Posted inଖେଳ

ରାଜ୍ୟ ଓପନ ଚେସ୍‌: ସୌମ୍ୟଙ୍କୁ ୫୯ତମ ଟାଇଟଲ

ଭୁବନେଶ୍ୱର, ୩୦।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଓ ବାଙ୍କି ଚେସ୍‌ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ରବିବାର ମା’ ଚର୍ଚ୍ଚିକା ରାଜ୍ୟ ଓପନ ଚେସ୍‌ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହୋଇ ଯାଇଛି। କରୋନା କଟକଣା ଜନିତ ଦୀର୍ଘ ୯ ମାସର ବ୍ରେକ୍‌ ପରେ ଏହାଥିଲା ରାଜ୍ୟର ପ୍ରଥମ ଫେସ୍‌ ଟୁ ଫେସ୍‌ ଚେସ୍‌ ଟୁର୍ନାମେଣ୍ଟ। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଫିଡେ ମାଷ୍ଟର ଭୁବନେଶ୍ୱରର ସୌମ୍ୟରଞ୍ଜନ ମିଶ୍ର ୫.୫ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଚେସ୍‌ରେ ସୌମ୍ୟଙ୍କ କ୍ୟାରିୟରର ଏହା ୫୯ତମ ଟାଇଟଲ। କଟକର ସେକ୍‌ ରାଜା ଓ ଜଟଣୀର ଅବିନାଶ ବଳିୟାର ସିଂ ୫ ପଏଣ୍ଟ ଲେଖାଏ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ପ୍ରଦର୍ଶନ ଭିତ୍ତିରେ ପ୍ରଥମ ୧୩ ସ୍ଥାନରେ ରହିଥିବା ପ୍ରତିଯୋଗୀମାନେ ହେଲେ ଜିତେନ୍ଦ୍ର କୁମାର ଦାସ, ଚନ୍ଦନ କୁମାର ପ୍ରଧାନ, ସ୍ମୃତି ରଞ୍ଜନ ମହାନ୍ତି, ସିଦ୍ଧାର୍ଥ ରୟ, ଦୀପ୍ତିରଞ୍ଜନ ନାୟକ, ପ୍ରକାଶ ସାହୁ, ଭୀମସେନ ପ୍ରଧାନ, ସୁଦର୍ଶନ ବେହେରା, ସୂରଜ କୁମାର ମହାରଣା ଓ ଗଣେଶ ଚନ୍ଦ୍ର ପରିଡ଼ା। ଭାଗ ନେଇଥିବା ସ୍କୁଲ ଛାତ୍ରଙ୍କ ମଧ୍ୟରୁ ଅମନ ଅଲୀ, ଇଶାନି ଦାସ, ଅମ୍ଳାନ ସେନାପତି, ଆଦିତୀ ମହାରଣା, ଶ୍ରୀୟସ୍ମିତା ବଳିୟାର ସିଂଙ୍କୁ ସ୍ବତନ୍ତ୍ର ପୁରସ୍କାରରେ ସମ୍ମାନିତ କରାଯାଇଥିଲା। ବାଙ୍କିସ୍ଥିତ ଚର୍ଚ୍ଚିକା ୟୁଜିଏମ୍‌ଇ ସ୍କୁଲର ପ୍ରଧାନ ଶିକ୍ଷକ ମାନସ ନନ୍ଦ, ବାଙ୍କି ଚେସ୍‌ ଆସୋସିଏଶନ ସମ୍ପାଦକ ଚନ୍ଦନ କୁମାର ପ୍ରଧାନ, ସଭାପତି ଜ୍ଞାନରଞ୍ଜନ ପରିଡ଼ା ଓ ଗେମ୍ସ ଡାଇରେକ୍ଟର ଦେବାଶିଷ ପାଣିଗ୍ରାହୀ ଅତିଥିଭାବେ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ଥ୍ୟାଙ୍କ ୟୁ ପାକିସ୍ତାନ…’, ଭାରତ ସହ ଖେଳିବାକୁ ମନା କଲା ପାକ୍‌, ଖୁସିରେ ନାଚି ଉଠିଲା ବାଂଲାଦେଶ!

