Posted inଖେଳ

ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ: ସୌମ୍ୟ ଚାମ୍ପିୟନ

ଭୁବନେଶ୍ୱର, ୧୩।୨ (କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ରବିବାର ଆୟୋଜିତ ୪ର୍ଥ ମୃତ୍ୟୁଞ୍ଜୟ ପାତ୍ର ମେମୋରିଆଲ ରାଜ୍ୟ ଓପନ ର଼୍ୟାପିଡ୍‌ ଚେସ୍‌ରେ ଫିଡେ ମାଷ୍ଟର ସୌମ୍ୟ ରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଟପ୍‌ ସିଡ୍‌ ଭୁବନେଶ୍ୱରର ସୌମ୍ୟ ଓ କଟକର ସେକ୍‌ ସୟିଦ ୫ ପଏଣ୍ଟ ଲେଖାଏ ପାଇଥିଲେ। ତେବେ ବୁକୋଲଜରେ ସୌମ୍ୟ ପ୍ରଥମ ଏବଂ ସୟିଦ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ରବୀନ୍ଦ୍ର କୁମାର ଓଝା, ଅବିନାଶ ବଳିୟାରସିଂ, ଏନ. ସୁନ୍ଦର ରାଜନ, ନଟବର ଦାସ, ଶୁଭେନ୍ଦୁ କୁମାର ପାତ୍ର, ନଭନୀଥ ବେହେରା, ମାନସ ରଞ୍ଜନ ପରିଡ଼ା ଓ ବୋରହାନ ଅଲୀ ମୋଲ୍ଲା ଟପ୍‌-୧୦ ଫିନିଶ୍‌ କରିଛନ୍ତି। ଏହା ବ୍ୟତୀତ ୭, ୯, ୧୧, ୧୩ ବର୍ଷରୁ କମ୍‌ ଏବଂ ବାଳିକା ବର୍ଗରେ ୨ ଜଣ ଲେଖାଏ ଖେଳାଳିଙ୍କୁ ଏଜ୍‌ ଗ୍ରୁପ୍‌ ଏବଂ ୪ ଖେଳାଳିଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ପ୍ରତିଯୋଗିତାଟି ଟଙ୍କପାଣି ରୋଡ୍‌ସ୍ଥିତ ସାଇ ବୀଣାପାଣି ଜ୍ଞାନମନ୍ଦିରରେ ଅନୁଷ୍ଠିତ ହୋଇଥିଲା। ପାଓ୍ବାରଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆର ସିନିୟର ଜେନେରାଲ ମ୍ୟାନେଜର (ଭୁବନେଶ୍ୱର ଅଫିସ) ରବି ଶଙ୍କର ପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ସାଇ ବୀଣାପାଣି ଜ୍ଞାନମନ୍ଦିର ସମ୍ପାଦକ ଭବାନୀ ଶଙ୍କର ମହାପାତ୍ର, ପ୍ରଧାନ ଶିକ୍ଷୟିତ୍ରୀ ମମତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେବେ ଏମିତି ଘଟିବ ଭାବି ନ ଥିଲି, କାହିଁକି ଏପରି କହିଲେ ଦ୍ରାବିଡ

ବେଙ୍ଗାଲୁରୁ,୨୦।୬: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡ ପ୍ରାୟ ୮ ମାସ ପୂରଣ କରିଛନ୍ତି। ବେଙ୍ଗାଲୁରୁରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଉଥିବା...

ହାଇଭୋଲଟେଜ୍‌ ମ୍ୟାଚ୍‌ ପୂର୍ବରୁ ଏହି କଥା ଶୁଣି ପ୍ରବଳ ରାଗିଗଲେ କୋହଲି: କହିଲେ…

ଦୁବାଇ,୨୪।୧୦: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି କ୍ରିକେଟର ସବୁଠାରୁ ଛୋଟ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକତ୍ୱରୁ ଇସ୍ତଫା ଦେବେ। ତେବେ...

ଓପନରେ ଆୟୁଷ, ବାଳିକାରେ ଜ୍ୟୋତିକା ଅଗ୍ରଣୀ

କଟକ ଅଫିସ,୧୪ା୭-ପୂର୍ବତଟ ରେଳପଥ ପ୍ରତିଷ୍ଠାନ ପରିସରରେ ଚାଲିଥିବା ରାଜ୍ୟ ୯ ବର୍ଷରୁ କମ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଶନିବାର ୪ ରାଉଣ୍ଡ ଖେଳ ଶେଷ ହୋଇଛି। ଓପନ୍‌...

ବ୍ରଡ ଦଣ୍ଡିତ

ଜୋହାନ୍ସବର୍ଗ,୨୮।୧: ଇଂଲଣ୍ଡ ପେସର ଷ୍ଟୁଆର୍ଟ ବ୍ରଡଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ତଥା ଅନ୍ତିମ ଟେଷ୍ଟର ଦ୍ୱିତୀୟ ଇନିଂସବେଳେ...

ତୃତୀୟ ଟେଷ୍ଟ: ଇଂଲଣ୍ଡ ୨୨୪/୪

ପୋର୍ଟ ଏଲିଜାବେଥ,୧୭।୧- ସ୍ଥାନୀୟ ସେଣ୍ଟ ଜର୍ଜ ପାର୍କ ଗ୍ରାଉଣ୍ଡରେ ଦକ୍ଷିଣ ଆଫ୍ରିକା ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ମ୍ୟାଚ ଆରମ୍ଭ ହୋଇଛି। ଟସ୍‌...

ମୋଟେଗିରେ ମାର୍କ୍ୱେଜଙ୍କୁ ପ୍ରଥମ ପୋଲ୍‌ ପୋଜିଶନ

ମୋଟେଗି (ଜାପାନ),୧୯ା୧୦ (ପି.ଟି.): ଟିମ୍‌ ରେପ୍‌ସୋଲ ହୋଣ୍ଡାର ମାର୍କ ମାର୍କ୍ୱେଜ ଟ୍ବିନ ରିଙ୍ଗ୍‌ ମୋଟେଗିରେ ପ୍ରଥମ ଥର ମୋଟୋ ଜିପି ପୋଲ୍‌ ପୋଜିଶନ ହାସଲ କରିଛନ୍ତିି।...

ଫାଇନାଲରେ ରାଙ୍କୀରେଡ୍ଡୀ-ଶେଟ୍ଟି

ବ୍ୟାଙ୍କକ୍‌,୩।୮(ପି.ଟି.)- ସାତ୍ୱିକସାଇରାଜ ରାଙ୍କୀରେଡ୍ଡୀ ଓ ଚିରାଗ ଶେଟ୍ଟି ଶନିବାର ଥାଇଲାଣ୍ଡ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ଡବଲ୍ସ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି। ଫଳରେ ପ୍ରଥମ...

କ୍ରିକେଟ୍‌ ପାଇଁ ପୁଣି ଖରାପ ଖବର

ନୂଆଦିଲ୍ଲୀ,୧୭।୩: ପୁଣି କରୋନା ମହାମାରୀ ଫେରିବା ପରେ ସାରା ଦେଶରେ କଟକଣା ଜାରି କରାଯାଇଛି। ଦେଶର ଅନେକ ସହରରେ ଲକଡାଉନ ଲାଗୁ କରାଯାଇଛି, ଯାହା କ୍ରୀଡା...

Advertisement
Archives

Model This Week