Categories: ଖେଳ

ରାଜ୍ୟ ଜୁନିୟର ହକି: ସୁନ୍ଦରଗଡ଼ ଚାମ୍ପିୟନ

ଭୁବନେଶ୍ୱର, ୨୪ା୯(କ୍ରୀଡ଼ା ପ୍ରତିନିଧି): ହକି ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ଜୁନିୟର ହକିରେ ସୁନ୍ଦରଗଡ଼ ଚାମ୍ପିୟନ ହୋଇଛି। ଶୁକ୍ରବାର କିଟ୍‌ ଷ୍ଟାଡିୟମରେ ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସୁନ୍ଦରଗଡ଼ ୧-୦ ଗୋଲରେ ଦେବଗଡ଼କୁ ପରାସ୍ତ କରିଛି। ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ କିଟ୍‌/କିସ୍‌ ୪-୦ ଗୋଲରେ ସମ୍ବଲପୁରକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ସୁନ୍ଦରଗଡ଼ର ମିଲାନ ଭୂୟାଁ ଶ୍ରେଷ୍ଠ ଗୋଲକିପର, ଦେବଗଡ଼ର ସଲିମ କୁଲା ଶ୍ରେଷ୍ଠ ଡିଫେଣ୍ଡର, ଅସିତ ଲାକ୍ରା ଶ୍ରେଷ୍ଠ ମିଡ୍‌ ଫିଲ୍ଡର, ଅମିତ ଡୁଙ୍ଗଡୁଙ୍ଗ ଶ୍ରେଷ୍ଠ ଫରଓ୍ବାର୍ଡ ଏବଂ ସମ୍ବଲପୁରର ପ୍ରେମଚାନ୍ଦ ହୋରୋ ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ପୁରସ୍କାର ପାଇଛନ୍ତି। ଅଲିମ୍ପିଆନ ଲାଜରୁସ ବାର୍ଲା, ଲିଲିମା ମିଞ୍ଜ, ସୁନୀତା ଲାକ୍ରା, କ୍ରୀଡ଼ା ବିଭାଗର ଅଧିକାରୀ ସିଦ୍ଧାର୍ଥ ଶଙ୍କର ସାହୁ, ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା, କିଟ୍‌ ଓ କିସ୍‌ର କ୍ରୀଡ଼ା ମହାସଚିବ ଗଗନେନ୍ଦୁ ଦାଶ ପ୍ରମୁଖ ଉଦ୍‌ଯାପନୀ ଉତ୍ସବରେ ଅତିଥିଭାବେ ଯୋଗ ଦେଇଥିଲେ।

Share