ରାଜ୍ୟସ୍ତରୀୟ ଚକରା ବିଷୋୟୀ ଜୟନ୍ତୀ: ଆମେ ଲୋକଙ୍କ ଡାକ ପିଅନ କହିଲେ…

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ବିଞ୍ଜିଗିରି ଠାରେ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ୨୦୩ ତମ ଜୟନ୍ତୀ ପାଳିତ ହୋଇଯାଇଛି। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ବିଧାୟକ ନାୟକ କହିଥିଲେ ଯେ, ପ୍ରଥମ ଥର ପାଇଁ ବୀର ଚକରା ବିଷୋୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ତାଙ୍କ ଜନ୍ମପୀଠ ବିଞ୍ଜିଗିରିରେ ସରକାରଙ୍କ ପକ୍ଷରୁ ପାଳିତ ହେଉଛି। ପୁର୍ବରୁ ଭଞ୍ଜନଗର ଟାଉନ ହଲରେ ଏହି ଉତ୍ସବ ପାଳନ ହେଉଥିଲା। ଅଞ୍ଚଳବାସୀଙ୍କ ଅନୁରୋଧକୁ ରକ୍ଷା କରି ବିଞ୍ଜିଗିରିରେ ଏହି ଉତ୍ସବ ଚଳିତ ବର୍ଷ କରିବା ପାଇଁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲି। ପରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଉତ୍ସବ ହୋଇଛି। ମୁଁ ହେଉଛି ଡାକ ପିଅନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆମ ମାନଙ୍କୁ ଲୋକଙ୍କ ସେବା ଡାକ ପିଅନ ଭଳି କରିବା ପାଇଁ ପରାମର୍ଶ ଦେଇଛନ୍ତି । ତେଣୁ ମୁଁ ଲୋକଙ୍କ ସମସ୍ୟାକୁ ସରକାରଙ୍କ ପାଖରେ ଉପସ୍ଥାପନ କରୁଛି । ଅଞ୍ଚଳର ବିକାଶ ପାଇଁ ଅର୍ଥର ଅଭାବ ନାହିଁ। ଚକରା ବିଷୋୟୀ ବିଞ୍ଜିଗିରିରେ ଜନ୍ମ ହୋଇଥିଲେ ମଧ୍ୟ ତାଙ୍କର କର୍ମସ୍ଥଳ ଚାକରା ଘାଟି, ରଣ ଘଣ୍ଟା ଥିଲା। ସେଠୀ ସେ ଯୁଦ୍ଧ କୌଶଳ ପ୍ରଦର୍ଶନ କରି ବ୍ରିଟିଶ ବିରୋଧରେ ଲଢେଇ କରିଥିଲେ। ଆଗାମୀ ଦିନରେ ଦିଲ୍ଲୀରେ ବଡ ଧରଣର ଏହିଭଳି କାର୍ଯ୍ୟକ୍ରମ ହେବ। ଗୋରା ମାନଙ୍କୁ ଏ ମାଟିରୁ ହଟାଇବା ଲକ୍ଷ୍ୟ ନେଇ ଚକରା ଲଢେଇ କରୁଥିଲେ। ଏହିଭଳି ଜଣେ ମହାନ ବୀରଙ୍କ ଜନ୍ମ ମାଟିର ବିକାଶ ପାଇଁ ସରକାର ୧୫ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ତାହାର ଅର୍ଥ ୪ ଦିନ ପୂର୍ବେ ଆସିଯାଇଛି। ଆଗାମୀ ଦିନରେ ତୋରା ବାଡ଼ିରେ ଏକ ସହିଦ ସ୍ମୃତି ସ୍ତମ୍ଭ ହେବ। ଏଥିସହ ଅନ୍ୟାନ୍ୟ ବିକାଶ ପାଇଁ ଆହୁରି ୮ କୋଟି ଅନୁଦାନ ଆସିବ ବୋଲି ବିଧାୟକ ନାୟକ ସଭାରେ ଘୋଷଣା କରିଥିଲେ।

ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଭଞ୍ଜନଗର ଉପ ଜିଲାପାଳ ଉମା ଶଙ୍କର ବେହେରା ସଭାରେ ଅଧ୍ୟକ୍ଷତା କରି କହିଥିଲେ ଯେ,ଐତିହ୍ୟ ଗ୍ରାମ ହେଉଛି ବିଞ୍ଜିଗିରି। ୧୮୨୩ ମସିହାରେ ଏଠାରେ ଚକରା ବିଷୋୟୀ ଜନ୍ମ ଗ୍ରହଣ କରିଥିଲେ। ୧୮୩୭ ମସିହାରେ ବ୍ରିଟିଶ ସହ ଲଢ଼େଇରେ ତାଙ୍କ ବାପା ମୃତ୍ୟୁବରଣ କରିଥିଲେ। ସେତେବେଳକୁ ଚକରାଙ୍କୁ ୧୪ ବର୍ଷ ହୋଇଥିଲା। ଏହି ସମୟରେ ବ୍ରିଟିଶ ଶାସକ ଆଦିବାସୀମାନଙ୍କୁ ଦମନ କରିବା ପାଇଁ୧୮୪୫ରେ ମେରିଆ ଆକ୍ଟ ଆଣିଥିଲେ। ଯାହାକୁ ନେଇ ଚକରା ବ୍ରିଟିଶ ମାନଙ୍କ ବିରୋଧରେ ନିଜ ମାଟି ପାଇଁଲଢେଇ କରିଥିଲେ। ଜାତି, ପରମ୍ପରା, ସଂସ୍କୃତି, ଧର୍ମକୁ ଆମ ଦେଶରେ ହଜାର ହଜାର ବର୍ଷଧରି ସମ୍ମାନ ଦିଆଯାଉଛି । ମାତ୍ର ବ୍ରିଟିଶ ଶାସକ ଆଦିବାସୀଙ୍କ କିଛି ପରମ୍ପରାକୁ ଆଇନ ବଳରେ ବନ୍ଦ କରିବା ଯୋଜନା କରିଥିଲେ। ଏହିଭଳି ମହାନ ପୁରୁଷଙ୍କ ସ୍ମୃତି ରକ୍ଷାପାଇଁ ମାନ୍ୟବର ବିଧାୟକ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ପ୍ରଶଂସା ଯୋଗ୍ୟ।ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ପରେ ଚକରା ଘାଟି ହେବ ଏହି ଅଞ୍ଚଳର ଦ୍ୱିତୀୟ ବଡ ପର୍ଯ୍ୟଟନ କ୍ଷେତ୍ର ବୋଲି ଉପ ଜିଲାପାଳ କହିଥିଲେ।

ଡ. ରୋଜାଲିନ ସେନାପତି,ଡିଏଫଓ ହିମାଂଶୁ ଶେଖର ମହାନ୍ତି, ବଡିିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅବସରପ୍ରାପ୍ତ କଲେଜ ଅଧ୍ୟକ୍ଷ ଡ. ସନ୍ତୋଷ କୁମାର ଆପଟ୍ଟ,ବ୍ଲକ ଅଧ୍ୟକ୍ଷ ନରୀସଭା ନାୟକ, ଏଏସପି ରଞ୍ଜନ କୁମାର ଦେ, ସିଡିପିଓ ନିଲିମା କୁମାରୀ ପଣ୍ଡା, ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରିଣୀ ଲୋପାମୁଦ୍ରା ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। ଏହି ଅବସରରେ ରିତାରାଣୀ ମହାପାତ୍ରଙ୍କ ଦ୍ୱାରା ଓଡିଆ ଅନୁବାଦ ପୁସ୍ତକ କନ୍ଧମାନଙ୍କ ଅଞ୍ଚଳ ଫୁଲବାଣୀ ଓ ସ୍ବର୍ଗତ ଅନନ୍ତ ପଦ୍ମନାଭ ପଟ୍ଟନାୟକଙ୍କ ଦ୍ବାରା ଲିଖିତ ବୀର ଚକରା ପୁସ୍ତକର ତୃତୀୟ ସଂସ୍କରଣ ପ୍ରକାଶକ ଜଗଦୀଶ ପାଣିଗ୍ରାହୀ  ପ୍ରକାଶିତ କରିଥିଲେ। ଶେଷରେ ଚକରା ବିଷୋୟୀ ଉପରେ ଏକ ନାଟକ ପରିବେଷଣ ହୋଇଥିଲା। ଏହାପୂର୍ବରୁ ସକାଳେ ଅତିଥି ମାନେ ଭଞ୍ଜନଗର ଚକରା ବିଷୋୟୀ ଛକରେ ଥିବା ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରିଥିଲେ। ସୁବାସ ପ୍ରଧାନ, ଏମପି ପ୍ରତିନିଧି ସନ୍ତୋଷ ତିଆଡି, ରବିନ୍ଦ୍ର ଗୌଡ଼, ଦୁର୍ଗା, ପୂର୍ଣ୍ଣ ବିଷୋୟୀ, ଗୌରହରି ଗୌଡ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ନାୟକ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନା ଖୋଲିଲା ହର୍ମୁଜ, ନା ହେଲା କୌଣସି ଚୁକ୍ତି… ଏହାପରେ ବି କାହିଁକି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ଟ୍ରମ୍ପ୍‌? ଜାଣନ୍ତୁ କ’ଣ ରହିଛି ଏହାର ବଡ଼ କାରଣ

