Categories: ଖେଳ

ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ: ରାଉରକେଲା ବିଜୟୀ

ସମ୍ବଲପୁର,୩।୧(ବ୍ୟୁରୋ): ରାଜ୍ୟସ୍ତରୀୟ ମହେଶ ମେମୋରିଆଲ କ୍ରିକେଟ ଟୁର୍ନାମେଣ୍ଟ ସ୍ବର୍ଣ୍ଣାବୁରେଇ ଖେଳ ପଡ଼ିିଆରେ ଚାଲିଛି। ରବିବାର କ୍ବାର୍ଟର ଫାଇନାଲ ମ୍ୟାଚ୍‌ ବରଗଡ ଜିଲା ବ୍ଲୁ ଡାଇମଣ୍ଡ ଓ ରାଉରକେଲା ମଧ୍ୟରେ ହୋଇଥିଲା। ବରଗଡ ଦଳ ଟସ୍‌ ଜିତି ଫିଲ୍ଡିଂ କରିବାର ନିଷ୍ପତ୍ତି ନେଇଥିଲା। ରାଉରକେଲା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ୨୧୫ ରନ୍‌ ସଂଗ୍ରହ କରିଥିଲା। ୨୧୬ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବରଗଡ଼ ଦଳ ବ୍ୟାଟିଂ ଆରମ୍ଭ କରିଥିଲା। ୧୮.୩ ଓଭରରେ ସମସ୍ତ ଉଇକେଟ ହରାଇ ୧୬୫ ରନ୍‌ ସଂଗ୍ରହ କରିଥିଲା ୫୦ ରନ୍‌ ବ୍ୟବଧାନରେ ବରଗଡ଼ ଦଳ ପରାଜିତ ହୋଇଥିଲା। ଅମ୍ପାୟର ବିକାଶ ହୋତା, ପ୍ରିୟାଂଶୁ ପତି ମ୍ୟାଚ୍‌ ପରିଚାଳନା କରିଥିଲେ। ସ୍କୋରର ଆଲୋକ ସାହୁ ରହିଥିବା ବେଳେ ଯୋଗେଶ ପୁରୋହିତ, ଦିଲୀପ ପୂଜାରୀ, ନୀଳମଣି ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ପୁରସ୍କାର ବିତରଣୀ ସଭାରେ ମୁଖ୍ୟଅତିଥି ଭାବେ ଶାନ୍ତି ସାହୁ ଯୋଗ ଦେଇଥିଲେ। ରାଉରକେଲା ଦଳର ଗୌତମ ସୁନାଙ୍କୁ ମ୍ୟାନ ଅଫ୍‌ ଦି ମ୍ୟାଚ ଭାବେ ପୁରସ୍କୃତ କରାଯାଇଥିଲା। ମ୍ୟାଚ୍‌ ପୂର୍ବରୁ ଷ୍ଟାର ଖେଳାଳି ତଥା ଓଡ଼ିଶା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ନଟରାଜ ବେହେରାଙ୍କୁ ଆୟୋଜକ ମାନେଶ୍ୱର କ୍ରିକେଟ କ୍ଲବ (ଏମସିସି) ପକ୍ଷରୁ ଏକ ରାଲିରେ ମାନେଶ୍ୱର ଛକରୁ ସ୍ବର୍ଣ୍ଣାବୁରେଇ ଖେଳ ପଡିଆକୁ ପାଛୋଟି ଅଣାଯାଇଥିଲା।

Share