Posted inଜାତୀୟ

ଦୁର୍ନୀତି ଯୋଗୁ ୪୩.୨% ଭାରତୀୟଙ୍କ ଖୁସି ପ୍ରଭାବିତ

ନୂଆଦିଲ୍ଲୀ,୧୮।୩ (ପି.ଟି.):ଦୁର୍ନୀତି ଯୋଗୁ ୪୩.୨ ପ୍ରତିଶତ ଭାରତୀୟଙ୍କ ଖୁସି ପ୍ରଭାବିତ ହେଉଥିବା ଏକ ନୂତନ ଅଧ୍ୟୟନରୁ ଜଣାପଡ଼ିଛି। ମହିଳାଙ୍କ ତୁଳନାରେ ପୁରୁଷଙ୍କର ଏ ସମ୍ପର୍କିତ ଅନୁଭବ କମ୍‌ ବୋଲି ହାପିପ୍ଲସ୍‌ କନ୍‌ସଲ୍ଟିଂର ‘ଷ୍ଟେଟ୍‌ ଅଫ୍‌ ହାପିନେସ୍‌’ ରିପୋର୍ଟରେ କୁହାଯାଇଛି। ରିପୋର୍ଟ ଅନୁଯାୟୀ ଭାରତୀୟମାନେ ପୂର୍ବାପେକ୍ଷା ଖୁସି ଅଛନ୍ତି ଏବଂ ଦେଶର ଜୀବନ-ମୂଲ୍ୟାୟନ ସ୍କୋର ୬.୮୪ ରହିଛି। ଖୁସି ର଼୍ୟାଙ୍କିଙ୍ଗ୍‌ରେ ହିମାଚଳପ୍ରଦେଶ, ପଞ୍ଜାବ, ଉତ୍ତରାଖଣ୍ଡ, କେରଳ, ମହାରାଷ୍ଟ୍ର, ତାମିଲନାଡୁ, ପଣ୍ଡିଚେରୀ, ଚଣ୍ଡିଗଡ଼, ଦିଲ୍ଲୀ ଓ ଗୋଆ ଆଗରେ ରହିଛି।
ଅଧ୍ୟୟନ ଅନୁଯାୟୀ ସରକାର ଏବଂ ବ୍ୟବସାୟରେ ଦୁର୍ନୀତି ଅଧିକ ବୋଲି ୪୩.୨ ପ୍ରତିଶତ ଭାରତୀୟ ବିଶ୍ୱାସ କରନ୍ତି। ଦୁର୍ନୀତି ଯୋଗୁ ଲୋକେ ହତୋତ୍ସାହିତ ହେଉଛନ୍ତି। ଏହା ଖୁସି ମାପିବା ପାଇଁ ବ୍ୟବହୃତ ମୂଲ୍ୟାୟନକୁ ପ୍ରଭାବିତ କରୁଛି। ଦେଶର ୨୮ ରାଜ୍ୟ ଓ ୮ କେନ୍ଦ୍ରଶାସିତ ଅଞ୍ଚଳର ୨୦,୦୭୩ ଜଣଙ୍କ ସାକ୍ଷାତ୍‌କାର ନିଆଯାଇ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି। ନକାରାତ୍ମକ ସ୍ଥିତିରେ ମାନସିକ ସୁସ୍ଥତାକୁ ସାମାଜିକ ସହାୟତା ସୁରକ୍ଷା ଦେଇପାରିବ ବୋଲି ୮୭.୮ ପ୍ରତିଶତ ଭାରତୀୟ ଅନୁଭବ କରନ୍ତି। ଅନ୍ୟପକ୍ଷରେ ନକାରାତ୍ମକ ଭାବପ୍ରବଣତା ଜୀବନ ତୁଷ୍ଟୀକରଣକୁ ବଦଳାଇଦିଏ ଏବଂ ଆତ୍ମସନ୍ତୋଷକୁ କମାଇଦିଏ। ୩୨.୯ ପ୍ରତିଶତ ଭାରତୀୟ ନିୟମିତ ଭାବେ ବିବ୍ରତ, ଦୁଃଖ ଓ କ୍ରୋଧର ଭାବାବେଗ ଅନୁଭବ କରିଥାନ୍ତି ବୋଲି ଅଧ୍ୟୟନରେ କୁହାଯାଇଛି। କୋଭିଡ୍‌ ଜନିତ ଅନିଶ୍ଚିତତା, ସ୍ବାସ୍ଥ୍ୟ, ଆର୍ଥତ୍କ ସଶକ୍ତୀକରଣ, ପରିବାର, ବନ୍ଧୁ ଓ କାର୍ଯ୍ୟକ୍ଷେତ୍ରରେ ଚାପ ଆଦି କାରଣରୁ ୬୫ ପ୍ରତିଶତରୁ ଊର୍ଦ୍ଧ୍ୱ ଭାରତୀୟ ଭୟ ଓ ଚିନ୍ତାଗ୍ରସ୍ତ ଅନୁଭବ କରୁଥିବା ଅଧ୍ୟୟନରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri