Posted inଖେଳ

ରାଜ୍ୟସ୍ତରୀୟ ବିଦ୍ୟାଳୟ ହକି, ହ୍ୟାଣ୍ଡବଲ ଉଦ୍‌ଯାପିତ

ସୁନ୍ଦରଗଡ,୧୧ା୯ (ଜୟ ନାରାୟଣ ମେଣ୍ଡୁଳି): ଓଡିଶା ରାଜ୍ୟ ବିଦ୍ୟାଳୟ କ୍ରୀଡା ଆସୋସିଏଶନ ଓ ଜିଲା ବିଦ୍ୟାଳୟ କ୍ରୀଡା ଆସୋସିଏଶନର ଆନୁକୂଲ୍ୟରେ ସ୍ଥାନୀୟ ଭବାନୀପୁର ସ୍ପୋର୍ଟସ କମ୍ପ୍ଲେକ୍ସ ପଡିଆଠାରେ ଚାଲିଥିବା ୩ଦିନିଆ ରାଜ୍ୟ ସ୍ତରୀୟ ହକି ଓ ହ୍ୟାଣ୍ଡ ବଲ ଚାମ୍ପିୟନଶିପ ୨୦୨୩-୨୪ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ରାଜ୍ୟର୨୫ ଜିଲାରୁ ୧୭ ବର୍ଷରୁ କମ୍‌ ଓ ୧୪ ବର୍ଷରୁ କମ ୧୧୩୦ଜଣ ବାଳିକା ଓ ବାଳକ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ୧୭ ବର୍ଷରୁ କମ ଏବଂ ୧୪ବର୍ଷ ରୁ କମ୍‌ ବର୍ଗର ଉଭୟ ବାଳିକା ବାଳକ ବିଭାଗ ହକିରେ ସୁନ୍ଦରଗଡ ଜିଲା ଚାମ୍ପିୟନ ହୋଇଛି।

୧୭ ବର୍ଷରୁ କମ ବାଳିକା ବାଳକ ହକି ସମେତ ୧୪ବର୍ଷରୁ କମ ବର୍ଗର ହକିରେ ସମ୍ବଲପୁର ରନର୍ସ ଅପ ହୋଇଥିଲା ବେଳେ ୧୪ ବର୍ଷରୁ କମ ବାଳିକା ହକିରେ ଝାରସୁଗୁଡା ରନର୍ସ ଅପ ହୋଇଥିଲା। ସେହିପରି ହ୍ୟାଣ୍ଡ ବଲରେ ୧୭ବର୍ଷରୁ କମ ବର୍ଗର ବାଳକ ବିଭାଗରେ ଯାଜପୁର ୧୦-୮ଗୋଲରେ କେନ୍ଦୁଝରକୁ ହରାଇ ଚାମ୍ପିୟନ ହୋଇଥିଲା। ୧୭ବର୍ଷରୁ କମ୍‌ ବାଳିକା ବିଭାଗ ହ୍ୟାଣ୍ଡବଲରେ ଭୁବନେଶ୍ୱର ଦଳ ଯାଜପୁରକୁ ୧୦-୯ ଗୋଲରେ ହରାଇ ଚାମ୍ପିୟନ ହୋଇଥିଲା। ଉଦ୍‌ଯାପନୀ ସମାରୋହରେ ଅତିରିକ୍ତ ଜିଲାପାଳ ଅଭିମନ୍ୟୁ କୁମାର ବେହେରା ମୁଖ୍ୟ ଅତିଥିଭାବେ ଯୋଗଦେଇ ଚମ୍ପିୟାନ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ସମ୍ମାନିତ ଅତିଥିଭାବେ ରାଜ୍ୟ କ୍ରୀଡା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ କୈଳାସ ଚନ୍ଦ୍ର ପ୍ରଧାନ, ସଦର ଉପଜିଲାପାଳ ଦାଶରଥି ସରାବୁ, ଜିଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପ୍ରଧାନ, ବରଗଡ ଜିଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପ, ସୁନ୍ଦରଗଡ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ପ୍ରଭାତ ଭୋଳ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ସାରଙ୍ଗ ଧର ବରିହା ଯୋଗଦେଇ ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ।

ଏଥିସହିତ ବିଭିନ୍ନ ଜିଲାର କ୍ରୀଡା ଶିକ୍ଷା ଅଧିକାରୀଙ୍କ ସମେତ ସୁନ୍ଦରଗଡ ଜିଲାର ବିଭିନ୍ନ ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦେଇଥିଲେ। ଭବାନଶଙ୍କର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଆରାଧନା ଭୋଇ ମ୍ୟୁନିସିପାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଶ୍ବନୀ କୁମାର ପଟେଲ, ଶିକ୍ଷକ ବିଭୀଷଣ ବାରିକ, ସ୍ବାଗତିକା ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri