Categories: ଜାତୀୟ

ଓବିସି, ଏସ୍‌ଇବିସି ଜନଗଣନା ରାଜ୍ୟ ସରକାର କରୁନାହାନ୍ତି: ଭାଜପା

ଭୁବନେଶ୍ବର,୧।୨(ବ୍ୟୁରୋ): ଓଡ଼ିଶାରେ ଶାସକ ବିଜେଡି ଓବିସି ଓ ଏସ୍‌ଇବିସି ବର୍ଗର ସାମାଜିକ, ଆର୍ଥତ୍କ, ଚାକିରି ଓ ଶିକ୍ଷା କ୍ଷେତ୍ରରେ ଉତ୍‌ଥାନ ଚାହୁଁନାହିଁ। ରାଜ୍ୟ ଜନସଂଖ୍ୟାର ସର୍ବାଧିକ ୫୪ ପ୍ରତିଶତ ଯାହାକି ପାଖାପାଖି ୨.୫୦ କୋଟି ଓବିସି ଓ ଏସ୍‌ଇବିସି ବର୍ଗର ଲୋକଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରଖାଯାଉଛି। ପଞ୍ଚାୟତ ଓ ମ୍ୟୁନିସିପାଲିଟି ନିର୍ବାଚନ ପୂର୍ବରୁ ରାଜ୍ୟରେ ଓବିସି ଓ ଏସ୍‌ଇବିସି ବର୍ଗଙ୍କ ସର୍ଭେ ଯଥାଶୀଘ୍ର କରିବାକୁ ବିଧାନସଭାରେ ସଂକଳ୍ପ ପାରିତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଏ ସମ୍ପର୍କରେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେନାହିଁ। ଭାଜପା ପକ୍ଷରୁ ଏ ସମ୍ପର୍କରେ ବିଭାଗୀୟ ସଚିବ ଓ ମୁଖ୍ୟ ଶାସନ ସଚିବଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲା ନାହିଁ। ରାଜ୍ୟ ସରକାରଙ୍କ ଦ୍ୱାରା ଓବିସି ବର୍ଗ ପ୍ରତି ହେଉଥିବା ଅନ୍ୟାୟ ବିରୋଧରେ ବିହୀତ ପଦକ୍ଷେପ ନେବାକୁ ଭାଜପା ପକ୍ଷରୁ ମଙ୍ଗଳବାର ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ କମିଶନ ହଂସରାଜ ଗଙ୍ଗାରାମ ଅହିରଙ୍କୁ ଦିଲ୍ଲୀସ୍ଥିତ କାର୍ଯ୍ୟାଳୟଠାରେ ସ୍ମାରକପତ୍ର ପ୍ରଦାନ କରାଯାଇଛି।

Share