ଓ୍ବାଶିଂଟନ,୧।୪: ଇରାନ ଏବଂ ଆମେରିକା ମଧ୍ୟରେ ସଂଘର୍ଷ ଏକ ନୂତନ ମୋଡ଼ ନେଇଛି। ଇରାନ ସହିତ ଯୁଦ୍ଧ ଏବେ ଯେକୌଣସି ମୁହୂର୍ତ୍ତରେ ଶେଷ ହୋଇପାରେ। ଆମେରିକା ମଧ୍ୟ…

ଓଲଟିଲା ମାଛ ବୋଝେଇ ମିନି ଟ୍ରକ: ଆଉ ତା’ପରେ ଘଟିଲା…

ଗଞ୍ଜାମ,୧।୪(ଅନାଥ ତରାଇ): ଗଞ୍ଜାମ ଥାନା ଅନ୍ତର୍ଗତ ବିଞ୍ଚଣାପଲି ଛକ ୧୬ ନମ୍ବର ଜାତୀୟ ରାଜପଥଠାରେ ଗତକାଲି ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ମିନିଟ ସମୟରେ ଏକ…

ଗଞ୍ଜାମ ଜିଲାକୁ ୩ ଜାତୀୟ ପୁରସ୍କାର: ଚାରିଆଡ଼ୁ ଛୁଟିଲା ଶୁଭେଚ୍ଛାର ସୁଅ

ଛତ୍ରପୁର, ୧/୪(ଦିଲ୍ଲୀପ ସାମଲ): ପୁଣି ରାଜ୍ୟରେ ଗଞ୍ଜାମ ଜିଲା ସୁନାମ ଆଣିଛି । ଜିଲାକୁ ୩ଟି ଜାତୀୟ ପୁରସ୍କାର ମିଳିଛି । ଦୀନଦୟାଲ ଉପାଧ୍ୟାୟ ପଞ୍ଚାୟତ ସତତ…

ବଡ଼ ଦୁର୍ଘଟଣା, ସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୨୯ ମୃତ

ମସ୍କୋ,୧।୪: ରୁଷିଆରେ ଏକ ବଡ଼ ବିମାନ ଦୁର୍ଘଟଣାର ରିପୋର୍ଟ ସାମ୍ନାକୁ ଆସିଛି। ରୁଷିଆ ପ୍ରତିରକ୍ଷା ମନ୍ତ୍ରଣାଳୟକୁ ଉଦ୍ଧୃତ କରି, ସମ୍ବାଦ ସଂସ୍ଥା TASS ବୁଧବାର ରିପୋର୍ଟ କରିଛି…

ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ…

ଆଜି ସମଲେଶ୍ବରୀଙ୍କ ମହାସ୍ନାନ: ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା…

ଜନଗଣନା ପାଇଁ ପ୍ରସ୍ତୁତି ଜୋରଦାର: ଗଣନାକାରୀ, ପର୍ଯ୍ୟବେକ୍ଷକଙ୍କୁ ତାଲିମ

ଦାରିଙ୍ଗବାଡି, ୧ା୪ (ଅରୁଣ ସାହୁ)କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୩ ଦିନିଆ ଜନ ଗଣନା-୨୦୨୭ ପାଇଁ ଗଣନାକାରୀ ଓ ପର୍ଯ୍ୟବେକ୍ଷକଙ୍କୁ ନେଇ…

ଆଜିଠୁ ନୂଆ ସୁଭଦ୍ରା ଆବେଦନ: ଜାଣନ୍ତୁ କେମିତି କରିବେ

ଭୁବନେଶ୍ୱର,୧ା୪(ସୁଚିସ୍ମିତା ସାହୁ):ସୁଭଦ୍ରା ଯୋଜନାରେ ନୂଆ ଆବେଦନକାରୀମାନେ ଏପ୍ରିଲ ୧ ବୁଧବାରଠାରୁ ପଞ୍ଜୀକରଣ କରିପାରିବେ। ସୁଭଦ୍ରା ପୋର୍ଟାଲ ମାଧ୍ୟମରେ ଏପ୍ରିଲ ୩୦ ପର୍ଯ୍ୟନ୍ତ ନୂତନ ଆବେଦନ କରାଯାଇପାରିବ। ଆବେଦନକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri