ କରାଯାଇଛି। ଅନ୍ୟପଟେ ସେଠାରୁ ମାତ୍ର ୩ଶହ ମିଟର ଦୂରରେ ଥିବା କେନ୍ଦ୍ରୀୟ ରେଶମ କେନ୍ଦ୍ରକୁ ନେଇ ଚାଷୀ ସନ୍ତୋଷ ବ୍ୟକ୍ତ କରୁଛନ୍ତି। ସେଠାରେ ଉପଯୁକ୍ତ କର୍ମଚାରୀ, ଗବେଷଣା ପାଇଁ ଇଚ୍ଛାଶକ୍ତି ଓ ରକ୍ଷଣାବେକ୍ଷଣ ଯୋଗୁ ଟସର ଚାଷ ଭଲ ହେଉଥିବା ଚାଷୀ କହିଛନ୍ତି। କେନ୍ଦ୍ରୀୟ ରେଶମ କେନ୍ଦ୍ରରେ ପ୍ରତି ଚାଷ ଋତୁରେ ୬ ହଜାର ଡିଏଫ୍‌ଏଲ୍‌ରୁ ଊର୍ଦ୍ଧ୍ୱ ନେଇ ଚାଷ କରାଯାଉଛି ବୋଲି ଚାଷୀ ବିନାୟକ ହରିଜନ ଓ ପଦୁ ହରିଜନ କହିଛନ୍ତି।
କର୍ମଚାରୀ ଅଭାବ ଓ ଚାଷୀଙ୍କ ଅସୁବିଧା ନେଇ ଇଣ୍ଟର୍ନଶିପି ପାଇଁ ଟ୍ରେନିଂରେ ଆସିଥିବା କର୍ମଚାରୀ କାମଳେନ୍ଦ୍ର ଦଣ୍ଡସେନା ଓ ସ୍ଥାନୀୟ ବାସିନ୍ଦା ସୁବ୍ରତ ମିଶ୍ର ଏକମତ ହୋଇଛନ୍ତି। ସେମାନେ କେନ୍ଦ୍ରୀୟ ରେଶମ କେନ୍ଦ୍ର ଓ ରାଜ୍ୟ ଟସର କେନ୍ଦ୍ରକୁ ତୁଳନା କରି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏ ନେଇ କୋରାପୁଟସ୍ଥିତି ସେରିକଲଚର ଅତିରିକ୍ତ ନିର୍ଦ୍ଦେଶକ ପ୍ରିୟଙ୍କା ନାୟକଙ୍କୁ ପଚାରିବାରୁ ବିଲ୍ଡିଂ ପୁନରୁଦ୍ଧାର ପାଇଁ ଏଷ୍ଟିମେଟ କରାଯାଇଛି ବୋଲି କହିଛନ୍ତି। ଟସର କେବଳ ଚାଷ ନୁହେଁ, ଗବେଷଣା। ଚାଷୀମାନେ ଏ ନେଇ ସଚେତନ ନାହାନ୍ତି। ପ୍ରଜଜନ ଓ କୀଟର ବଂଶବୃଦ୍ଧି ପରେ ବୀଜ ସଂରକ୍ଷଣ କରି ବୈଜ୍ଞାନିକ ପଦ୍ଧତିରେ ତାପମାତ୍ରା ଓ ଆର୍ଦ୍ରତା ଭାଗମାପ କରାଯାଇ ଚାଷ ହୁଏ। ନବରଙ୍ଗପୁର ଜିଲାର ଜଳବାୟୁ ଟସର ଚାଷ ପାଇଁ ଅନୁକୂଳ। ବୈଜ୍ଞାନିକ ଜ୍ଞାନକୌଶଳ ଏବଂ ଆବଶ୍ୟକ ପ୍ରୋତ୍ସାହନର ଅଭାବରୁ ଅଧିକାଂଶ ଚାଷୀ ଟସର ଚାଷ ପ୍ରତି ବିମୁଖ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?