Categories: ଖେଳ

ରାଜ୍ୟ ସ୍କୁଲ ଓପନ ଚେସ୍‌: ସାଇ ରଞ୍ଜନ ଚାମ୍ପିୟନ

ଭୁବନେଶ୍ୱର, ୧୪ା୮, (ବିଜୟ ରଣା): ଡିଏଭି ପବ୍ଲିକ ସ୍କୁଲ ୟୁନିଟ୍‌-୮ ଓ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ (ଓଏସ୍‌ସିଏ)ର ମିଳିତ ଆନୁକୂଲ୍ୟରେ ରାଜ୍ୟ ସ୍କୁଲ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯାଜପୁର ଟାଉନ୍‌ର ସାଇ ରଞ୍ଜନ ମିଶ୍ର ୫.୫ ପଏଣ୍ଟ ଅର୍ଜନ କରି ଚାମ୍ପିୟନ ହୋଇଛନ୍ତି। ୟୁନିଟ୍‌-୮ ଡିଏଭି ସ୍କୁଲର ଶଙ୍କର ଦାଶ (୫.୫) ରନରଅପ୍‌ ଏବଂ ଲୋୟୋଲା ସ୍କୁଲର ଆୟୁଷ ପରିଡ଼ା (୫.୦) ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରତିଯୋଗିତାରେ ଯଥାକ୍ରମେ ୩ୟ ରୁ ୧୦ମ ସ୍ଥାନ ମଧ୍ୟରେ ସ୍ଥାନ ପାଇଥିବା ଖେଳାଳିମାନେ ହେଲେ ତନୁଶ ସାହୁ, ଆୟାଂଶ ସାମଲ, ଆରିହାନ ମିଶ୍ର, ସାତ୍ତ୍ୱିକ ପଟ୍ଟନାୟକ, ସାଇ ପ୍ରସନ୍ନ ଜୟସିଂ, ଅଦିତି ମହାରଣା ଓ ଦୀପ୍ତରଞ୍ଜନ ସାହୁ। ଅନ୍ୟ ବୟସ ବର୍ଗ ପ୍ରତିଯୋଗିତା ଯଥା ୧୩ ବର୍ଷରୁ କମ୍‌ ବିଭାଗରେ ଅମନ ପଟ୍ଟନାୟକ ଓ ମିତ୍ରଭାନୁ ଖଟୁଆ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ୧୧ ବର୍ଷରୁ କମ୍‌ ବିଭାଗରେ ଅଂଶୁମାନ ବେହେରା ଓ ସାନିଧ୍ୟ ସାହୁ, ୯ ବର୍ଷରୁ କମ୍‌ ବିଭାଗରେ ସାର୍ଥକ ପରିକ୍ଷିତ ପାଲ ଓ ଆଦର୍ଶ ସାହୁ ଏବଂ ୭ ବର୍ଷରୁ କମ୍‌ ବିଭାଗରେ ସତ୍ୟ ନାରାୟଣ ସ୍ପାଇଁ ଓ ରିକ୍ଷିତ ରଞ୍ଜନ ସାହୁ ଯଥାକ୍ରମେ ପ୍ରଥମ ଓ ଦ୍ୱିତୀୟ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭାବେ ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, ୟୁନିଟ୍‌-୮ ଡିଏଭି ସ୍କୁଲର ପ୍ରତୀମା ମହାପାତ୍ର, ନୀଳମାଧବ ଶ୍ରୀଚନ୍ଦନ ଓ ଖୋଖୋନ ବାଉତି ପ୍ରମୁଖ ଉପସ୍ଥିତ ଥିଲେ।

Share