ନୂଆଦିଲ୍ଲୀ,୬।୨: ବାଂଲାଦେଶ ଏବଂ ପାକିସ୍ତାନ ଟି-୨୦ ବିଶ୍ୱକପରେ ଭାରତ ବିରୁଦ୍ଧରେ ଚୁପଚାପ ଏକତ୍ରିତ ହୋଇଥିଲେ। ଏହା ଏବେ ସାମ୍ନାକୁ ଆସିଛି। ବାଂଲାଦେଶର କ୍ରୀଡା ପରାମର୍ଶଦାତା ଆସିଫ ନଜରୁଲ…

RCBର ଚମତ୍କାର ବିଜୟ ପରେ କହୁ କହୁ ଏମିତି କହିଦେଲେ ବିରାଟ କୋହଲି

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ ଫାଇନାଲରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଜବରଦସ୍ତ ବିଜୟ ପରେ, ପୂର୍ବତନ ପୁରୁଷ ଦଳର ଅଧିନାୟକ ଏବଂ ଷ୍ଟାର ବ୍ୟାଟସମ୍ୟାନ…

ଏଫ୍‌ଆଇଏଚ୍ ପ୍ରୋ-ଲିଗ୍‌: ଭାରତୀୟ ଦଳରେ ୫ ଓଡ଼ିଆ, ରୋଶନ କୁଜୁରଙ୍କୁ ପ୍ରଥମ ଥର ସୁଯୋଗ

ରାଉରକେଲା,୬ା୨: ଫେବ୍ରୁଆରୀ ୧୦ରୁ ୧୫ ପର୍ଯ୍ୟନ୍ତ ରାଉରକେଲାର ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଥିବା ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ (ପୁରୁଷ) ପାଇଁ ହକି ଇଣ୍ଡିଆ…

ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ WPL ଚାମ୍ପିଅନ୍, ଲଗାତାର ଚତୁର୍ଥ ଥର ଫାଇନାଲ୍ ହାରିଲା ଦିଲ୍ଲୀ

ଭଦୋଦରା,୫।୨: ମହିଳା ପ୍ରିମିୟର ଲିଗ୍ (WPL) ୨୦୨୬ର ରୋମାଞ୍ଚକର ଫାଇନାଲ୍ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟରେ ପରାସ୍ତ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଦ୍ୱିତୀୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ଟି-୨୦ ବିଶ୍ୱକପ୍: ଆଇସିସି କ’ଣ ଭାରତକୁ ବାହାର କରିପାରିଥାନ୍ତା? ନାସର ହୁସେନ୍‌ଙ୍କ ମନ୍ତବ୍ୟକୁ ନେଇ ହଟଚମଟ

ନୂଆଦିଲ୍ଲୀ,୫।୨: ଥମିବାର ନା ନେଉନାହିଁ ଟି-୨୦ ବିଶ୍ୱକପ୍ ବିବାଦ। ଏହାରି ମଧ୍ୟରେ ଏହାକୁ ଆହୁରି ଜଟିଳ ଆତାକୁ ଟାଣି ନେଉଛି ବ୍ୟକ୍ତିବିଶେଷଙ୍କ ବୟାନ। ଏହାରି ମଧ୍ୟରେ ପୂର୍ବତନ…

ଏସିଆନ ଶୁଟିଂରେ ଭରତର ଆଧିପତ୍ୟ ଜାରି: ସୁରୁଚି-ରାଣାଙ୍କୁ ମିଳିଲା ରୌପ୍ୟ

ନୂଆଦିଲ୍ଲୀ,୫ା୨: ଭାରତ ନୂଆଦିଲ୍ଲୀଠାରେ ଚାଲିଥିବା ଏସିଆନ ଶୁଟିଂ ଚାମ୍ପିୟନଶିପ୍‌ରେ ନିଜ ଆଧିପତ୍ୟ ଜାରି ରଖିଛି। ବିଶ୍ୱ ଚାମ୍ପିୟନ ସମ୍ରାଟ ରାଣା ଓ ବିଶ୍ୱ କପ୍‌ ଫାଇନାଲ ବିଜେତା…

ଭାରତର ଏହି ଧାବିକା ହେଲେ ସସ୍‌ପେଣ୍ଡ

ନୂଆଦିଲ୍ଲୀ,୫ା୨: ଡୋପ୍‌ ଟେଷ୍ଟକୁ ଏଡାଇ ଭାରତର ଲଙ୍ଗ ଡିଷ୍ଟାନ୍ସ ଧାବିକା ପୂଜା ଆତ୍ମାରାମ ଆଥଲେଟିକ୍ସ ଇଣ୍ଡିଗ୍ରିଟି ୟୁନିଟ୍‌ (ଏଆଇୟୁ) ଦ୍ୱାରା ସାମୟିକ ସସ୍‌ପେଣ୍ଡ ହୋଇଛନ୍ତି। ପୂଜା ୫୦୦୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri