ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ନାୟକ କହିଥିଲେ ଯେ, ପ୍ରଥମ ଥର ପାଇଁ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମପୀଠ ବିଞ୍ଜିଗିରିରେ ସରକାରଙ୍କ ପକ୍ଷରୁ ପାଳିତ ହେଉଛି। ପୁର୍ବରୁ ଭଞ୍ଜନଗର ଟାଉନ ହଲରେ ଏହି ଉତ୍ସବ ପାଳନ ହେଉଥିଲା। ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ବିଞ୍ଜିଗିରିରେ ଏହି ଉତ୍ସବ ଚଳିତ ବର୍ଷ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ସବ ହୋଇଛି। ମୁଁ ହେଉଛି ଡାକ ପିଅନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମ ମାନଙ୍କୁ ଲୋକଙ୍କ ସେବା ଡାକ ପିଅନ ଭଳି କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ମୁଁ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି । ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଚକରା ବିଷୋୟୀ ବିଞ୍ଜିଗିରିରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମସ୍ଥଳ ଚାକରା ଘାଟି, ରଣ ଘଣ୍ଟା ଥିଲା। ସେଠୀ ସେ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ବଡ ଧରଣର ଏହିଭଳି କାର୍ଯ୍ୟକ୍ରମ ହେବ। ଗୋରା ମାନଙ୍କୁ ଏ ମାଟିରୁ ହଟାଇବା ଲକ୍ଷ୍ୟ ନେଇ ଚକରା ଲଢେଇ କରୁଥିଲେ। ଏହିଭଳି ଜଣେ ମହାନ ବୀରଙ୍କ ଜନ୍ମ ମାଟିର ବିକାଶ ପାଇଁ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତାହାର ଅର୍ଥ ୪ ଦିନ ପୂର୍ବେ ଆସିଯାଇଛି। ଆଗାମୀ ଦିନରେ ତୋରା ବାଡ଼ିରେ ଏକ ସହିଦ ସ୍ମୃତି ସ୍ତମ୍ଭ ହେବ। ଏଥିସହ ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୮ କୋଟି ଅନୁଦାନ ଆସିବ ବୋଲି ବିଧାୟକ ନାୟକ ସଭାରେ ଘୋଷଣା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଐତିହ୍ୟ ଗ୍ରାମ ହେଉଛି ବିଞ୍ଜିଗିରି। ୧୮୨୩ ମସିହାରେ ଏଠାରେ ଚକରା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ। ୧୮୩୭ ମସିହାରେ ବ୍ରିଟିଶ ସହ ଲଢ଼େଇରେ ତାଙ୍କ ବାପା ମୃତ୍ୟୁବରଣ କରିଥିଲେ। ସେତେବେଳକୁ ଚକରାଙ୍କୁ ୧୪ ବର୍ଷ ହୋଇଥିଲା। ଏହି ସମୟରେ ବ୍ରିଟିଶ ଶାସକ ଆଦିବାସୀମାନଙ୍କୁ ଦମନ କରିବା ପାଇଁ୧୮୪୫ରେ ମେରିଆ ଆକ୍ଟ ଆଣିଥିଲେ। ଯାହାକୁ ନେଇ ଚକରା ବ୍ରିଟିଶ ମାନଙ୍କ ବିରୋଧରେ ନିଜ ମାଟି ପାଇଁଲଢେଇ କରିଥିଲେ। ଜାତି, ପରମ୍ପରା, ସଂସ୍କୃତି, ଧର୍ମକୁ ଆମ ଦେଶରେ ହଜାର ହଜାର ବର୍ଷଧରି ସମ୍ମାନ ଦିଆଯାଉଛି । ମାତ୍ର ବ୍ରିଟିଶ ଶାସକ ଆଦିବାସୀଙ୍କ କିଛି ପରମ୍ପରାକୁ ଆଇନ ବଳରେ ବନ୍ଦ କରିବା ଯୋଜନା କରିଥିଲେ। ଏହିଭଳି ମହାନ ପୁରୁଷଙ୍କ ସ୍ମୃତି ରକ୍ଷାପାଇଁ ମାନ୍ୟବର ବିଧାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ।ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରେ ଚକରା ଘାଟି ହେବ ଏହି ଅଞ୍ଚଳର ଦ୍ୱିତୀୟ ବଡ ପର୍ଯ୍ୟଟନ କ୍ଷେତ୍ର ବୋଲି ଉପ ଜିଲାପାଳ କହିଥିଲେ।

ଡ. ରୋଜାଲିନ ସେନାପତି,ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବଡିିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ୍ଟ,ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଏଏସପି ରଞ୍ଜନ କୁମାର ଦେ, ସିଡିପିଓ ନିଲିମା କୁମାରୀ ପଣ୍ଡା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ରିତାରାଣୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଅନୁବାଦ ପୁସ୍ତକ କନ୍ଧମାନଙ୍କ ଅଞ୍ଚଳ ଫୁଲବାଣୀ ଓ ସ୍ବର୍ଗତ ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ବୀର ଚକରା ପୁସ୍ତକର ତୃତୀୟ ସଂସ୍କରଣ ପ୍ରକାଶକ ଜଗଦୀଶ ପାଣିଗ୍ରାହୀ  ପ୍ରକାଶିତ କରିଥିଲେ। ଶେଷରେ ଚକରା ବିଷୋୟୀ ଉପରେ ଏକ ନାଟକ ପରିବେଷଣ ହୋଇଥିଲା। ଏହାପୂର୍ବରୁ ସକାଳେ ଅତିଥି ମାନେ ଭଞ୍ଜନଗର ଚକରା ବିଷୋୟୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସୁବାସ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ଼, ଦୁର୍ଗା, ପୂର୍ଣ୍ଣ ବିଷୋୟୀ, ଗୌରହରି ଗୌଡ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri