ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ: ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା ପାଇଁ ମନା କରିବାରୁ…

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ଗୁରୁବାର କାର୍ଯ୍ୟକ୍ରମ ଅନୁଷ୍ଠିତ ପୂର୍ବରୁ ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା କରିବାକୁ ପ୍ରସ୍ତୁତି ଚାଲିଥିଲା। ଏହି ସମୟରେ ବାହାଦୂର ପଦର ଗ୍ରାମର କଲୋନୀ ପଡ଼ାର ଜଣେ ବିଜେଡି କର୍ମୀ ଅଗ୍ର ପୂଜ୍ୟ ଗଣେଶଙ୍କୁ ପୂଜା କରାଯିବ ନାହିଁ। ଆମର ଏସ୍‌ ଟି,ଏସ୍‌ସିମାନଙ୍କ ଦେବତା ତଥା ମାଟିକୁ ପୂଜା କରାହେବ ନଚେତ୍‌ ଏଇଠୁ ଚାଲିଯିବୁ ବୋଲି କହିଥିଲେ। ପରେ ପାଟିତୁଣ୍ଡ କରିବାରୁ ବିନା ପୂଜାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଜଣେ ହିନ୍ଦୁ ଲୋକ ହୋଇ ସନାତନ ଧର୍ମକୁ ବିରୋଧ କରିବାରୁ ଉପସ୍ଥିତ ଜନସାଧାରଣଙ୍କ ମନେରେ ଗଭୀର ଦୁଃଖ ପହଞ୍ଚି ଥିଲା। ଏହି କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ଯାଏ ଏବଂ ୨୨ରୁ ୨୫ ଯାଏ ଏହି କାର୍ଯ୍ୟକ୍ରମ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପି .ଆର.ଏବଂ ଡବ୍ଲ୍ୟୁ.ଡ଼ି.ଡ଼ି ପାର୍ଟମେଣ୍ଟ ଚିଠି ନ.୧୫୫୧୦/୫.୬.୨୬ ନିର୍ଦ୍ଦେଶ କ୍ରମେ ଏହି ପ୍ରୋଗ୍ରାମ ପାଳନ କରିବା ପାଇଁ ବିଡିଓଙ୍କୁ ନିର୍ଦ୍ଦେଶ ହୋଇଛି। କିନ୍ତୁ ଏତେ ବଡ଼ ପ୍ରୋଗ୍ରାମରେ ଜଣେ ବିଜେଡି କର୍ମୀ ଉକ୍ତ କାର୍ଯ୍ୟକ୍ରମରେ ଆସି ପ୍ରଥମ ପୂଜ୍ୟ ଶ୍ରୀଗଣେଶଙ୍କୁ ପୂଜା କରିବା ପାଇଁ ମନା କରିଥିବାରୁ ଏହା ସମଗ୍ର ଓଡ଼ିଶାରେ ସନାତନ ଧର୍ମକୁ ଅପମାନିତ ହୋଇଛି। ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଥିବାରୁ ବ୍ଲକ ପ୍ରଶାସନ ଏଭଳି ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜନସାଧାରଣ ରେ ଦାବି ହେଉଛି। ଆଜିର ଏହି କାର୍ଯ୍ୟକ୍ରମରେ ଜାତି-ଜନଜାତି ସମ୍ବାଦ ଉପରେ ଆଲୋଚନା ହୋଇଥିଲା। କେସିଙ୍ଗା ବ୍ଲକରେ ଥିବା ୨୬ଟି ପଞ୍ଚାୟତରେ କିଭଳି ଜାତି ଜନଜାତି ସମ୍ପ୍ରଦାୟର ଲୋକଙ୍କ ସୁବିଧା କରାଯାଉଛି, ସେ ବିଷୟରେ ବିଷଦ ଭାବେ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, କେସିଙ୍ଗା ବିଡିଓ ଜନ୍ମେଜୟ ସ୍ବାଇଁ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର ମତବ୍ୟକ୍ତ କରିଥିଲେ। ଏଥିରେ ମାନ୍ୟଗଣ୍ୟ ବ୍ୟକ୍ତି ଓ ମହିଳାମାନେ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Share