Categories: ଜାତୀୟ

ଭିକାରିଙ୍କୁ ଚାକିରି ଦେବେ ରାଜ୍ୟ ସରକାର

ଜୟପୁର, ୩୦।୮: ଭିକାରିଙ୍କୁ ଚାକିରି ଦେବାକୁ ରାଜସ୍ଥାନ ସରକାର ଅଣ୍ଟା ଭିଡ଼ିଛନ୍ତି। ରାସ୍ତାଘାଟ, ପର୍ଯ୍ୟଟନସ୍ଥଳ, ଧର୍ମସ୍ଥଳ ଆଦିରେ ଭିକାରିଙ୍କ ଯୋଗୁ ଭିଡ଼ ସୃଷ୍ଟି ହେଉଛି। ତେଣୁ ଭିକାରିଙ୍କୁ କର୍ମନିଯୁକ୍ତି ଦେବା ଲାଗି ଯୋଜନା କରାଯାଉଛି। ଏନେଇ ରାଜ୍ୟ ପୋଲିସ ବିଭାଗ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ସର୍ଭେ କରାଯାଇ ଭିକାରିଙ୍କ ଏକ ପ୍ରୋଫାଇଲ୍‌ ତାଲିକା ପ୍ରସ୍ତୁତ ହୋଇଛି। ସର୍ଭେ ହୋଇଥିବା ୧୧୬୨ ଭିକାରିଙ୍କ ମଧ୍ୟରୁ ୫ ଜଣ ପୋଷ୍ଟଗ୍ରାଜୁଏଟ୍‌ ଥିବା ୨୩୭ ଲେଖାପଢ଼ା ଜାଣିଛନ୍ତି। ସେହିପରି ୧୯୩ ଜଣ ଦ୍ୱାଦଶ ପର୍ଯ୍ୟନ୍ତ ପଢ଼ିଛନ୍ତି। ୨ ଜଣଙ୍କର କଳା ଏବଂ ବାଣିଜ୍ୟରେ ପୋଷ୍ଟଗ୍ରାଜୁଏଟ୍‌ ଡିଗ୍ରୀ ରହିଛି। ୨୩୧ ଜଣଙ୍କର ମାଟି ଖୋଳିବା କାମରେ ଅଭିଜ୍ଞତା ରହିଛି। ୧୦୩ ଜଣ ଶ୍ରମିକ ଭାବେ କାମ କରିବାକୁ ସକ୍ଷମ। ୧୧୭ ଜଣ କ୍ୟାଟରିଂ, ସଫାସଫି, ଚୌକିଦାରୀ ଆଦି ଯେକୌଣସି କାମ କରିବାକୁ ଇଛା ପ୍ରକାଶ କହିଛନ୍ତି। ଅପରପକ୍ଷରେ ୧୬୦ ଭିକାରି କାମ କରିବାକୁ ଅମଙ୍ଗ ହୋଇଛନ୍ତି। ଭିକାରିଙ୍କ ମଧ୍ୟରେ ୯୩୯ ପୁରୁଷ ଥିବାବେଳେ ୨୨୩ ମହିଳା ରହିଛନ୍ତି। ସେହିପରି ୧୫୦ ଦିବ୍ୟାଙ୍ଗ ରହିଥିବା ସର୍ଭେ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share